ମ୍ୟାକ୍ସ ଲାଇଫ୍ ଇନସ୍ୟୁରାନ୍ସର ନୂତନ ବ୍ରାଣ୍ଡ ଅଭିଯାନ


ଭୁବନେଶ୍ୱର: ମ୍ୟାକ୍ସ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼ ଆଜି ଏହାର ନୂତନ ବ୍ରାଣ୍ଡ ଅଭିଯାନ ‘ଆର୍ ୟୁ ଦି ଡିଫରେନ୍ସ’ର ଶୁଭାରମ୍ଭ କରିଛି । ଜୀବନ ବୀମା କ୍ରୟ କରିବା ସମୟରେ ସେ ତାହାର ଗ୍ରାହକମାନଙ୍କୁ ‘ବାସ୍ତବ ଜୀବନ ମୂଲ୍ୟ’ ବିଷୟରେ ଅନୁଭବ କରାଇବା ଉପରେ ଦୃଷ୍ଟି ପ୍ରଦାନ କରୁଛି ।ଏହି ଅଭିଯାନ ୬୦ ମିନିଟ୍ ସମୟ ଅବଧି ବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ପ୍ରସାରିତ ହେଉଛି । ଏହା ଗ୍ରାହକଙ୍କୁ ସେମାନଙ୍କ ପ୍ରିୟଜନଙ୍କ ଜୀବନରେ ଉଭୟ ଆର୍ôଥକ ଓ ମାନସିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି । ପୁଣି ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ ‘ରିଅଲ୍ ଭ୍ୟାଲୁ ଟୁଲ୍’ର ଶୁଭାରମ୍ଭ କରିଛି, ଯାହା ଲୋକମାନଙ୍କୁ ସେମାନଙ୍କ ବାସ୍ତବ ମୂଲ୍ୟ ପ୍ରଦାନ କରିବା ସହିତ ବାସ୍ତବ ମୂଲ୍ୟ ଓ ବର୍ତ୍ତମାନର ଜୀବନ ବୀମା କଭର୍ ମଧ୍ୟରେ ଥିବା ଦୂରତାକୁ କମ୍ କରୁଛି । କମ୍ପାନୀ ଆଗତ ଦୁଇ ମାସ ମଧ୍ୟରେ ୫୦ ଲକ୍ଷ ଲୋକମାନଙ୍କୁ ଏହି ‘ରିଅଲ୍ ଭ୍ୟାଲୁ ଟୁଲ୍’ ମଧ୍ୟମରେ ସେମାନଙ୍କ ବାସ୍ତବ ମୂଲ୍ୟକୁ ହୃଦୟଙ୍ଗମ କରାଇବା ନିମନ୍ତେ ଲକ୍ଷ୍ୟ ରଖିଛି ।\nଏହି ବ୍ରାଣ୍ଡ ଅଭିଯାନ ବିଷୟରେ ଶ୍ରୀଯୁକ୍ତ ଆଲୋକ ଭାନ୍, ନିର୍ଦ୍ଦେଶକ ଓ ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ମ୍ୟାକ୍ସ ଲାଇଫ୍ ପ୍ରକାଶ କରିଛନ୍ତି, “ବାସ୍ତବ ଜୀବନ ଚର୍ଯ୍ୟା ମଧ୍ୟରେ ଆମର ଅଭିଯାନ ଲୋକମାନଙ୍କ ମୂଲ୍ୟକୁ ବଞ୍ଚାଇ ରଖିବାରେ ସହାୟକ ହୋଇପାରିବ । ଆମେ ବିଶ୍ୱାସ କରୁଯେ, ଯଦି ଲୋକମାନେ ସେମାନଙ୍କ ବାସ୍ତବ ମୂଲ୍ୟ ବୁଝିପାରିବେ, ତେବେ ସେମାନେ ଆପେ ଆପେ ଏହାକୁ ରକ୍ଷା କରିବା ନିମନ୍ତେ କାର୍ଯ୍ୟ କରିବେ । ଏହା ସେମାନଙ୍କ ପରିବାରକୁ କୌଣସି ପରିସ୍ଥିତିରେ ଅସୁବିଧାରେ ପଡ଼ିବାଠାରୁ ରକ୍ଷା କରିବ ।” ଏହି ଶୁଭାରମ୍ଭ ଅବସରରେ ରିତୁ ଶାରଦା, ମୁଖ୍ୟ କ୍ରିଏଟିଭ୍ ଅଧିକାରୀ, ଅଜିଲିଭି ନର୍ଥ କହିଛନ୍ତି, “ଅନେକ ସମୟରେ ଆମେ ଅନୁଭବ କରିନଥାଉ ଯେ, ଅନ୍ୟମାନଙ୍କ ଜୀବନରେ ଆମେ କେତେ ବଡ଼ ପରିବର୍ତ୍ତନ ଆଣିଛୁ । ଆମର କାର୍ଯ୍ୟ ଓ ଦାୟୀତ୍ୱ ମଧ୍ୟରେ ରହି ଆମେ ନିଜକୁ ନିମ୍ନ ଦୃଷ୍ଟିରେ ଦେଖିଥାଉ । ଏହା ଦର୍ଶାଉଛିଯେ, ଆମେ ଆମର ଜୀବନ ବୀମାକୁ କିଭଳି ଭାବେ ଗ୍ରହଣ କରୁଛୁ । ‘ଆର୍ ୟୁ ଦି ଡିଫରେନ୍ସ’ ଲୋକମାନଙ୍କୁ ସେମାନଙ୍କ ବାସ୍ତବ ମୂଲ୍ୟ ଉପରେ ଧ୍ୟାନ ଦେବା ଓ ସେମାନେ ସେମାନଙ୍କ ଜୀବନ ବୀମା ପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଏକ ଉପଯୁକ୍ତ ପ୍ଲାଟଫର୍ମ ।”


Share It

Comments are closed.