ମଣିପାଲ ହସ୍ପିଟାଲକୁ ସମ୍ମାନଜନକ ଟାଇମ୍ସ ଆଇକନ ଆୱାର୍ଡ଼
ଭୁବନେଶ୍ୱର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ସମ୍ମାନଜନକ ଟାଇମ୍ସ ଆଇକନ ଆୱାର୍ଡ଼ ପ୍ରଦାନ କରା ଯାଇଛି। ଅତ୍ୟାଧୁନିକ ମଲ୍ଟି ସ୍ପେସିଆଲିଟି ସ୍ବାସ୍ଥ୍ୟ ସେବା ପ୍ରଦାନ ହେତୁ ୨୮ ତାରିଖରେ ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ଏହି ସମ୍ମାନ ଦିଆ ଯାଇଥିଲା । ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।ମଣିପାଲ ହସ୍ପିଟାଲ ଭୁବନେଶ୍ୱର ନିର୍ଦ୍ଦେଶକ ଶକ୍ତିମୟ ମହାପାତ୍ରଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।
ଏହି ବର୍ଗରେ ପୁରସ୍କୃତ ହେବାରେ ମଣିପାଲ ହସ୍ପିଟାଲ ରାଜ୍ୟର ଏକମାତ୍ର ହସ୍ପିଟାଲ୍ ପାଲଟିଛି। ଅଗ୍ରଣୀ ହସ୍ପିଟାଲ୍ ଭାବେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଏହା ଆହୁରି ସଶକ୍ତ କରିବ। ଏହି ସମ୍ମାନ ଆଗାମୀ ଦିନରେ ହସପିଟାଲକୁ ବୈଷୟିକ କୌଶଳରେ ସମୃଦ୍ଧ ହେବାରେ ସହାୟକ ହେବା। ସେହିପରି ନୂତନ ଆବିଷ୍କାର ସହ ସର୍ବଦା ରୋଗୀଙ୍କୁ ପ୍ରାଥମିକତା ଦେବା ଦିଗରେ ଏହା ସହାୟକ ମଧ୍ୟ ହେବ।
ପୁରସ୍କାର ପ୍ରଦାନ ସମାରୋହରେ ରୋଗୀସେବା କ୍ଷେତ୍ରରେ ମଣିପାଲ ହସ୍ପିଟାଲ ଭୁବନେଶ୍ଵରର ଅବଦାନକୁ ପ୍ରଶଂସା କରା ଯାଇଥିଲା। ରାଜ୍ୟରେ ରୋଗୀଙ୍କ ଧ୍ୟାନ ରଖିବାକୁ ପ୍ରାଥମିକତା ଦେଇ ଅତ୍ୟାଧୁନିକ କୌଶଳ ବ୍ୟବହାର କରୁଥିବା ମଣିପାଲ ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିଛି। ଏହି ହସ୍ପିଟାଲକୁ ସମ୍ମାନିତ କରୁଥିବାରୁ ଆମେ ଗର୍ବିତ ବୋଲି ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ କୁହା ଯାଇଥିଲା।
ମଣିପାଲ ହସ୍ପିଟାଲ ଭୁବନେଶ୍ଵରର ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଥିଲେ ହସ୍ପିଟାଲ ନିର୍ଦ୍ଦେଶକ ଶକ୍ତିମୟ ମହାପାତ୍ର। ପ୍ରତ୍ୟେକ ମୁହୂର୍ତ୍ତରେ ଆମର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ରୋଗୀସେବା କ୍ଷେତ୍ରରେ ଥିବା ପ୍ରତିବଦ୍ଧତାକୁ ଏହି ସମ୍ମାନ ଦ୍ଵିଗୁଣିତ କରିବ। ଓଡ଼ିଶାର ଜନ ସାଧାରଣଙ୍କୁ ଉତ୍ତମ ଗୁଣବତ୍ତା ଯୁକ୍ତ ଚିକିତ୍ସା ସେବା ଯୋଗାଇବାକୁ ଆମ ପ୍ରୟାସ ଆହୁରି ସଶକ୍ତ ହେବ।
ରାଜ୍ୟର ଅନ୍ୟତମ ଅତ୍ୟାଧୁନିକ ହସ୍ପିଟାଲ ଭାବରେ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ହୃଦ୍ ରୋଗ, କର୍କଟ, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅସ୍ଥି ଶଲ୍ୟ ଓ ଆଶୁ ଚିକିତ୍ସା କ୍ଷେତ୍ରରେ ଏହାର ଭୂମିକା ଜାରି ରଖିବ। ରାଜ୍ୟର ହଜାର ହଜାର ପରିବାର ପାଇଁ ରୋଗୀସେବା କ୍ଷେତ୍ରରେ ଆମେ ସବୁଠୁ ବିଶ୍ଵସ୍ତ ହସ୍ପିଟାଲ ରହିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ଏହି ସମ୍ମାନ ଦିଆ ଯାଇଥାଏ। ଉଭୟ ବ୍ୟକ୍ତିଗତ ଓ ଅନୁଷ୍ଠାନକୁ ଏହି ସମ୍ମାନ ମିଳିଥାଏ। ଏହା ସହ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଏହାର ଭୂମିକା ସର୍ବଦା ଜାରି ରଖିବ।
Comments are closed.