ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ୍


ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି, ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସୁ ପକ୍ଷରୁ ନୂଆ ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ୍ ବିଷୟରେ ଘୋଷଣା କରାଯାଇଛି । ଏହା ଗ୍ରାହକମାନଙ୍କୁ ସେମାନଙ୍କ ନିଜ ସୁରକ୍ଷା ପ୍ଲାନ୍କୁ ନିଜକୁ ସୁହାଇବା ଭଳି ପ୍ରସ୍ତୁତ କରିବାରେ ସହାୟତା ପ୍ରଦାନ କରିବ । ଏଥିପାଇଁ ବିଭିନ୍ନ ପ୍ରକାରର ସୁବିଧା ଏବଂ ବୈଶିଷ୍ଟ୍ୟ ଉପଲବ୍ଧ ହେଉଛି ।
ଏହି ପ୍ଲାନ୍ରେ ପ୍ରିମିୟମ୍ ପ୍ରଦାନରେ ଗ୍ରାହକଙ୍କୁ ସ୍ୱାଧୀନତା ମିଳିବ । ସେମାନେ ୬୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ୫,୧୦, ୧୨ କିମ୍ବା ୧୫ ଭଳି ବର୍ଷର ପ୍ରିମିୟମ୍ ଦେଇପାରିବେ । ଏଥିରେ ୭ ପ୍ରକାରର ସ୍ୱତନ୍ତ୍ର ମୃତ୍ୟୁକାଳୀନ ସୁବିଧା ରହିଛି । ବିବାହ, ସନ୍ତାନ ଜନ୍ମ କିମ୍ବା ଘର କିଣିବା ଭଳି ଗୁରୁତ୍ୱପୂର୍ଣ୍ଣ ମୂହୁର୍ତରେ “ଲାଇଫ୍ ଷ୍ଟେଜ୍ ଆଡ୍ ଅନ୍ ସମ୍ ଆସ୍ୟୁରଡ୍’ର ବିକଳ୍ପ ମିଳିବ । ଏହି ପ୍ଲାନ୍ରେ ୪୦ ପ୍ରକାର ଜଟିଳ ରୋଗ ପାଇଁ ବୀମା ସୁବିଧା ମିଳିବ ।
ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ୍ରେ ପ୍ରିମିୟମ୍ ଫେରସ୍ତ ବିକଳ୍ପ ମଧ୍ୟ ରହିଛି । ନିଜକୁ ସୁହାଇବା ଭଳି ଗ୍ରାହକମାନେ ବୀମା ରାଶିକୁ କମ୍ ଅଧିକ କରିପାରିବେ । ମୃତ୍ୟୁ, ଦିବ୍ୟାଙ୍ଗ ହୋଇଯିବା, ଜଟିଳ ଅସୁସ୍ଥତା ଆଦି କ୍ଷେତ୍ରରେ ରାଇଡର୍ ଯୋଗ କରିବାର ସୁବିଧା ମଧ୍ୟ ଏହି ପ୍ଲାନ୍ରେ ରହିଛି ।
ଏ ସମ୍ପର୍କରେ ଆଲୋକ ଭାନ୍, ନିର୍ଦେଶକ ଓ ମୁଖ୍ୟ ମାର୍କେଟିଂ ଅଧିକାରୀ, ମ୍ୟାକ୍ସ ଲାଇଫ୍ କହିଛନ୍ତି ଯେ, “ମିଆଦୀ ବୀମା ଏକ ସୁଲଭ ଏବଂ ସବୁଠୁ ମୌଳିକ ଆର୍ଥିକ ସୁରକ୍ଷା ହୋଇଥିଲେ ମଧ୍ୟ ଭାରତରେ ଏହା ବିଶେଷ ଭାବେ ଗ୍ରହଣୀୟ ହୋଇନାହିଁ । ଆମେ କାଂଟାର ଆଇଏମଆରବି ସହ ମିଶି ନିକଟରେ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛିଯେ, ଅନେକ ଭାରତୀୟ ଯେଉଁମାନଙ୍କ ପାଖରେ ବୀମା ପଲିସି ରହିଛି ସେମାନେ ମଧ୍ୟ ନିଜକୁ କମ୍ ସୁରକ୍ଷିତ ମନେ କରୁଛନ୍ତି । ସହରାଚଂଳରେ ବାସ କରୁଥିବା ୬୫% ଲୋକଙ୍କ ବୀମା ପଲିସି ଥିବାବେଳେ ଗ୍ରାମୀଣ ଭାରତରେ ଏହି ହାର ହେଉଛି ମାତ୍ର ୨୧% । ଭାରତରେ ଆର୍ଥିକ ସୁରକ୍ଷାର ସ୍ତରକୁ ବଢ଼ାଇବା ପାଇଁ ଆମେ ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ୍ର ଶୁଭାରମ୍ଭ କରିଛୁ ଯାହାର ଲକ୍ଷ୍ୟ ହେଉଛି ମିଆଦୀ ବୀମା ପଲିସିର ଗ୍ରହଣୀୟତା ବଢ଼ାଇବା ଯାହା କେବଳ ବୀମା ସୁବିଧା ପ୍ରଦାନ କରିବ ନାହିଁ, ଏହାକୁ ଲୋକମାନେ ନିଜ ସୁବିଧା ଅନୁସାରେ ନେଇପାରିବେ । ଆମ ଗ୍ରାହକ ମାନଙ୍କ ବିବିଧ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ଲାନ୍କୁ ପ୍ରସ୍ତୁତ କରାଯାଇଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ସୁରକ୍ଷା ଗ୍ରହଣ କରିବାରେ ସହାୟକ ହେବ ଓ ସେମାନେ ନିଜ ସୁବିଧା ଅନୁସାରେ ଏହି ପ୍ଲାନ୍କୁ ପ୍ରସ୍ତୁତ କରିପାରିବେ ।’’


Share It

Comments are closed.