ପ୍ରଥମ ଏଣ୍ଡର୍ସମେଣ୍ଟ ଡିଲ ସ୍ୱାକ୍ଷର କଲେ ବିଶ୍ୱ ସୁନ୍ଦରୀ ମାନୁଷି ଚିଲ୍ଲର


ବିଶ୍ୱ ସୁନ୍ଦରୀ ମାନୁଷି ଚିଲ୍ଲର ବର୍ତ୍ତମାନ ଗହଣା ବ୍ରାଣ୍ଡ ମାଲବାର ଗୋଲ୍ଡ ଏବଂ ଡାଇମଣ୍ଡର ନୂତନ ଚେହେରା ହୋଇଛନ୍ତି । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ଏହା ତାଙ୍କର ପ୍ରଥମ ଏଣ୍ଡର୍ସମଣ୍ଟେ ଡିଲ । ହରିଆଣାର ଏହି ସୁନ୍ଦରୀ ଜଣଙ୍କ ଭାରତକୁ ଦୀର୍ଘ ୧୭ ବର୍ଷ ପରେ ବିଶ୍ୱ ସୁନ୍ଦରୀର କ୍ରାଉନ ଆଣିଥିଲେ । ସେ ବର୍ତ୍ତମାନ ଏହି ବ୍ରାଣ୍ଡର ସେବା ଏବଂ ଗ୍ଲୋବାଲ ଅଭିଯାନରେ ନୂତନ ସଦସ୍ୟ ଭାବେ ଯୋଗଦାନ କରିଛନ୍ତି ।
ଏହି ସମ୍ବନ୍ଧରେ ମାନୁଷି କହିଛନ୍ତି ଯେ, “ମୁଁ ଭାରତୀୟ ଭାବେ ଗର୍ବିତ । ମିସ ୱାର୍ଲଡ ପରେ ମାଲବାର ଗୋଲ୍ଡ ସହିଜ ଜଡିତ ହେବାରୁ ମୁଁ ଖୁବ ଉତ୍ସାହିତ ଯାହାକି ମୋ ହୃଦୟର ଖୁବ ପାଖରେ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅବସର ।”
ଏହି ସମ୍ପର୍କରେ ମାଲବାର ଗ୍ରୁପର ଅଧ୍ୟକ୍ଷ ଏମ ପି ଅହମ୍ମଦ କହିଛନ୍ତି ଯେ, “ସମଗ୍ର ବିଶ୍ୱ ଏହି ବୃଦ୍ଧିମତି ବିଶ୍ୱ ସୁନ୍ଦରୀଙ୍କ ପ୍ରତିଭା ଦେଖିଥିଲା ଯେବେ ସେ ମା ମାନେ ସର୍ବୋଚ୍ଚ ଦରମାର ଅଧିକାରୀ ବୋଲି ଉତ୍ତର ରଖିଥିଲେ । ତାଙ୍କର ହୃଦୟ ମଧ୍ୟ ଖୁବ ବିଶାଳ । ସେ ନିଜର ବିଦ୍ୟାର୍ଥୀ ଜୀବନରେ ମଧ୍ୟ ବହୁ ସାମାଜିକ କାର୍ଯ୍ୟ କରିଛନ୍ତି । ମାନୁଷି ଏବଂ ମାଲବାର ଗ୍ରୁପ ମିଳିତ ଭାବେ ସମାଜର ଉନ୍ନତି ପାଇଁ ସମାନ ଆବେଗର ବଣ୍ଟନ କରିପାରିବେ ।”


Share It

Comments are closed.