ଅଳଙ୍କାର ଦୋକାନରୁ ବାହାରିଲା ବିଶାଳକାୟ ଅଜଗର
ହରିଦ୍ୱାରର ହର କି ପୌରୀ ନିକଟରେ ଏକ ଅଜଗର ରତ୍ନ ଓ ଶଙ୍ଖ ବିକ୍ରି କରୁଥିବା ଦୋକାନଭିତରକୁ ପଶିଯିବା ପରେ ଏକ ଅଜବ ଘଟଣା ଘଟିଛି। ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦିଆଯିବା ପରେ ତୁରନ୍ତ ଏକ କ୍ୱିକ୍ ରେସପନ୍ସ ଟିମ୍ (କ୍ୟୁଆର୍ଟି) ଘଟଣାସ୍ଥଳରେ ପହଞ୍ଚିଥିଲା। ଟିମ୍ ପ୍ରାୟ ୬ ଫୁଟ ଲମ୍ବର ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲକୁ ଛାଡ଼ି ଦେଇଥିଲେ।
Comments are closed.