ନିଜ ବ୍ରେକଅଫକୁ ନେଇ ବଡ ଖୁଲାସା କଲେ ‘ପରିଣିତି ଚୋପ୍ରା’


ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ନିଜ ବ୍ରେକଅଫକୁ ନେଇ ପ୍ରଥମ ଥର ପାଇଁ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ତାଙ୍କର ବ୍ରେକଅଫ ହେଲା ସେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ଏବଂ ସେହି ଦିନଟି ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ଥିଲା ।
ପରିଣିତି ‘ଲେଡିସ ଭର୍ସେସ ରିକି ବେଲ’ ଫିଲ୍ମ ଦ୍ୱାରା ବଲିଉଡରେ ପାଦ ଥାପିଥିବାବେଳେ ଏହା ନିର୍ଦ୍ଦେଶନା ଦେଇଥିଲେ ‘ମନିଷ ଶର୍ମା’ । ଏହା ପରେ ତାଙ୍କୁ ‘ସୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହାର ନିର୍ଦ୍ଦେଶନା ମଧ୍ୟ ‘ମନିଷ ଶର୍ମା’ ଦେଇଥିଲେ । ସେହି ସମୟରେ ଏହି ଦୁଇ ଜଣଙ୍କ ଆଫେୟର ଖବର ମଧ୍ୟ ଶୁଣିବାକୁ ମିଳିଥିବାବେଳ ଏହା ବେଶ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ।
ପରିଣିତି ଏହି ବିଷୟରେ ନିଜର ଏକ୍ସ ବୟଫ୍ରେଣ୍ଡର ନାମ ନନେଇ କହିଥିଲେ ଯେ, ବ୍ରେକ ପରେ ସେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ କିନ୍ତୁ ପରେ ଧିରେ ଧିରେ ସବୁକିଛି ଠିକ ହୋଇଗଲା ।

ପରିଣିତି ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ଦୀର୍ଘ ଦିନ ହୃଦୟ ଭାଙ୍ଗିବାର ଯନ୍ତ୍ରଣାରେ ଗତି କରିସାରିଛି ଏବଂ ମୋତେ ଲାଗୁଛି, ଏହା ମୋ ସହ ପ୍ରଥମ ଥର ହୋଇଥିବ । ସଚ୍ଚୋଟତାର ସହ କହିବି, ମୁଁ ଏଥିପାଇଁ ବହୁତ ଦୁଃଖିତ ଏବଂ ଚିନ୍ତିତ ଥିଲି । ତାହା ମୋ ଜୀବନର ସବୁଠାରୁ ଖରାପ ସମୟ ଥିଲା ସେହି ସମୟରେ ମୋ ପାଇଁ ନିଜ ପରିବାରର ଆବଶ୍ୟକତା ଥିଲା”


Share It

Comments are closed.