ମାର୍କସ ଆଣ୍ଡ ସ୍ପେନସର ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋରର ଶୁଭାରମ୍ଭ


ଆଇକନିକ ବ୍ରିଟିଶ ରିଟେଲର, ମାର୍କସ ଆଣ୍ଡ ସ୍ପେନସର (ଏମ ଆଣ୍ଡ ଏସ) ପକ୍ଷରୁ ଭୁବନେଶ୍ୱରର ଏସପ୍ଲାନେଡରେ ଏହାର ପ୍ରଥମ ଷ୍ଟୋରର ଶୁଭାରମ୍ଭ କରାଯାଇଛି । ନୂତନ ୬,୭୦୦ ବର୍ଗଫୁଟ ପରିବେଷ୍ଟିତ ଏହି ଷ୍ଟୋରରେ ମାର୍କସ ଆଣ୍ଡ ସ୍ପେନସରର ଶ୍ରେଷ୍ଠ ଗୁଣବତ୍ତାର ମହିଳା ପୋଷାକ, ପୁରୁଷ ପୋଷାକ, କିଡସ ଓୟାର, ଲିଙ୍ଗେରି ଏବଂ ବ୍ରାଣ୍ଡର ଅତ୍ୟାଧୁନିକ କେଲକସନ ଗୁଡ଼ିକ ଉପଲବ୍ଧ । ଭାରତରେ ଉକ୍ତ ଷ୍ଟୋର ରିଟେଲରମାନଙ୍କର ୬୭ତମ ଷ୍ଟୋର ହୋଇଥିବାବେଳେ ଦେଶର ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଏହା ହେଉଛି ପ୍ରଥମ ଷ୍ଟୋର ।
ଏମ ଆଣ୍ଡ ଏସର ନୂତନ ଷ୍ଟୋରର ଶୁଭାରମ୍ଭ କମ୍ପାନୀର ଭାରତ ପ୍ରତି ଥିବା ପ୍ରତିଶ୍ରୁତିକୁ କ୍ରମାଗତଭାବେ ପ୍ରଦର୍ଶିତ କରୁଛି, ଯାହାକି କମ୍ପାନୀ ପାଇଁ ଏକ ଦୃତ ଅଭିବୃଦ୍ଧିଶୀଳ ଆନ୍ତର୍ଜାତୀୟ ବଜାର ହିସାବରେ ପରିଗଣିତ । ୩୨ଟି ସହରରେ ଏମ ଆଣ୍ଡ ଏସର ବର୍ତ୍ତମାନ ୬୭ଟି ଷ୍ଟୋର ରହିଥିବାବେଳେ ଏଥିରେ ୨୨ଟି ନୂତନ ଦକ୍ଷ ବଜାର ଯେପରିକି ଓøରଙ୍ଗାବାଦ, ଭୋପାଳ ଏବଂ ଅନଲାଇନ ମାଧ୍ୟମ ପ୍ରଭୁତି ଅନ୍ତର୍ଭୂକ୍ତ ।
ଭୁବନେଶ୍ୱରରେ ମାର୍କସ ଆଣ୍ଡ ସ୍ପେନସରର ଷ୍ଟୋର ଖୋଲିବାର ଅର୍ଥ ହେଉଛିକି ଗ୍ରାହକମାନେ ଅତ୍ୟାଧୁନିକ ଆନ୍ତର୍ଜାତୀୟ ଟ୍ରେଣ୍ଡ ଏବଂ ଫ୍ୟାସନର ଉତ୍ପାଦ କିଣିବାରେ ସକ୍ଷମ ହୋଇପାରିବେ । ଏମ ଆଣ୍ଡ ଏସର ଅତ୍ୟାଧୁନିକ କଲେକସନର ରେଞ୍ଜ ତଥା ମହିଳାଙ୍କ ପୋଷାକରେ ଏକ ପ୍ରିଣ୍ଟେଡ ଟି-ସାର୍ଟ ପାଇଁ ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୯୯ ଟଙ୍କା, ପୁରୁଷ ପୋଷାକରେ ସାର୍ଟ କିମ୍ବା ଟି-ସାର୍ଟ ପାଇଁ ପ୍ରାରମ୍ଭିକ ମୂଲ୍ୟ ମାତ୍ର ୯୯୯ ଟଙ୍କା, କିଡସ ଓୟାରରେ ଟପର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୩୯୯ ଟଙ୍କା, ଲିଙ୍ଗେରି ପାଇଁ ଭେଷ୍ଟର ମୂଲ୍ୟ ମାତ୍ର ୪୯୯ ଟଙ୍କା ଏବଂ ବିୟୁଟି ଉତ୍ପାଦରେ ଫ୍ଲୋରାଲ କଲେକ୍ସନ୍ ହ୍ୟାଣ୍ଡ ୱାସ ପାଇଁ ପ୍ରାରମ୍ଭିକ ୩୯୯ ଟଙ୍କା ରହିଛି ।

ଉକ୍ତ ଷ୍ଟୋର ପକ୍ଷରୁ ଭାରତୀୟ ଗ୍ରାହକଙ୍କ ପାଇଁ ମହିଳା ପରିଧାନରେ ଅତ୍ୟାଧୁନିକ ଟ୍ରେଣ୍ଡର ଏଡବ୍ଲୁ ୧୮ର ପ୍ରମୁଖ ରଙ୍ଗ ଯେପରିକି ଗୋଲାପୀ, ସବୁଜ ଏବଂ ନୀଳରେ ଚେକ ଏବଂ କ୍ଲାସିକ ସେପରେ ବସ୍ତ୍ର ଉପଲବ୍ଧ । ଏହା ସହିତ ବିସ୍ତୃତ ରେଞ୍ଜର ପରିଧାନରେ ସ୍ମାର୍ଟ ଓୟାର, ଡେନିମ, ଆଉଟଓୟାର,ସମ୍ପୂର୍ଣ୍ଣ ଫିନିସିଙ୍ଗ ସହିତ ସାଲଟୋହସରେ କିଣ୍ଟ ଓୟାର ଇତ୍ୟାଦି ରହିଛି । ଲିଙ୍ଗେରି ଏବଂ ସ୍ଲିପଓୟାର କଲେକସନରେ ଅତ୍ୟାଧୁନିକ ଷ୍ଟାଇଲର ସିଜନାଲ ରଙ୍ଗ ସହିତ କିଛି ଅତ୍ୟାଧୁନିକ ବିୟୁଟି ଉତ୍ପାଦ ରହିଛି ।
ଏହି ପରିପ୍ରେକ୍ଷୀରେ ମାର୍କସ ଆଣ୍ଡ ସ୍ପେନସରର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ, ଜେମ୍ସ ମନସନ୍ କହିଛନ୍ତିଯେ, “ଭୁବନେଶ୍ୱରରେ ଆମ୍ଭମାନଙ୍କର ପ୍ରଥମ ଷ୍ଟୋରର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ । ଏମ ଆଣ୍ଡ ଏସ ପକ୍ଷରୁ ଲଣ୍ଡନରୁ ଫ୍ୟାସନ ଉତ୍ପାଦ ଆସୁଛି ଯାହା ଷ୍ଟାଇଲିସ, ଟ୍ରେଣ୍ଡି ଏବଂ ଉଚ୍ଚଗୁଣବତ୍ତାଯୁକ୍ତ । ବହୁସଂଖ୍ୟକ ଯୁବକଙ୍କ ସହିତ ଭୁବନେଶ୍ୱର