ମେଦି ଆସିଷ୍ଟ୍ ହେଲ୍‌ଥକେୟାର ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ମେଦି ଆସିଷ୍ଟ ହେଲ୍‌ଥକେୟାର ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନି ପକ୍ଷରୁ ୨୮,୦୨୮,୧୬୮ ଇକ୍ୱିଟି ସେୟାର ବିକ୍ରି କରି ପାଣ୍ଠି ହାସଲ କରିବାକୁ ଯୋଜନା ରଖାଯାଇଛି ।
ରିଟେଲ ଓ ଗ୍ରୁପ୍ ପଲିସି ଅଧୀନରେ ପ୍ରିମିୟମ୍ ପରିଚାଳନା ଦୃଷ୍ଟିରୁ କଂପାନି ହେଉଛି ଭାରତର ସର୍ବବୃହତ ସ୍ୱାସ୍ଥ୍ୟ ସୁବିଧା ପରିଚାଳନାକାରୀ ସଂସ୍ଥା । ଏହାର ରିଟେଲ୍‌ରେ ୧୪.୮୩ ପ୍ରତିଶତ ଓ ଗ୍ରୁପ୍ ସ୍ୱାସ୍ଥ୍ୟ ବୀମା ବଜାରରେ ୪୧.୭୧ ପ୍ରତିଶତ ବଜାର ଅଂଶ ରହିଛି ଏବଂ ରିଟେଲ୍ ଓ ଗ୍ରୁପ୍ ବର୍ଗରେ ମିଳିତ ଭାବେ ୩୩.୬୭ ପ୍ରତିଶତ ବଜାର ଅଂଶ ରହିଛି ।
ଏହି ଅଫରରେ ସାମିଲ ଡକ୍ଟର ବିକ୍ରମ ଜିତ ସିଂହ ଚଟ୍‌ୱାଲ୍‌ଙ୍କ ୨,୫୩୯,୦୯୨ ଇକ୍ୱିଟି ସେୟାର, ମେଡିମ୍ୟାଟର ହେଲ୍‌ଥ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ୧୨,୪୬୮,୫୯୨ ଇକ୍ୱିଟି ସେୟାର, ବେସରମର ହେଲ୍‌ଥ କ୍ୟାପିଟାଲ୍ ଏଲ୍‌ଏଲ୍‌ପିର ୬,୬୦୬,୦୮୪ ଇକ୍ୱିଟି ସେୟାର, ଇନଭେଷ୍ଟକର୍ପ ପ୍ରାଇଭେଟ୍ ଇକ୍ୱିଟି ଫଣ୍ଡ୍ ୧ର ୬,୨୭୫,୭୦୬ ଇକ୍ୱିଟି ସେୟାର, ବିବେକ ପଣ୍ଡିତଙ୍କ ୨୬,୩୮୨ ଇକ୍ୱିଟି ସେୟାର, ରାହୁଲ ଏମ୍ ଖାନ୍ନାଙ୍କ ୨୨,୬୧୩ ଇକ୍ୱିଟି ସେୟାର, ଶଙ୍କର ରାଓ ପାଲେପୁଙ୍କ (ପାଲେପୁ ନୀନା ରାଓଙ୍କ ସହ) ୧୭,୩୭୭ ଇକ୍ୱିଟି ସେୟାର, ପ୍ରମୋଦ ମନୋହର ଆହୁଜାଙ୍କ (ଜ୍ୟୋତି ଆହୁଜାଙ୍କ ସହ) ୧୭,୩୩୭ ଇକ୍ୱିଟି ସେୟାର, କେଶବ ସଂଘିଙ୍କ (ବିନିତା କେଶବ ସଂଘିଙ୍କ ସହ) ୧୭,୩୩୭ ଇକ୍ୱିଟି ସେୟାର, ଅମିତ କୁମାର ଗଜେନ୍ଦ୍ର କୁମାର ପାଟ୍‌ନିଙ୍କ (ରୁଚି ଅମିତ କୁମାର ପାଟନିଙ୍କ ସହ) ୧୩,୫୬୮ ଇକ୍ୱିଟି ସେୟାର ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ।
ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପାଇଁ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।


Share It

Comments are closed.