ମ୍ୟାକ୍ସ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ବିତ୍ତୀୟ ବର୍ଷ ୧୮-୧୯ରେ ୯୮.୭୪% ବ୍ୟକ୍ତିଗତ ଡ଼େଥ କ୍ଲେମ୍ ପ୍ରଦାନ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କମ୍ପାନୀ, ମ୍ୟାକ୍ସ ଲାଇଫ ଇନସ୍ୟୁରାନ୍ସ କୋ ଲିଃ. ପକ୍ଷରୁ ବିତ୍ତୀୟ ବର୍ଷ ୧୮-୧୯ରେ ୧୪,୮୯୭ ଜଣଙ୍କୁ ୪୫୨ କୋଟି ଟଙ୍କାର ଡ଼େଥ କ୍ଲେମ ପ୍ରଦାନ କରାଯାଇଛି ବୋଲି ଘୋଷଣା କରିଛି । ଯାହାକି କ୍ଲେମ ପ୍ରଦାନ ଅନୁପାତ ୯୮.୭୪% ରହିଛି । ବିତ୍ତୀୟ ବର୍ଷ ୧୮-୧୯ରେ ସମୂଦାୟ ୧୫୦୮୭ ଡ଼େଥ କ୍ଲେମ ରହିଥିବାବେଳେ ମାତ୍ର ୧୮୭ ଡ଼େଥ କ୍ଲେମକୁ ଖାରଜ କରାଯାଇଥିଲା ଏବଂ ୩ଟି କେସକୁ ଆର୍ଥିକ ବର୍ଷ ସମାପ୍ତି ପାଇଁ ବିଚାରଧୀନ ରହିଥିଲା । ବ୍ୟକ୍ତିଗତ ଡ଼େଥ କ୍ଲେମକୁ ଗ୍ରାହକ ମାନଙ୍କର ଦସ୍ତାବିଜ ଗ୍ରହଣ କରିବାର ଆନୁମାନିକ ୪ ଦିନ ଭିତରେ ସମାଧାନ କରାଯାଇଛି । ଏହି କ୍ରମରେ ମ୍ୟାକ୍ସ ଲାଇଫ ଇନସ୍ୟୁରାନ୍ସ ଗତ ୫ ବର୍ଷଧରି ଏକ ସୁଦୃଢ ଟ୍ରାକ ରେକର୍ଡ଼ ବଜାୟ ରଖିଥିବାବେଳେ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଡ଼େଥ କ୍ଲେମରେ ୯୭,୬୦୪ ପଲିସି ଧାରକଙ୍କୁ ୨,୬୭୫ କୋଟି ଟଙ୍କା ପ୍ରଦାନ କରିସାରିଛି ।
ଏହ ପରିପ୍ରେକ୍ଷୀରେ ମ୍ୟାକ୍ସ ଲାଇଫ ପକ୍ଷରୁ ଏହାର ବରିଷ୍ଠ ନିର୍ଦ୍ଦେଶକ ଏବଂ ଚିଫ ଅପରେସନ ଅଫିସର, ଶ୍ରୀଯୁକ୍ତ ମଣିକ୍ ନାନଜିଆ କହିଛନ୍ତିଯେ, “ଏକ ଜୀବନ ବୀମା କମ୍ପାନୀ ପାଇଁ ଏହାର ଗ୍ରାହକ ମାନଙ୍କୁ ପ୍ରଦାନ କରାଯାଉଥିବା କ୍ଲେମ ପେଡ଼ ର‌୍ୟାସିଓ ହେଉଛି ଏକ ବୃହତ୍ତ ସଫଳତା, ଯାହାକି ଏହା ପ୍ରଦାନ କରିଥିବା ପ୍ରତିଶୃତିକୁ ପ୍ରତିଫଳନ କରିଥାଏ । ଆମ୍ଭେମାନେ ପ୍ରଦାନ କରୁଥିବା କ୍ଲେମ, ଯାହାକି ଆମର ଦକ୍ଷତା, ଉନ୍ନତ ଜ୍ଞାନକୌଶଳ ଏବଂ ଆନୁସଙ୍ଗିକ ଉନ୍ନତ କ୍ଲେମ ଇକୋସିଷ୍ଟମକୁ ପ୍ରତିପାଦିତ କରୁଛି ।”


Share It

Comments are closed.