ଏସିଆର ପରିଷ୍କାର ଗ୍ରାମ ମେଘାଳୟର ମାଓଲଙ୍ଗ


ଯୁବ ସମୟ – ଉତ୍ତର ଭାରତରେ ବହୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ରହିଛି । ଏହା ମଧ୍ୟରୁ ମେଘାଳୟ ସିଲଙ୍ଗର ମାଓଲଙ୍ଗ ଅନ୍ୟତମ । ଉତ୍ତର ଭାରତରେ ଏକ ଏପରି ସ୍ଥାନ ରହିଛି ଯେଉଁଠାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ସେଠାକାର ସବୁଜ ବନାନି, ପାହାଡ, ଝରଣା ଏବଂ ସ୍ୱଚ୍ଛ ପରିବେଶ ସେମାନଙ୍କୁ ଆକର୍ଷିତ କରିଥାଏ । ସେହିପରି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ସିଲଙ୍ଗ ଯେଉଁଠି ଚେରାପୁଞ୍ଜି, ସେଭେନ ସିଷ୍ଟର ଜଳପ୍ରପାତ, ବାଙ୍ଗଳାଦେଶ ବର୍ଡର ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ସ୍ଥାନ ରହିଛି ।
ମାଓଲଙ୍ଗ ସିଲଙ୍ଗ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ଏକ କ୍ଷୁଦ୍ର ଗ୍ରାମ । ୨୦୦୩ ମସିହାରେ ମାଓଲଙ୍ଗକୁ କେବଳ ଭାରତର ନୁହେଁ ସମ୍ପୂର୍ଣ୍ଣ ଏସିଆର ସ୍ୱଚ୍ଛ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଥିଲା । ଏହାର ପରିବେଶ କେବଳ ପରିଷ୍କାର ନୁହେଁ ବରଂ ଖୁବ ଆକର୍ଷଣୀୟ ମଧ୍ୟ । ସେଠାକାର ଖାସ କରି ଲୋକମାନେ  ଖୁବ ସରଳ ଏବଂ ସେମାନେ ଗାଁକୁ ପରିଷ୍କାର ରଖିଥାନ୍ତି । ସେଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ଗେଷ୍ଟ ହାଉସ ମଧ୍ୟ ରହିଛି । ସେଠାକାର ପ୍ରତ୍ୟେକ ଘର ବାଉଁଶରେ ହୋଇଥିବା ବେଳେ ପ୍ରତ୍ୟେକ ଘର ସାମନାରେ ଫୁଲ ବଗିଚା ରହିଛି । ସେହି ଗାଁକୁ ପରିଷ୍କାର ରଖିବା ପାଇଁ ପ୍ରତ୍ୟେକ ଘର ପାଖରେ ଗୋଟିଏ ଗୋଟିଏ ବାଉଁଶର ବାକ୍ସ ମଧ୍ୟ ରଖାଯାଇଥାଏ । ଏଠାରେ ଧୂମ୍ରପାନ ଏବଂ ପଲିଥିନର ବ୍ୟବହାର ବ୍ୟାନ ଥିବା ବେଳେ ବର୍ଷା ଜଳ ସଂରକ୍ଷଣକୁ ପ୍ରୋତ୍ସାହନ ଦିଆଯାଉଛି । ଏତତ୍ ବ୍ୟତୀତ ସେଠାକାର ପ୍ରାକୃତିକ ଖାଦ୍ୟ ପଦାର୍ଥ ଖାଇବା ପାଇଁ ଖୁବ ସ୍ୱାଦିଷ୍ଟ । ଏହି ସ୍ଥାନର ଅନ୍ୟ ଏକ ଆକର୍ଷଣ ହେଉଛି ରୁଟ ବ୍ରିଜ ଯାହା ଦୁଇଟି ଗଛର ଟ୍ୱିଷ୍ଟରେ ପ୍ରାକୃତିକ ଭାବେ ଜଡିତ ।


Share It

Comments are closed.