ପିଡିପିକୁ ଲାଗିଲା ଶକ୍ତ ଝଟକା, ବିଜେପିରେ ସାମିଲ ହେଲେ ଅନେକ ବରିଷ୍ଠ ନେତା


ନୂତନ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଘୋଷିତ ହୋଇଥିବା ଲଦାଖର ସାଂସଦ ‘ଜନ୍ମୟାଙ୍ଗ ନମଗୟାଲ’ଙ୍କ ଉପସ୍ଥିତିରେ ଜମ୍ମୁ କାଶ୍ମୀରର ଅନେକ ନେତା ବିଜେପିରେ ସାମିଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ପିଡିପି ନେତା ‘ହାଜି ଅନାୟତ ଅଲ୍ଲ୍ୀ’ ରହିଛନ୍ତି । ସୋମବାର ବିଜେପି ପକ୍ଷରୁ ଜମ୍ମୁ କାଶ୍ମୀରରେ ଏକ ମିଶ୍ର ପର୍ବ ଆୟୋଜିତ ହୋଇଥିଲା, ଯେଉଁଥିରେ ମେହେବୁବା ମୁଫ୍ତିଙ୍କ ଦଳ ପିଡିପିକୁ ଶକ୍ତ ଝଟକା ଲାଗିଛି । କାରଣ ଏହି ମିଶ୍ରଣ ପର୍ବରେ ପିଡିପିର ବରିଷ୍ଠ ନେତା ତଥା ଜମ୍ମ୍ୁ କାଶ୍ମୀର ବିଧାନ ପରିଷଦର ଅଧ୍ୟକ୍ଷ ‘ହାଜି ଅନାୟତ ଅଲ୍ଲ୍ୀ’ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗ ଦେବା ଅବସରରେ ଅଲ୍ଲୀ କହିଛନ୍ତି ଯେ, “୨ ବର୍ଷ ମଧ୍ୟରେ ଆପଣ ପରିବର୍ତ୍ତନ ଦେଖିବାକୁ ପାଇବେ । ଯେଉଁ ଲୋକମାନେ ଆଜି ବିଜେପିକୁ ବିରୋଧ କରୁଛନ୍ତି ସେମାନେ ଆଗାମୀ ଦିନରେ ବିଜେପିରେ ସାମିଲ ହେବେ । କାରଣ ଆମ ଛଡା ତାଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ ।” ହାଜି ଅନାୟତଙ୍କ ସମେତ କାର୍ଗିଲ ମୁନିସପାଲ କମିଟିର ଅଧ୍ୟକ୍ଷ ‘ଜାହିର ହୁସେନ ବାବର’ ଏବଂ ଲଦାଖ ଅଟୋନୋମସ ହିଲ ଡେଭଲପମେଣ୍ଟର ସଦସ୍ୟ ‘ଏମଡି ଅଲ୍ଲୀ ଚନ୍ଦନ’ ଓ କାର୍ଗିଲର ପିଡିପି ନେତା କାଚୋ ଗୁଲଜାର ହୁସେନ, ଅସଦୁଲ୍ଲା ମୁନସି, ଏମଡି ଇବ୍ରାହିମ ଏବଂ ତାସି ତେସରିଙ୍ଗ ଆଦି ବିଜେପି ସାମିଲ ହୋଇଛନ୍ତି ।


Share It

Comments are closed.