ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ ମାଧ୍ୟମରେ ସଫଳତାର ସହିତ ୧.୫ ମିଲିୟନ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ


ଭୁବନେଶ୍ୱର: ଭାରତର ଅଗ୍ରଣୀ ସଂଗଠିତ ଡ୍ରାଇଭିଙ୍ଗ୍ ଟ୍ରେନିଙ୍ଗ୍ ସ୍କୁଲ୍‌, ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ (ଏମ୍‌ଏସ୍‌ଡିଏସ୍‌) ସୁରକ୍ଷିତ ଡ୍ରାଇଭିଙ୍ଗ୍ କ୍ଷେତ୍ରରେ ସଫଳତାର ସହିତ ୧.୫ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି । ଏମ୍‌ଏସ୍‌ଡିଏସ୍‌କୁ ଭାରତୀୟ ସଡକକୁ ସୁରକ୍ଷିତ କରିବାର ମୂଳ ପ୍ରୟାସ ସହିତ ସୃଷ୍ଟି କରାଯାଇଥିଲା । ଏମ୍‌ଏସ୍‌ଡିଏସ୍ ଏହାର ଅତ୍ୟାଧୁନିକ ପ୍ରଶିକ୍ଷଣ ପଦ୍ଧତି ମାଧ୍ୟମରେ କ୍ରମାଗତ ଭାବେ ନୂତନ ବେଂଚ୍‌ମାର୍କ ସ୍ଥିର କରିଛି ଯେଉଁଥିରେ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଡ୍ରାଇଭିଙ୍ଗ୍ ଷ୍ଟିମୁଲେଟର୍ ଏବଂ ଯତ୍ନର ସହିତ ଡିଜାଇନ୍ କରାଯାଇଥିବା ପ୍ରାକ୍ଟିକାଲ ଓ ଥିଓରିଟିକାଲ ପାଠ୍ୟକ୍ରମ ସାମିଲ ରହିଛି ।
ଏସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ମାର୍କେଟିଙ୍ଗ୍ ଓ ବିକ୍ରି), ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, \”ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ (ଏମ୍‌ଏସ୍‌ଡିଏସ୍‌)କୁ ନାଗରିକମାନଙ୍କୁ ବେଷ୍ଟ-ଇନ୍‌-କ୍ଲାସ୍ ଡ୍ରାଇଭିଙ୍ଗ ପ୍ରଶିକ୍ଷଣ ପ୍ରଦାନ କରିବାର ଲକ୍ଷ୍ୟ ସହିତ ଆରମ୍ଭ କରାଯାଇଥିଲା । ଏହା ଭାରତର ୨୩୮ଟି ସହରରେ ୪୯୨ରୁ ଅଧିକ ପ୍ରଶିକ୍ଷଣ କେନ୍ଦ୍ର ସହିତ ଦେଶର ଅଗ୍ରଣୀ ପେସାଦାର ଡ୍ରାଇଭିଙ୍ଗ ସ୍କୁଲ୍ ଶୃଙ୍ଖଳାରେ ପରିଣତ ହୋଇଛି । ଏମ୍‌ଏସ୍‌ଡିଏସ୍ ନେଟ୍‌ୱର୍କରେ ୧୪୦୦ ଜଣ ସାର୍ଟିଫାଏଡ୍ ଓ କ୍ୱାଲିଫାଏଡ୍ ଏକ୍ସପର୍ଟ ପ୍ରଶିକ୍ଷକ ରହିଛନ୍ତି । ଏମ୍‌ଏସ୍‌ଡିଏସ୍‌ରେ ଆମର ଧ୍ୟାନ ହେଉଛି ଯାନର ମୌଳିକ ମରାମତି ଓ ଜରୁରୀକାଳିନ ପରିଚାଳନା ଟେକ୍‌ନିକ୍‌ଗୁଡିକ ସମ୍ପର୍କରେ ୩୬୦ ଡିଗ୍ରୀ ଜ୍ଞାନ ସହିତ ସୁରକ୍ଷିତ ଡ୍ରାଇଭିଙ୍ଗ୍ କୌଶଳ ପ୍ରଦାନ କରି ପ୍ରତ୍ୟେକ ଆବେଦନକାରୀଙ୍କ ମଧ୍ୟରେ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ସଡକ ଆଚରଣ ସୃଷ୍ଟି କରିବା । ମୁଁ ଏହା ସେୟାର କରି ଖୁବ୍ ଆନନ୍ଦିତ ଯେ, ଏମ୍‌ଏସ୍‌ଡିଏସ୍ ମାଧ୍ୟମରେ ଆମେ ୧.୫ ମିଲିୟନରୁ ଅଧିକ ଆବେଦନକାରୀଙ୍କୁ ସୁରକ୍ଷିତ ଡ୍ରାଇଭିଙ୍ଗ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଛୁ । ଏହି ମାଇଲ୍‌ଖୁଂଟ ବୈଜ୍ଞାନିକ ଓ ଯାନ୍ତ୍ରିକ ଚାଳନା ଜ୍ଞାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।\’
ଏମ୍‌ଏସ୍‌ଡିଏସ୍ ଏକ ହାଇବ୍ରିଡ୍ ପାଠ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରୁଛି ଯେଉଁଥିରେ ଅନ୍‌-ରୋଡ୍ ଡ୍ରାଇଭିଙ୍ଗ୍ ପରିସ୍ଥିତି ଓ ବିଶେଷଜ୍ଞଙ୍କ ଦ୍ୱାରା ଶ୍ରେଣୀଗୃହ ପ୍ରଶିକ୍ଷଣ ସାମିଲ ରହିଛି । ଏହି ବିଶେଷଜ୍ଞମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ସଡକ ଆଚରଣ, ପ୍ରତିରକ୍ଷାପୂର୍ଣ୍ଣ ଡ୍ରାଇଭିଙ୍ଗ୍‌, ଗୁଡ୍ ସମାରିଟାନ୍ ଲ’, ଟ୍ରାଫିକ୍ ନିୟମ ଓ ନିର୍ଦ୍ଦେଶାବଳୀ ଆଦି ପ୍ରସଙ୍ଗରେ ଶିକ୍ଷିତ କରିବା ପାଇଁ ଟ୍ରେନିଙ୍ଗ ସେସନ୍ ପ୍ରଦାନ କରିଥାନ୍ତି । ଏମ୍‌ଏସ୍‌ଡିଏସ୍ ଦ୍ୱାରା ପ୍ରଦାନ କରାଯାଉଥିବା ପାଠ୍ୟକ୍ରମଗୁଡିକୁ ପ୍ରତ୍ୟେକ ଆବେଦନକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ପର୍ସନାଲାଇଜ୍ କରାଯାଇଛି ।


Share It

Comments are closed.