ମଣିପାଲ ହସ୍ପିଟାଲ ପକ୍ଷରୁ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଆଲୋଚନା ଶିବିର

Share It

ଭୁବନେଶ୍ୱର , ୧୫ । ୫ , ରାଜ୍ୟର ପ୍ରମୂଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ମଣିପାଲ ହସ୍ପିଟାଲ ପକ୍ଷରୁ ଓଡ଼ିଶା ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘର ସହଯୋଗରେ ଏକ ସ୍ୱାସ୍ଥ୍ୟ ଆଲୋଚନା ଏବଂ ସ୍କ୍ରିନିଂ ଶିବିର ଆୟୋଜନ କରିଥିଲେ । ଟ୍ରାଫିକ୍ ପୋଲିସ୍ ଷ୍ଟେସନ୍ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର  ବିଭିନ୍ନ ଜିଲ୍ଲାରୁ ୧୫୦ ଉର୍ଦ୍ଧ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଯୋଗଦାନ କରିଥିଲେ ।


ମଣିପାଲ ହସ୍ପିଟାଲର ଅଭିଜ୍ଞ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ହରେକୃଷ୍ଣ ସାହୁ ଏବଂ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅମ୍ଲାନ ତପନ ମହାପାତ୍ର ଯୋଗଦେଇ  ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ମନରେ ଥିବା ବିଭିନ୍ନ ହୃଦ୍‌ରୋଗ, ସ୍ନାୟୁରୋଗ ଏବଂ ଅସ୍ଥିଗତ ରୋଗ ସମ୍ପର୍କରେ ର କାରଣ, ଲକ୍ଷଣ , ଚିକିତ୍ସା ଏବଂ ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି ଅବସରରେ ଓଡ଼ିଶା ଅବସରପ୍ରାପ୍ତ ପୋଲିସ ଅଧିକାରୀ ସଂଘର ସମସ୍ତ ସଦସ୍ୟଙ୍କୁ  ମଣିପାଲ ସାଥୀ ପ୍ରିଭିଲେଜ୍ କାର୍ଡ ବିତିରଣ କରାଯାଇଥିଲା । ଯାହା ଦ୍ୱାରା ସେମାନେ ମଣିପାଲ ହସ୍ପିଟାଲରେ ବିଶେଷ ସ୍ୱାସ୍ଥ୍ୟ ସୁବିଧା ଯେପରିକି, ସେବାରେ ଅର୍ଥ ଛାଡ, ପ୍ରାଥମିକ ବୁକିଂ ଓ ୱେଲନେସ୍ କାଉନସିଲିଂର ଲାଭ ନେଇପାରିବେ । ଏହି ସମସ୍ତ ସୁବିଧା ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ସମେତ ସେମାନଙ୍କର ପରିବାର ସଦସ୍ୟମାନେ ମଧ୍ୟ ନେଇ ପାରିବେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ କଲ୍ୟାଣ ସଂଘର ଅଧ୍ୟକ୍ଷ ସୂର୍ଯ୍ୟମଣି ତ୍ରିପାଠୀ, ଭୁବନେଶ୍ୱର-କଟକ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଲ, ଡିସିପି ତପନ କୁମାର ମହାନ୍ତି, ଏସିପି ସୁଚିସ୍ମିତା ଦାସ (ଆଇ.ଟି ଓ ମିଡିଆ ସେଲ) ଉପସ୍ଥିତ ରହି ଏହି ଭଳି ସ୍ୱାସ୍ଥ୍ୟ ଆଲୋଚନା ପାଇଁ  ମଣିପାଲ ହସ୍ପିଟାଲର ଡାକ୍ତର ଏବଂ କତ୍ତୃପକ୍ଷଙ୍କୁ ଧନ୍ୟବାତ ଜଣାଇଥିଲେ ।


ଏହି ଅବସରରେ ନରସିଂହ ଭୋଲ କହିଥିଲେ, “ସେବାରେ ଜୀବନ ଦେଇବା ପରେ ଅନେକ ସମୟରେ ସ୍ୱାସ୍ଥ୍ୟ ପଛକୁ ପଡ଼ିଯାଏ,  ଅବସର ପରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ | ମଣିପାଲ ହସ୍ପିଟାଲ ଦ୍ୱାରା ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆମ ସମସ୍ତ ସଦସ୍ୟଙ୍କ ପାଇଁ ଲାଭଦାୟକ ହେବ”


ଏସିପି ସୁଚିସ୍ମିତା ଦାସ କହିଛନ୍ତି – ‘ଏହି ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର୍ ଅପରାଧ ଦେଖାଯାଉଛି ଯେ ଆମେ ସଚେତନ ହେବା ଅତିଆବଶ୍ୟକ । ମଣିପାଲ ହସ୍ପିଟାଲର ଏଭଳି ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ, ଏହା ଦ୍ୱାରା ଅବସର ପରେ ବୟସ୍କ ବ୍ୟକ୍ତି ମାନେ କିଭଳି ସୁସ୍ଥ ଜୀବନ ଅତିବାହିତ କରିପାରିବେ ସେ ସମ୍ପର୍କରେ ଡାକ୍ତରଙ୍କ ଠାରୁ ଅନେକ ପରାମର୍ଶ ମିଳିଥିବାରୁ ମଣିପାଲ ହସ୍ପିଟାଲର ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।


ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ “ଏହା ଆମ ପାଇଁ ଗର୍ବର ବିଷୟ ଯେ, ଯେଉଁମାନେ ଦେଶ ଓ ରାଜ୍ୟ ପାଇଁ ନିଷ୍ଠାର ସହିତ କାମ କରିଛନ୍ତି , ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ପାଇଁ ଆମକୁ ସୁଯୋଗ ମିଳିଛି । ଆଗାମୀ ଦିନରେ ନିଶ୍ଚିତ ଭାବରେ ଏଭଳି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୋଜନ କରି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯିବ”


Share It

Comments are closed.