ମୋଟୋ ଜି୭ ଏବଂ ମୋଟୋରୋଲା ୱାନର ଶୁଭାରମ୍ଭ


ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଟ ମୋଟୋ ପକ୍ଷରୁ ଜି୭ ଏବଂ ମୋଟୋରୋଲା ୱାନର ଶୁଭାରମ୍ଭ କରାଯାଇଛି, ଯାହାର ମୂଲ୍ୟ ଯଥାକ୍ରମେ ୧୬,୯୯୯ ଏବଂ ୧୩,୯୯୯ ଟଙ୍କା ରଖାଯାଇଛି । ଏହି ଦୁଇଟି ସ୍ମାର୍ଟଫୋନ୍ ଉଭୟ ସ୍ମାର୍ଟଫୋନ୍ ମୋଟୋ ହବ ଷ୍ଟୋର, ବୃହତ ରିଟେଲ ଚେନ ଏବଂ ଦେଶର ବିଭିନ୍ନ ଅଗ୍ରଣୀ ମୋବାଇଲ ଷ୍ଟୋରରେ ଉପଲବ୍ଧ ହେବା ସହ ଅନଲାଇନ୍ ଗ୍ରାହକମାନଙ୍କ ପାଇଁ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି ।
ମୋଟୋ ଜିରେ ପ୍ରମୁଖ ବୈଶିଷ୍ଟ୍ୟମାନଙ୍କ ମଧ୍ୟରେ ରହିଛି ରହିଛି ୟୁ-ଡିଜାଇନ ସହିତ ୬.୨ ଇଞ୍ଚ୍ (୧୫.୭ସେମି) ମାକ୍ସ ଭିଜନ ସମ୍ପୂର୍ଣ୍ଣ ଏଚଡି ପ୍ଲସ ଡିସପ୍ଲେ , ୧୨ ଏମପି ଡ଼ୁଆଲ କ୍ୟାମେରା ସହ ପୋର୍ଟରେଟ ମୋଡ, ସ୍ପଟ କଲର, ସିନେମାଗ୍ରାଫ, ଅଟୋ ସ୍ମାଇଲ କ୍ୟାପଚର ଏବଂ ଗୁଗୁଲ ଲେନ୍ସ ଇତ୍ୟାଦି । ଏହାର ୧୫ୱାଟ୍ ଟର୍ବୋ ପାୱାର ଚାର୍ଜର କେବଳ ୧୫ମିନିଟ୍ରେ ୯ଘଣ୍ଟାର ଚାର୍ଜ ପ୍ରଦାନ କରିଥାଏ ଏବଂ ସମ୍ପୂର୍ଣ୍ଣ ଦିନର ବ୍ୟାଟେରୀ ଳାଇଫ୍ ପ୍ରଦାନ କରିଥାଏ । ମୋଟୋରାଲା ୱାନରେ ରହିଛି ଅତ୍ୟାଧୁନିକ ୧୩ଏମପି ଡୁଆଲ ସ୍ମାର୍ଟ କ୍ୟାମେରା ଏବଂ ୮ଏମପି ସେଲଫି କ୍ୟାମେରା, ୨୦ମିନିଟ୍ରେ ୬ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ପ୍ରଦାନ କରୁଥିବା ୧୫ୱାଟ୍ ଟର୍ବପାୱାର, କ୍ୱାଲାକମ୍ ସ୍ନାପଡ୍ରାଗନ ୬୨୫ ୨.୦ ଗିଗାହର୍ଜ ଅକ୍ଟାକୋର ପ୍ରୋସେସର ଇତ୍ୟାଦି । ମୋଟୋରୋଲା ୱାନର ୫.୯ଇଞ୍ଚ (୧୫ସେମି)ର ୧୯:୯ ମାକ୍ସ ଭିଜନ ଡିସପ୍ଲେ ଏକ ଆଧୁନିକ ବଙ୍କା ଗ୍ଲାସ ବଡି ଅଟେ । ଉଭୟ ଫୋନ୍ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ୍ ସହିତ କ୍ଲିୟର ହ୍ୱାଇଟ ଏବଂ ସେରାମିକ ବ୍ଲାକ ଭାରିଆଣ୍ଟରେ ଉପଲବ୍ଧ ହେଉଛନ୍ତି । ଏହି ସ୍ମାର୍ଟଫୋନ୍ଗୁଡ଼ିକରର ଶୁଭାରମ୍ଭ ଅଫରରେ ଗ୍ରାହକମାନେ ଜିଓରୁ ୨୨୦୦ଟଙ୍କାର କ୍ୟାସବ୍ୟାକ ପାଇବେ, ଯାହା ୧୨୮ ଟଙ୍କା ଏବଂ ୨୯୯ଟଙ୍କା ପ୍ଲାନରେ ଉପଲବ୍ଧ ।


Share It

Comments are closed.