ଭାରତରେ ୧୦ ବର୍ଷ ପୂର୍ତିକୁ ପାଳନ କରୁଛି ମାରୁତି ସୁଜୁକି ଇକୋ


ଭୁବନେଶ୍ୱର: ମାରୁତି ସୁଜୁକିର ବହୁମୂଖୀ ଭ୍ୟାନ୍ ଇକୋ ଭାରତରେ ୧୦ ବର୍ଷ ପୂର୍ତି ଅବସରକୁ ପାଳନ କରୁଛି । ଏକ ଦଶନ୍ଧିରୁ ଅଧିକ ସମୟ ହେବ ଏକ ସଫଳ ପରିଚାଳନା ସହିତ ଏହି ବହୁମୂଖୀ ଭ୍ୟାନ୍ ୭ ଲକ୍ଷ ୟୁନିଟ୍ ବିକ୍ରି ରେକର୍ଡ ହାସଲ କରିଛି ଏବଂ ଏହି ଭ୍ୟାନ୍ ସେଗ୍‌ମେଂଟ୍‌ରେ ୯୦% ବଜାର ଅଂଶ ସହ ଏକ ନିର୍ବିବାଦୀୟ ନେତୃତ୍ୱର ଅଧିôକାରୀ ହୋଇପାରିଛି । ନିଜର ବାସ୍ତବ ଓ ସ୍ୱତନ୍ତ୍ର ଡିଜାଇନ୍ ଏବଂ ଶକ୍ତିଶାଳୀ ପ୍ରଦର୍ଶନ ଯୋଗୁଁ ମାରୁତି ସୁଜୁକି ଇକୋ ଦେଶର ଭ୍ୟାନ୍ ସେଗ୍‌ମେଂଟ୍ ଉପରେ ଏକ ଦଶନ୍ଧିରୁ ଅଧିକ ସମୟ ହେବ ପ୍ରାଧାନ୍ୟ ବିସ୍ତାର କରିଆସୁଛି । ଭାରତର ସର୍ବାଧିକ ବିକ୍ରି ହୋଇଥିବା ମଲ୍ଟି-ପର୍ପୋଜ୍ ଭ୍ୟାନ୍ ଭାବେ ପରିଚିତ ମାରୁତି ସୁଜୁକି ଇକୋ ୩,୮୦,୦୦୦ଟଙ୍କାର ଏକ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି ।
ଇକୋ ପାରିବାରିକ ଭ୍ରମଣ ପାଇଁ ଏକ ଆଦର୍ଶ ଭ୍ୟାନ୍‌ର ସୁଖ୍ୟାତି ଅର୍ଜନ କରିଥିବା ବେଳେ ସମାନ ଭାବେ ଏକ ନିର୍ଭରଯୋଗ୍ୟ ବାଣିଜ୍ୟିକ ଯାନ ଭାବେ ମଧ୍ୟ ଲୋକପ୍ରିୟତା ହାସଲ କରିଛି । ଏହି ବହୁମୂଖୀ ଭ୍ୟାନ୍ ନିଜର ଚମତ୍କାର ମାଇଲେଜ୍‌, ବେଷ୍ଟ-ଇନ୍‌-ସେଗ୍‌ମେଂଟ୍ ଆରାମ, ସ୍ଥାନ ଓ କମ୍ ମରାମତି ଖର୍ଚ୍ଚ ସହିତ ଏକ ମଜଭୁତ ସ୍ଥିତି ସ୍ଥାପନ କରିଛି । ସର୍ବୋତମ ସୁରକ୍ଷା ପ୍ରଦାନ କରୁଥିବା ଏହି ଭ୍ୟାନ୍‌କୁ ବିବିଧ ବ୍ୟବହାର ପାଇଁ ନିର୍ମାଣ କରାଯାଇଛି । ଏହାର ବାସ୍ତବ ଡିଜାଇନ୍ ଓ ଶକ୍ତିଶାଳୀ ଫିଚର ସହିତ ଇକୋ ହେଉଛି ୨୦୧୯-୨୦ରେ ଦେଶର ସର୍ବାଧିକ ବିକ୍ରି ହୋଇଥିବା ୧୦ଟି ଶୀର୍ଷ ଯାନ ମଧ୍ୟରୁ ଗୋଟିଏ । ବାଧାହୀନ ଚାଳନା ଓ କମ୍ ମରାମତି ଖର୍ଚ୍ଚ ସହିତ ଜଡିତ ଇକୋ ବିଶେଷ କରି ଗ୍ରାମାଂଚଳ ବଜାରରେ ୬୮%ର ଏକ ଆକର୍ଷଣୀୟ ଅଭିବୃଦ୍ଧି ପ୍ରଦର୍ଶିତ କରିଛି । ଗ୍ରାହକଙ୍କ ପସନ୍ଦର ବିକଳ୍ପ ଇକୋ ବିଭିନ୍ନ ଆବଶ୍ୟକତାକୁ ସୁହାଉଥିବା ୫ସିଟର, ୭ ସିଟର, କାର୍‌ଗୋ, ଆମ୍ବୁଲାନ୍ସ ସମେତ ଏକ ବ୍ୟାପକ ରେଞ୍ଜର ୧୨ଟି ଭାରିଆଂଟ୍ ପ୍ରଦାନ କରୁଛି । ୧୦ଟି ଗୌରବମୟ ବର୍ଷର ଅତୁଳନୀୟ ବିରାସତ ସହିତ ମାରୁତି ସୁଜୁକି ଇକୋ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ନିଜର ବହୁମୂଖୀ ଫିଚରଗୁଡିକ ମାଧ୍ୟମରେ ମାରୁତି ସୁଜୁକି ପୋର୍ଟଫୋଲିଓକୁ ଅଧିକ ମଜଭୁତ କରିବା ଜାରି ରଖିଛି ।


Share It

Comments are closed.