ବିଜେପିରେ ଯୋଗ ଦେବେ ସହିଦ ସିପାହୀ ଔରାଙ୍ଗଜେବଙ୍କ ବାପା


ଶୋର‌୍ୟ ଚକ୍ର ବିଜେତା ସହିଦ ସିପାହୀ ଔରାଙ୍ଗଜେବଙ୍କ ବାପା ମହମ୍ମଦ ହାଫିଜ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ୩ ଫେବୃଆରୀରେ ନରେନ୍ଦ୍ର ମୋଦିଙ୍କ କାଶ୍ମୀର ଗସ୍ତ ସମୟରେ ସେ ବିଜେପିରେ ସାମିଲ ହୋଇପାରନ୍ତି ।
ପ୍ରକାଶ ଥାଉକି ରାଇଫଲମ୍ୟାନ ଔରାଙ୍ଗଜେବଙ୍କୁ ଆତଙ୍କବାଦୀ ମାନେ ୧୮ଜୁନ ୨୦୧୮ରେ ଅପହରଣ କରି ଅତି ନିର୍ଦୟତାର ସହ ହତ୍ୟା କରିଥିଲେ । ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ସହିଦ ଔରାଙ୍ଗଜେବଙ୍କ ପରିବାର କାଶ୍ମୀର ପୁଂଛ ଜିଲ୍ଲାରେ ଅବସ୍ଥିତ । ଓøରାଙ୍ଗଜେବଙ୍କ ପିତା ମଧ୍ୟ ଜଣେ ପୂର୍ବତ୍ତନ ସିପାହୀ ଥିଲେ ଏବଂ ତାଙ୍କ ପରିବାରର ସମସ୍ତଙ୍କ ମନରେ ଦେଶଭକ୍ତିର ଉତ୍ସାହ ଭରି ରହିଛି ।
ହାଫିଜଙ୍କ ସହ ବିଜେପି ନେତା ପୂର୍ବରୁ ସାକ୍ଷାତ କରିସାରିଥିବାବେଳେ ସେ ବିଜେପିରେ ଯୋଗ ଦିଅନ୍ତୁ ବୋଲି ପ୍ରସ୍ତାବ ମଧ୍ୟ ଦେଇଥିଲେ । ସ୍ଥାନୀୟ ବିଜେପି ନେତାଙ୍କ କହିବା ଅନୁଯାୟୀ ହାଫିଜଙ୍କ ବିଜେପିରେ ଯୋଗଦାନ ଦ୍ୱାରା ବିଜେପି କାଶ୍ମୀରରେ ଅଧିକ ଶକ୍ତିଶାଳୀ ହୋଇଯିବ ।


Share It

Comments are closed.