ମଧୁମେହ ଓ ଶ୍ୱାସରୋଗ ପାଇଁ ଆମ୍ବପତ୍ର


ଆମ୍ବ ଆମ ଶରୀର ପାଇଁ ଯେତିକି ଲାଭଦାୟକ ତାର ପତ୍ର ମଧ୍ୟ ସେତିକି ଗୁଣକାରୀ । ଛୋଟ, କଅଁଳିଆ, ସବୁଜ ଓ ଲାଲରଙ୍ଗର ଆମ୍ବପତ୍ରଗୁଡିକରେ ସ୍ୱାସ୍ଥ୍ୟପ୍ରଦ ଗୁଣ ରହିଛି । ଆମ୍ବପତ୍ର କିଛି ବିଶେଷ ଗୁଣ ବିଷୟରେ ଆସନ୍ତୁ ଜାଣିବା ।
ଶରୀରରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ – ଆମ୍ବପତ୍ରରେ ବହୁ ମାତ୍ରାରେ ଔଷଧୀୟ ଗୁଣ ରହିଛି । ମଧୁମେହ ଏବଂ ଆଜମା ଭଳି ରୋଗ କ୍ଷେତ୍ରରେ ଆମ୍ବପତ୍ର ବିଶେଷ ଲାଭଦାୟୀ ହୋଇଥାଏ । ଆମ୍ବ ପତ୍ରରେ ଆଣ୍ଟି ଡାଇବେଟିକ ଗୁଣ ରହିଛି । ଯଦି ଆପଣ ରୋଗରେ ଆକ୍ରାନ୍ତ ହେବାର ପ୍ରଥମ ଦିନରୁ ଏହାକୁ ବ୍ୟବହାର କରିବେ ତେବେ ଏହା ଅଧିକ ଲାଭଦାୟକ ହେବ ।
ସଂକ୍ରାମକ ରୋଗରୁ ମୁକ୍ତି ମିଳିଥାଏ -ଆମ୍ବପତ୍ର ବହୁ ମାତ୍ରାରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଆପଣ ଯଦି କୌଣସି ପ୍ରକାର ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତେବେ ଆମ୍ବପତ୍ରର ରସ ସେବନ କରି ରୋଗମୁକ୍ତ ମଧ୍ୟ ହୋଇପାରିବେ ।
ଶ୍ୱାସ ରୋଗ ଭଲ ହେଇଥାଏ – ଆମ୍ବପତ୍ର ଦ୍ୱାରା ମଧ୍ୟ ଶ୍ୱାସରୋଗ ମଧ୍ୟ ଭଲ ହୋଇଥାଏ । ଏହି ପତ୍ରକୁ ଚାଇନିସ ମେଡିସିନ ପ୍ରସ୍ତୁତ ସମୟରେ ବ୍ୟବହାର କରାଯାଇଥାଏ । ଶ୍ୱାସରୋଗୀ ଯଦି ଆମ୍ବପତ୍ରର ଏକ କପ ଜୁସ ସହ କିଛି ମହୁ ମିଶାଇ ସେବନ କରେ ତେବେ ଶ୍ୱାସରୋଗର ଯନ୍ତ୍ରଣାରୁ ମୁକ୍ତି ପାଇଥାଏ ।
ଭାଇରାଲ ଇନପେକସନ – ଆମ୍ବପତ୍ରରେ ବହୁତ ମାତ୍ରାରେ ଆଣ୍ଟିଅକସାଇଡ ଗୁଣ ରହିଛି, ଯାହା ଭାଇରାଲ ଇନଫେକ୍ସନ ଜନିତ ରୋଗ କ୍ଷେତ୍ରରେ ଉପକାରୀ ସାବସ୍ତ୍ୟ ହୋଇଥାଏ । ଏହି ରୋଗର ଉପଚାର ପାଇଁ ଆପଣ ଏକ ପ୍ୟାନରେ ଆମ୍ବପତ୍ରକୁ ଭଲଭାବେ ଗରମ ପାଣିରେ ଫୁଟାଇ ଦିଅନ୍ତୁ । ଏହାପରେ ସେହିପାଣିକୁ ଛାଣି ସେବନ କରନ୍ତୁ । ଅନ୍ୟଥା ଆପଣ କଅଁଳିଆ ଆମ୍ବପତ୍ରକୁ ଭଲଭାବେ ଖରାରେ ଶୁଖାଇ ଦିଅନ୍ତୁ । ପରେ ତାକୁ ଗୁଣ୍ଡ କରି ଏକ ଗ୍ଲାସ ପାଣିରେ ମିଶାଇ ପିଇବା ଦ୍ୱାରା ଆପଣ ନିଜକୁ ସୁସ୍ଥ ରଖିପାରିବେ


Share It

Comments are closed.