ମାକ୍ସିସ ଟାୟାର ପକ୍ଷରୁ ଓଡିଶାରେ ପ୍ରଥମ ବଣ୍ଟନକାରୀଙ୍କ ନିଯୁକ୍ତି


ବିଶ୍ୱର ଅଗ୍ରଣୀ ଟାୟାର କମ୍ପାନୀର ଉପ-କମ୍ପାନୀ ମାକ୍ସିସ ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ଓଡିଶାରେ ପ୍ରଥମ ବଣ୍ଟନକାରୀଙ୍କ ନିଯୁକ୍ତି କରାଯାଇଛି । ଭୁବନେଶ୍ୱରସ୍ଥିତ ନୂତନ ବଣ୍ଟନକାରୀ, ଭାରତ ମୋଟର୍ସ ଲିଃ (ଭାରତର) ଡିଲର,ଅଟୋପାର୍ଟ ରିଟେଲର ଏବଂ ଓଡିଶାର ପାଖାପାଖି ୩୦ ଜିଲ୍ଲାର ଆତ୍ମନିର୍ଭରଶୀଳ ରିପାୟାର ସପଙ୍କ ପାଇଁ ସ୍ଥାପିତ ହୋଇଛି ।
ଶ୍ରୀଯୁକ୍ତ ଓମ ପ୍ରକାଶ ଏବଂ ଶ୍ରୀଯୁକ୍ତ ଜୟ ପ୍ରକାଶ ଦିଦୱାନିଆଙ୍କ ଦ୍ୱାରା ପ୍ରତ୍ସାହିତ ଭାରତର ଡିଲରସିପ ବିଜନେସ ଏବଂ ଅଟୋମୋବାଇଲ କ୍ଷେତ୍ରରେ ୩୫ ବର୍ଷର ଅନୁଭୂତି ରହିଛି । ଓଡିଶାରେ ବୃହତ ବଣ୍ଟନକାରୀ ନେଟୱର୍କ ସହିତ ମାକ୍ସିସ ଟାୟାର ସେହି କ୍ଷେତ୍ରରେ ବ୍ରାଣ୍ଡ ପୋର୍ଟଫୋଲିଓରେ ପହଞ୍ଚିପାରିଛି । ମାକ୍ସିସ ୨୦୧୬ ସୁଦ୍ଧା ବିଶ୍ୱରେ ଶ୍ରେଷ୍ଠ ୫ଟି ଟାୟାର ନିର୍ମାଣକାରୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି । ମାକ୍ସିସ ଇଣ୍ଡିଆ ପକ୍ଷରୁ ଚଳିତ ମାର୍ଚ୍ଚରେ ସନନ୍ଦ, ଗୁଜୁରାଟଠାରେ ଏହାର ପ୍ରଥମ ନିର୍ମାଣ ସୁବିଧା ଏବଂ ୫ବର୍ଷ ମଧ୍ୟରେ ଭାରତର ଦୁଇ-ଚକିଆ ଟାୟାରରେ ୧୫ ପ୍ରତିଶତ ବଜାର ସେୟାର ଗ୍ରହଣ କରିବାକୁ ଲକ୍ଷ୍ୟ ସ୍ଥାପନା କରାଯାଇଛି । ମାକ୍ସିସ ଇଣ୍ଡିଆ ପକ୍ଷରୁ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଏହାର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଆଗାମୀ ସମୟରେ ଛତିଶଗଡ, ବିହାର ଏବଂ ପଶ୍ଚିମ ବଙ୍ଗରେ ଏହାର ସମ୍ପ୍ରସାରଣ ପାଇଁ ଯୋଜନା କରାଯାଉଛି ।
ଏହି ସମ୍ବନ୍ଧରେ ମାକ୍ସିସ ଇଣ୍ଡିଆର ରିଟେଲ ସେଲସ ମୁଖ୍ୟ, ଶ୍ରୀଯୁକ୍ତ ବିଙ୍ଗ-ଲିନ ୟୁ କହିଛନ୍ତି ଯେ, “ଆମ୍ଭେମାନେ ବର୍ତ୍ତମାନ ଆମ୍ଭମାନଙ୍କର ବ୍ରାଣ୍ଡ ଉପସ୍ଥିତିକୁ ବୃଦ୍ଧି କରିବା ପାଇଁ ୧୦୦୦ଡିଲରର ମାଇଲଷ୍ଟୋନ ଗ୍ରହଣ କରିପାରିଛି ଏବଂ ଗ୍ରାହକମାନେ ନୂତନ ବଣ୍ଟନକାରୀଙ୍କ ପାଖରେ ପହଞ୍ଚିପାରିବେ । ଏହି ସୁବିଧା ଆମ୍ଭମାନଙ୍କୁ ଭାରତରେ ଅତ୍ୟନ୍ତ ଲୋକପ୍ରିୟ ଟାୟାର ହେବାର ଲକ୍ଷ୍ୟ ପୂରଣ କରିବା ପାଇଁ ସାହାଯ୍ୟ କରିବ ।” ଏହି ସହଭାଗିତା ସମ୍ପର୍କରେ ଭାରତର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟ ପ୍ରକାଶ କହିଛନ୍ତି ଯେ, “ଆମ୍ଭେମାନେ ଅଦ୍ୟାବିଧି ୮୦୦ ଡିଲରମାନଙ୍କୁ ଆମ୍ଭମାନଙ୍କ ନେଟୱର୍କରେ ସାମିଲ କରିଛୁ ଏବଂ ଏହି ମାସରେ ଏହି କ୍ଷେତ୍ରରେ ୫୦ ମାକ୍ସିସ ଡିଲରଙ୍କୁ ସାମିଲ କରିବା ପାଇଁ କାର୍ଯ୍ୟରତ । ଆମ୍ଭେମାନେ ମାକ୍ସିସ ଟାୟାର ସହିତ ଲମ୍ବାଅବଧି ଏବଂ ଭଲ ସହଯୋଗ ସ୍ଥାପନା କରିବା ପାଇଁ ଖୁବ ଉତ୍ସାହିତ ।”


Share It

Comments are closed.