ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ‘ମଣିକର୍ଣ୍ଣିକା-ଦ କୁଇନ ଅଫ ଝାନସୀ’


ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ବହୁ ଚର୍ଚ୍ଚିତ ଏøତିହାସିକ ଫିଲ୍ମ ମଣିକର୍ଣ୍ଣିକା-ଦ କୁଇନ ଅଫ ଝାନସୀର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ କରାଯାଇଥିଲା । ଶୁକ୍ରବାର ଦିନ ନୂଆ ଦିଲ୍ଲୀରେ ରଷ୍ଟ୍ରପିତ ଭବନର ସାଂସ୍କୃତିକ କେନ୍ଦ୍ରରେ ଏହାର ଆୟୋଜନ କରାଯାଇଥିଲା । ଏବଂ ପରେ ମଣିକର୍ଣ୍ଣିକାର ସମ୍ପୂର୍ଣ୍ଣ ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି କୋବିନ୍ଦ ।
କୋବିନ୍ଦ ନିଜର ଟ୍ୱିଟର ଆକାଉଣ୍ଟରେ ସେହି ମୁହୁର୍ତ୍ତର କିଛି ଫଟୋ ସେୟାର କରି ଝାନସୀ ରାଣୀଙ୍କ ଏøତିହାସିକ ଜୀବନକାହାଣୀ ଉପରେ ଆଧାରିତ ମଣିକର୍ଣ୍ଣିକାର ସ୍କ୍ରିନିଙ୍ଗ ସମ୍ପର୍କରେ ଏବଂ ସେମାନଙ୍କୁ ସମ୍ମାନିତ କରିବା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କଙ୍ଗନା ରାଣାବତ୍, ମଣିକର୍ଣ୍ଣିକାର ଲେଖିକ ତଥା ସିବିଏଫସିର ଅଧ୍ୟକ୍ଷ ପ୍ରସନ୍ନ ଜୋସି ଏବଂ ଅନ୍ୟ କ୍ରିଉ ସଦସ୍ୟଙ୍କ ସହିତ ଉପସ୍ଥିତ ଥିଲେ । ଏହି ମୁହୂର୍ତ୍ତ ହିନ୍ଦି ଫିଲ୍ମ ଜଗତରେ ଏକ ଏøତିହାସିକ ମୁହୁର୍ତ୍ତ ବୋଲି ଟିମ ସଦସ୍ୟଙ୍କ ଟ୍ୱିଟରରେ ଏକ ଫଟୋ ସେୟାର କରି ଜଣାଇଥିଲେ ।

ଫିଲ୍ମଟି ବହୁ ପ୍ରକାରର ବାଦବିବାଦ ମଧ୍ୟରେ ଗତି କରୁଥିବା ବେଳେ କରଣୀ ସେନା ପକ୍ଷରୁ ଏହି ଫିଲ୍ମର କିଛି ସିନକୁ ବିରୋଧ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମଟିକୁ ସେମାନେ ବିରୋଧ କରୁନଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଫିଲ୍ମରେ କଙ୍ଗନା ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ନଜର ଆସିବା ସହିତ ସେ କ୍ରିସଙ୍କ ସହିତ ଫିଲ୍ମଟିରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏଥିରେ କଙ୍ଗନାଙ୍କ ବ୍ୟତୀତ ଟିଭିର ଚର୍ଚ୍ଚିତ କଳାକାର ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣି, ମିଷ୍ଟି, ସୁରେଷ ଓବରଏ ଏବଂ ଡ୍ୟାନି ଡେନଜେନପା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି । ଏହାର ଟ୍ରେଲର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିଥିବା ବେଳେ ଫିଲ୍ମଟି କିପରି ଏହାର ପ୍ରଭାବ ପକାଇବ ଅପେକ୍ଷା କରିଛନ୍ତି କଙ୍ଗନା ।


Share It

Comments are closed.