ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ‘ପ୍ରୋଟେକ୍ଟ ଏ ସ୍ମାଇଲ୍’ ଅଭିଯାନ


ଭୁବନେଶ୍ୱର: ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ଆଜି ଏହାର ସ୍ୱତନ୍ତ୍ର ଅଭିଯାନ ‘ପ୍ରୋଟେକ୍ଟ ଏ ସ୍ମାଇଲ୍’ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ ମ୍ୟାକ୍ସ ଲାଇଫ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ଅବଧି ମଧ୍ୟରେ ଏହାର ‘ଟର୍ମ ଇନ୍ସ୍ୟୁରାନ୍ସ ପ୍ଲାନ୍ସ’ ପାଇଁ ସମାଧାନ କରାଯାଇଥିବା ପ୍ରତ୍ୟେକ୍ ମୃତ୍ୟୁ ଦାବି ପାଇଁ ଜଣେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଶିଶୁର ଏକ ବର୍ଷର ଶିକ୍ଷାର ଅର୍ଥପୋଷଣ କରାଯିବ । ଏଥିପାଇଁ ମ୍ୟାକ୍ସ ଲାଇଫ୍ ପକ୍ଷରୁ ପଛୁଆ ବର୍ଗ ଓ ମୌଳିକ ସୁବିଧାରୁ ବଞ୍ଚିତ ଶିଶୁମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ କାର୍ଯ୍ୟରତ ଜାତୀୟ ସ୍ତରର ଏନଜିଓ ଏଆଇସିଏପିଡି ସହ ସହଭାଗିତା କରାଯିବ । ଏହି ଅଭିଯାନ ଏକ ଜୀବନବୀମା ନୀତିକୁ ଜଣେ ବୀମାଧାରକଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେବା ସହ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଶିଶୁମାନଙ୍କ ଜୀବନରେ ପରିବର୍ତ୍ତନ ଆଣି ସମାଜକୁ ଅଧିକ ସଶକ୍ତ କରିପାରିବ ।
ବିଗତ ୩ ବର୍ଷ ହେବ ଭାରତୀୟ ଜୀବନ ବୀମା ଶିଳ୍ପ (ଘରୋଇ କ୍ଷେତ୍ର)ରେ କ୍ଲେମସ ପେଡ୍ ରେସିଓରେ ମ୍ୟାକ୍ସ ଲାଇଫ୍ ନିରନ୍ତର ଭାବେ ଅଗ୍ରଣୀ ମାନଙ୍କ ମଧ୍ୟରେ ରହିଆସିଛି । ଜୀବନ ବୀମାକର୍ତ୍ତାଙ୍କ ଅଭିଯାନ ‘ପ୍ରୋଟେକ୍ଟ ଏ ସ୍ମାଇଲ’ ଦାବି ସମାଧାନର ପ୍ରଭାବକୁ ଆହୁରି ଅଧିକ ବ୍ୟାପକ କରିବା ନେଇ ନିଜର ପ୍ରୟାସ ଜାରି ରଖିଛି । ଏହି ଶକ୍ତିଶାଳୀ ସହଭାଗିତା ଗଠନ କରି ମ୍ୟାକ୍ସ ଲାଇଫ୍ର ‘ପ୍ରୋଟେକ୍ଟ ଏ ସ୍ମାଇଲ’ ଅଭିଯାନ ବଞ୍ଚିତ ଶିଶୁମାନଙ୍କୁ ସଶକ୍ତ କରିବା ପାଇଁ ଏକ ବିଶାଳ ସାମାଜିକ ଉଦ୍ଦେଶ୍ୟ ପରିଚାଳନା କରିବାକୁ ଯୋଜନା ରଖିଛି ।


ଏହି ପରିପ୍ରେକ୍ଷୀରେ କମ୍ପାନୀର ନିର୍ଦ୍ଦେଶକ ତଥା ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ଆଲୋକ ଭାନ୍ କହିଛନ୍ତି, ଏହି ନୂତନ ଅଭିଯାନ ମାଧ୍ୟମରେ ମ୍ୟାକ୍ସ ଲାଇଫ୍ ସମାଜର ବଞ୍ଚିତ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରି ବୀମାଧାରକଙ୍କ ପରିବାରର ପ୍ରିୟଜନଙ୍କ ସ୍ମୃତିରେ ଆଉ କିଛି ବାଟ ଆଗକୁ ଚାଲି ଏଆଇସିଏପିଡି ସହ ସହଭାଗିତା କରିବ; ଯାହାଦ୍ୱାରା ଏକ ଉନ୍ନତ କାଲିର ଗଠନରେ ଯୋଗଦାନ ହୋଇପାରିବ ।
‘ପ୍ରୋଟେକ୍ଟ ଏ ସ୍ମାଇଲ୍’ ଅଭିଯାନ ମାଧ୍ୟମରେ ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ ବୀମାଧାରକଙ୍କ ବିରାସତକୁ ଆହୁରି ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛି । ୮ ମାସ ପୂର୍ବେ କମ୍ପାନୀ ଘୋଷଣା କରିଥିଲା ଯେ, ଏହା ଆର୍ଥିକ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ମାସର ୬ ତାରିଖକୁ ‘ସଂରକ୍ଷଣ ଦିବସ’ ଭାବେ ସମର୍ପିତ କରିବ । ଏହି ଅଭିଯାନ ସମସ୍ତ ଟର୍ମ ପ୍ଲାନ୍ ପଲିସି ପାଇଁ କାର୍ଯ୍ୟକାରୀ ହେବ ଯାହାର ମୃତ୍ୟୁ ଦାବି ବା ଡେଥ୍ କ୍ଲେମ୍ ୧ ଡିସେମ୍ବର ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ସମାଧାନ ହୋଇଥିବ ।


Share It

Comments are closed.