ଆଇଟି ଏବଂ ଶିକ୍ଷାର ଏକ ଗନ୍ତବ୍ୟ ସ୍ଥଳ ଯେଉଁମାନେ ଆନ୍ତର୍ଜାତୀୟ ଫ୍ୟାସନ ଟ୍ରେଣ୍ଡ ଏବଂ ଅନୁଭୂତି ପ୍ରତି ଉତ୍ସାହୀ ଥାଆନ୍ତି । ସହରରେ ବୃହତ ମଲ ଏସପ୍ଲାନେଡ ୱାନ ମାଧ୍ୟମରେ ଏହିପରି ଉଚ୍ଚ ଦକ୍ଷତାପୂର୍ଣ୍ଣ ବଜାରରେ ପ୍ରବେଶ କରିବାର ଏହା ଏକ ଉପଯୁକ୍ତ ସମୟ । ଆକର୍ଷଣୀୟ ମୂଲ୍ୟ ଏବଂ ଶ୍ରେଷ୍ଠ ଗୁଣବତ୍ତାର କପଡା ସହିତ ଭୁବନେଶ୍ୱରର ଗ୍ରାହକମାନଙ୍କ ପାଇଁ ଏମ ଆଣ୍ଡ ଏସର ଅତ୍ୟାଧୁନିକ କଲେକସନର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ ।”
ବଲିଉଡ ସେଲିବ୍ରିଟି, ଦିଶା ପାଟ୍ଟନୀ ଏମ ଆଣ୍ଡ ଏସର ଶରତ ଶୀତ ୨୦୧୮ କଲେକ୍ସନ୍ର ବର୍ଗଣ୍ଡି ପ୍ଲିଟେଡ଼୍ ସ୍କଟ୍ ସହିତ ଏକ ଲେସ୍ କ୍ୟାମିସୋଲ ପରିଧାନକରି ଖୁବ ଆକର୍ଷଣୀୟ ଦେଖାଯାଉଥିଲେ । ଏହି ଶୁଭାରମ୍ଭ ଅବସରରେ ସେ କହିଛନ୍ତି ଯେ, “ପିଲାବେଳୁ ଏମ ଆଣ୍ଡ ଏସ ବ୍ରାଣ୍ଡ ମୋର ଏକ ପ୍ରିୟ ବ୍ରାଣ୍ଡ ହୋଇ ରହିଛି, ମୁଁ ଏହି ବାସ୍ତବତାକୁ ପସନ୍ଦ କରେ କି ସେମାନେ ସମ୍ପ୍ରସାରଣ କରୁଛନ୍ତି । ଯେବେ ପାରମ୍ପରିକ ଫ୍ୟାସନ ଏବଂ ଷ୍ଟାଇଲିସ ଶୀତ ବସ୍ତ୍ର କଥା ଆସିଥାଏ ସେହି ସମୟରେ ଏମ ଆଣ୍ଡ ଏସ ବ୍ରାଣ୍ଡ ମୋର ଚୟନିତ ବ୍ରାଣ୍ଡ ହୋଇଥାଏ । ମୁଁ ସର୍ବଦା ଭଲଭାବେ ସିଲାଇ ହୋଇଥିବା ପୋଷାକ ପ୍ରତି ଆକର୍ଷିତ କାରଣ ଫିଟ ସଠିକ ରହିଥାଏ ଏବଂ ମୁଁ ଲିଓପାର୍ଡ ବହୁତ ପସନ୍ଦ କରିଥାଏ ଏବଂ କଲେକସନ ମଧ୍ୟରେ ପ୍ରିଣ୍ଟକୁ ଚେକ କରିଥାଏ । ପରିଧାନ ଆବଶ୍ୟକତା ପାଇଁ ଏହା ମୋର ପସନ୍ଦର ବ୍ରାଣ୍ଡ ଅଟେ ଏବଂ ମୁଁ ପ୍ରତ୍ୟେକଥର ଗଲେ କିଛି ଆଣିବାକୁ ପସନ୍ଦ କରିଥାଏ ।”


Share It

Comments are closed.