ସ୍ୱାସ୍ଥ୍ୟବୀମା ନିମନ୍ତେ ମ୍ୟାକ୍ସ ବୁପା ଏବଂ ଇଣ୍ଡିଆନ ବ୍ୟାଙ୍କ ମଧ୍ୟରେ ସହବନ୍ଧିତା


ଭୁବନେଶ୍ୱର : ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟବୀମା କମ୍ପାନୀ ମ୍ୟାକ୍ସ ବୁପା ଏବଂ ଦେଶର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ମିଳିତ ଭାବେ ଏହାର ବ୍ୟାଙ୍କାସୁରାନ୍ସ କର୍ପୋରେଟ ଏଜେନ୍ସିର ଚୁକ୍ତିନାମାର ଘୋଷଣା କରାଯାଇଛି । ଏହି ଚୁକ୍ତି ଅଧିନରେ ୨୮୦୦ ଶାଖା ନେଟୱାର୍କରେ ବିଛେଇ ହୋଇ ରହିଥିବା ଇଣ୍ଡିଆନ ବ୍ୟାଙ୍କର ୪କୋଟିରୁ ଅଧିକ ଗ୍ରାହକ ଏକ ବଡ ସଂଖ୍ୟାକ ଡିଜିଟାଲ ସ୍ପର୍ଶ ବିନ୍ଦୁ ମାଧ୍ୟମରେ ମ୍ୟାକ୍ସ ବୁପା ଗ୍ରାହକ-ପ୍ରସ୍ତୁତି ଏବଂ ବ୍ୟାପକ ସ୍ୱାସ୍ଥ୍ୟ ବୀମା ସମାଧାନ ଏବଂ ସେବା ପ୍ରଦାନ କରିବ । ସହଭାଗିତା ଦ୍ୱାରା ଦେଶରେ ବିଛେଇ ହୋଇ ରହିଥିବା ବ୍ୟାଙ୍କର ବିବିଧ ଗ୍ରାହକ ଆଧାରରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଆବଶକତା ପୁରା କରିବା ପାଇଁ ମ୍ୟାକ୍ସ ବୁପା ଅନୁକୂଳିତ ଉତ୍ପାଦ ଭିନ୍ନତା, ବ୍ୟକ୍ତି ଉତ୍ପାଦ ପ୍ରଦାନ କରିବ । କ୍ଷତିପୂର୍ଣ୍ଣ ଓ ନିଶ୍ଚିତ ଲାଭ ସହିତ ଉଭୟ ଖୁଚୁରା ଏବଂ ସମୂହ ସ୍ୱାସ୍ଥ୍ୟବୀମା ଉତ୍ପାଦ ଅଫରିଙ୍ଗରେ ସାମିଲ ହୋଇଛି । ୩୦ ମିନିଟ ଭିତରେ ନଗଦ ବିହୀନ ଦାବୀର ପ୍ରାକ-ପ୍ରାଧିକରଣ ଏବଂ ଚିକିତ୍ସିୟ ଯତ୍ନ ପାଇଁ ଦେଶର ୬୭୦୦+ ଶୀର୍ଷ ଗୁଣବତ୍ତା ହସ୍ପିଟାଲରେ ପହଞ୍ଚ ସହିତ ଇଣ୍ଡିଆନ ବ୍ୟାଙ୍କର ଗ୍ରାହକଙ୍କୁ ମ୍ୟାକ୍ସ ବୁପା ପକ୍ଷରୁ ସର୍ବକୃଷ୍ଟ ସେବା ପ୍ରଦାନ କରାଯିବ ।ଏହି ଅବସରରେ ମ୍ୟାକ୍ସ ବୁପାର ଏମଡି ଓ ସେଇଓ ଆଶିଷ ମେହରୋତ୍ରା କହିଛନ୍ତି ଯେ, “ଇଣ୍ଡିଆନ ବ୍ୟାଙ୍କ ସହିତ ଭାଗୀଦାରି କରି ଅତ୍ୟନ୍ତ ଆନନ୍ଦିତ ଏବଂ ବ୍ୟାଙ୍କର ୪ କୋଟିରୁ ଉଦ୍ଧ୍ୱର୍ ଗ୍ରାହକଙ୍କୁ ଅପେକ୍ଷାକୃତ ସୁସ୍ଥ, ଅଧିକ ସଫଳ ଜୀବନ ବଞ୍ଚିବାରେ ସାହାଯ୍ୟ କରିବା ପାଇଁ ପ୍ରତିଶ୍୍ରୁତିବଦ୍ଧ ।”ସେହିଭଳି ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏମ. କେ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, “ଇଣ୍ଡିଆନ ବ୍ୟାଙ୍କରେ ଆମର ଲକ୍ଷ୍ୟ ହେଲା ଏକ ବ୍ୟାପକ ରେଞ୍ଜର ଉତ୍ପାଦ ଏବଂ ସେବା ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ପ୍ରଦାନ କରିବ । ମ୍ୟାକ୍ସବୁପା ସହିତ ଆମର ଭାଗୀଦାରୀ ଯୋଗୁଁ ଆମର ଗ୍ରାହକମାନଙ୍କୁ ବ୍ୟାପକ ସ୍ୱାସ୍ଥ୍ୟବୀମା ସମାଧାନ ଏବଂ ସୁନିଶ୍ଚିତ ସେବା ଉକ୍ରୃଷ୍ଟ ମାନକ ପ୍ରଦାନ କରିବା ପାଇଁ ଆମେ ଆଉ ଏକ ପାଦ ଅଗ୍ରସର ହେଉଛୁ । ”ସେହିଭଳି ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭି.ଭି ସେନୋୟ କହିଛନ୍ତି ଯେ, “ମ୍ୟାକ୍ସ ବୁପା ସହିତ ଭାଗିଦାରୀ କରି ଆମେ ଖୁସି ଅଛୁ କାରଣ ଆମର ଭାଗୀଦାରୀ ମାଧ୍ୟମରେ ଗ୍ରାହକ କେନ୍ଦ୍ରିକ ଡିଜିଟାଲ ଭାବେ ସକ୍ଷମ ସ୍ୱାସ୍ଥ୍ୟ ବୀମା ଆମର ଗ୍ରାହକମାନଙ୍କୁ ପ୍ରଦାନ କରିବାରେ ସ କ୍ଷମ ହେବୁ । ”


Share It

Comments are closed.