ଦାଉଦର ନୂଆ ପ୍ରେମିକା


ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ପୁଣିଥରେ ଚର୍ଚ୍ଚାରେ। ଦାଉଦ୍ର ନୂଆ ଗର୍ଲଫ୍ରେଣ୍ଡ ବିଷୟରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ସେ ଜଣେ ପାକିସ୍ତାନୀ ଅଭିନେତ୍ରୀ, ଯାହାଙ୍କୁ ଲୋକମାନେ ‘ଗ୍ୟାଙ୍ଗଷ୍ଟର ଗୁଡିଆ’ ନାମରେ ଜାଣନ୍ତି। ସେହି ଅଭିନେତ୍ରୀ ଜଣକ ହେଲେ ମେହବିଶ୍ ହୟାତ୍। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମେହବିଶ୍ ହୟାତ୍ ପ୍ରଥମ ପାକିସ୍ତାନୀ ଅଭିନେତ୍ରୀ ନୁହନ୍ତି, ଯାହାଙ୍କର ନାମ ଦାଉଦ ଇବ୍ରାହିମ୍ ସହିତ ଯୋଡାଯାଇଛି। କୁହାଯାଉଛି ଯେ, ଦାଉଦଠାରୁ ମେହବିଶ୍ ୨୭ ବର୍ଷ ସାନ। ପାକିସ୍ତାନର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦାଉଦର ଅନେକ ଟଙ୍କା ଲାଗିଛି ଓ ସେଠାରେ ତା’ର ଖୁବ୍ ପ୍ରାଧାନ୍ୟ ରହିଛି। କରାଚି ଓ ଲାହୋରର ବହୁ ବଡ ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କ ତା’ ସହ ସମ୍ପର୍କ ରହିଛି। ଦାଉଦର ନାମ ଯୋଡିହେବାପରେ ମେହବିଶ୍ ହୟାତଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି। ସେଭଳି ହୟାତ କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ତାଙ୍କର କାହା ସହ କୌଣସି ସମ୍ପର୍କ ନାହିଁ। ନିକଟରେ ହୟାତଙ୍କୁ ପାକିସ୍ତାନର ବଡ ନାଗରିକ ସମ୍ମାନ ‘ତମାଗା-ଇ-ଇମତିୟାଜ’ରେ ସମ୍ମାନିତ କରାଯାଇଥିଲା। ଆଇଟମ ନମ୍ବରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମେହବିଶ୍ ବଲିଉଡ ଉପରେ ସାହିତ୍ୟିକ ଚୋରି କରିବାର ଅଭିଯୋଗ ଲଗାଇ ସାରିଛନ୍ତି। ସେ ଆଲିଆ ଭଟ୍ଟଙ୍କ ପଞ୍ଜାବୀ ଭିଡିଓ ଗୀତ ପର୍ଦାର ପାକିସ୍ତାନୀ ଗୀତ ସଙ୍ଗ ଗୋରେ ରଙ୍ଗର ଜମାନାର ଏକ ଭଳି ହେବା ନେଇ ମେହବେଶ୍ ବଲିଉଡ ଉପରେ ଏହି ଅଭିଯୋଗ ଆଣିଥିଲେ।

ମେହବିଶଙ୍କ ପୂର୍ବରୁ ଦାଉଦ ଆଉଜଣେ ଅଭିନେତ୍ରୀ ଅନିତା ଆୟୁବଙ୍କ ପ୍ରେମରେ ପଡିଥିଲା। ଦାଉଦ୍ ଅନୀତାଙ୍କ ପ୍ରେମରେ ପହିଥିବାର ସେତେବେଳେ ଜଣାପଡିଥିଲା ଯେବେ ଫିଲ୍ମ ନିର୍ମାତା ଜାଭେଦ୍ ସିଦ୍ଧକିଙ୍କର ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ କାରଣ ଥିଲା ଜାଭେଦ ତାଙ୍କର ଫିଲ୍ମରେ ଅନୀତାଙ୍କୁ ସାଇନ୍ କରିବାକୁ ମନା କରିଥିଲେ।


Share It

Comments are closed.