ମ୍ୟାକ୍ସ ଏମର୍ଜିଂ ଷ୍ଟାର୍ ୨୦୧୮ ଅଡ଼ିସନ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାସନ୍ ବ୍ରାଣ୍ଡ୍ ମ୍ୟାକ୍ସ ଫ୍ୟାସନ୍ ପକ୍ଷରୁ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର୍ ୨୦୧୮’ ଅଡ଼ିସନ୍ ଫେବୃୟାରୀ ୨୮ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଡ଼ିସନ୍ ଦେଶର ୬ଟି ସହର ଯେପରିକି ଚଣ୍ଡିଗଡ଼, ଭୁବନେଶ୍ୱର, ଜୟପୁର, ଭାଇଜାଗ୍, ଭଡ଼ୋଦରା ଏବଂ ଲକ୍ଷେ୍ନøରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରଠାରେ ଏହି ଅଡ଼ିସନ୍ ମାର୍ଚ୍ଚ ୩ (ଶନିବାର) ଚନ୍ଦ୍ରଶେଖରପୁର ଡମଣା ଛକସ୍ଥିତ ମ୍ୟାକ୍ସ ଷ୍ଟୋର୍ରେ ଦିନ ୧୧ରୁ ଅପରାହ୍ନ ୧ ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।

ମ୍ୟାକ୍ସ ଅଡ଼ିସନ୍ ନିମନ୍ତେ ପ୍ରତିଯୋଗୀ ମାନଙ୍କ ବୟସସୀମା ୧୮ରୁ ୨୪ ମଧ୍ୟରେ ରହିଛି । ପ୍ରତିଯୋଗୀମାନେ ଭାରତୀୟ ଓ ଅବିବାହିତ ହୋଇଥିବା ଦରକାର । ଅଡ଼ିସନ୍ ପାଇଁ ପୁରୁଷ ମାନଙ୍କର ଉଚ୍ଚତା ଅନ୍ୟୁନ ୫’୧୦” ଓ ମହିଳା ମାନଙ୍କର ଉଚ୍ଚତା ଅତି କମ୍ରେ ୫’୫” ହୋଇଥିବା ଆବଶ୍ୟକ । ପ୍ରତ୍ୟେକ ସହରର ବିଜେତା ମାନଙ୍କ ପାଇଁ ୪୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏପ୍ରିଲ୍ ମାସରେ ମୂମ୍ବାଇରେ ହେବାକୁ ଥିବା ଫାଇନାଲ୍ ଅଡ଼ିସନ୍ରେ ମିଷ୍ଟର୍ ଏମର୍ଜିଂ ଷ୍ଟାର୍ ଓ ମିସ୍ ଏମର୍ଜିଂ ଷ୍ଟାର୍ଙ୍କୁ ଚୟନ କରାଯିବ ।


Share It

Comments are closed.