ଓଡିଶାରେ ସଡକ ଦୁର୍ଘଟଣା ରୋକିବା ଲାଗି ଆଇଏସଆଇ ହେଲମେଟର ବ୍ୟବହାର ବାଧ୍ୟତାମୂଳକ


ଭୁବନେଶ୍ୱର: ଦେଶର ଅଗ୍ରଣୀ ସଡକ ସୁରକ୍ଷା ସଂସ୍ଥା – ଟ୍ରାକ୍ସ ଓ ଭାରତରେ ସଡକ ସୁରକ୍ଷା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା ହେଲ୍‌ମେଟ୍ ନିର୍ମାଣକାରୀ ସଂଘ ରାଜ୍ୟରେ ଯାନବାହନ ନିୟମର କଡାକଡି ଭାବେ ଲାଗୁ କରିବା ନେଇ ଓଡିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଥିରେ ଚାଳକଙ୍କ ପାଇଁ ଆଇଏସ୍‌ଆଇ ହେଲ୍‌ମେଟ୍‌ର ଉପଯୋଗକୁ ବାଧ୍ୟତାମୁଳକ କରିବା ନିୟମ ମଧ୍ୟ ସାମିଲ ରହିଛି । ରାଜ୍ୟରେ ଦୈନନ୍ଦିନ ଯାତାୟତ ପାଇଁ ଦୁଇଚକିଆ ଯାନର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖିଲେ ଏହି ପଦକ୍ଷେପ ପ୍ରଶଂସାଯୋଗ୍ୟ ଏବଂ ଏଭଳି ଏକ ସାହସିକ ପଦକ୍ଷେପ ନିଶ୍ଚିତ ରୂପେ ଦୁଇଚକିଆ ଚାଳକଙ୍କୁ ମାରାତ୍ମକ ସଡକ ଦୁର୍ଘଟଣାରୁ ରକ୍ଷା ପାଇବାରେ ସହଯୋଗ କରିବ ।
ରାଜ୍ୟ ସରକାର ଗତ ନଭେମ୍ବର ୨୮ ତାରିଖରେ ସଂଶୋଧିତ ମୋଟର ଯାନନ ଆଇନ୍ ଅଧୀନରେ ନୂଆ ଟ୍ରାଫିକ୍ ନିୟମ ଲାଗୁ କରିବାର ସମୟସୀମାରେ ୩ ମାସ ବୃଦ୍ଧି କରିଥିଲେ; ଯାହାକି ଫେବୃଆରୀ ୨୯ ତାରିଖ ୨୦୨୦ରେ ଶେଷ ହୋଇଛି । ଏହି ନିୟମ ଅନୁଯାୟୀ, ଦୁଇଚକିଆ ଯାନ ଚାଳକଙ୍କ ପାଇଁ ହେଲ୍‌ମେଟ୍ ଓ କାର୍ ଚାଳକ ତଥା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୁଳକ କରାଯାଇଛି । ୩ ମାସର ସମୟସୀମା ପରେ ମୋଟର ଯାନ ଆଇନ୍ ଅଧୀନରେ ଟ୍ରାଫିକ୍ ନିୟମ ପୁଣିଥରେ ଆଜିଠାରୁ ଅର୍ଥାତ୍ ୧ ମାର୍ଚ୍ଚ ୨୦୨୦ରେ କଡ଼ାକଡି ଭାବେ ଲାଗୁ କରାଯାଇଛି ଏବଂ ନିୟମର ପାଳନ ନକରିବା ସ୍ଥିତିରେ ଚାଲାଣ କଟାଯିବାର ନିୟମ ରହିଛି ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଉପରେ ମତ ରଖି ସମାଜସେବୀ ଓ ସଡକ ସୁରକ୍ଷା ସଂଗଠନ ଟ୍ରାକ୍ସର ସଦସ୍ୟ, ରଜ୍‌ନୀ ଗାନ୍ଧୀ କହିଛନ୍ତି, ସଡକ ଦୁର୍ଘଟଣା ତଥ୍ୟ ମୁତାବକ, ଭାରତରେ ମାରାତ୍ମକ ସଡକ ଦୁର୍ଘଟଣା କ୍ଷେତ୍ରରେ ଓଡିଶା ଦ୍ୱାଦଶ ସ୍ଥାନରେ ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୨୨୦୦୦ ସଡକ ଦୁର୍ଘଟଣା ଘଙ୍କିଛି । ୨୦୧୭ରେ ଏହି ସଂଖ୍ୟା ୧୦୮୫୫ ଓ ୨୦୧୮ରେ ୧୧୨୬୨ ରହିଥିଲା । ସେହିପରି ୨୦୧୭ରେ ଓଙ୍ଗିଶାରେ ୪୩୭୨ଟି ଓ ୨୦୧୮ରେ ୪୮୬୧ଟି ମାରାତ୍କମ ସଡକ ଦୁଘର୍ଟଣା ଘଙ୍କିଛି । ଏହାମଧ୍ୟରୁ ହେଲ୍‌ମେଟ୍ ନପିନ୍ଧିବା କାରଣରୁ ମୋଟ ୧୩୪୧ ଜଣ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୮୨ ଜଣ ଆହତ ହୋଇଛନ୍ତି ଓ ବାଇକ୍ ପଛରେ ବସିଥିବା ମୋଟ ୮୩୮ ଜଣ ଚାଳକ ପ୍ରାଣ ହରାଇଥିବା ବେଳେ ୧୯୭୦ ଜଣ ଆହତ ହୋଇଛନ୍ତି । ଦୁଇଚକିଆଯାନ ହେଲ୍‌ମେଟ୍ ନିର୍ମାତା ସଂଘର ଅଧ୍ୟକ୍ଷ ରାଜୀବ କପୁରଙ୍କ କହିବା ମୁତାବକ, ହେଲ୍‌ମେଟ୍ ପିନ୍ଧିବା ଦ୍ୱାରା ଗଭୀର ଆହତ ହେବାର ବିପଦ ୭୨% କମିଯାଇଥାଏ ଓ ମୃତ୍ୟୁ ହେବାର ବିପଦ ୩୯% କମିଯାଇଥାଏ । ଅଣ ଆଇଏସ୍‌ଆଇ ଓ ନକଲି ଆଇଏସ୍‌ଆଇ ହେଲ୍‌ାମଟ୍‌ର ଉପଯୋଗକୁ ରୋକିବା ଏକ ବଡ ସମସ୍ୟା । ଆମେ ରାଜ୍ୟ ସରକାରଙ୍କୁ ଏଦିଗରେ ସହଯୋଗ କରିବୁ ଏବଂ ରାଜ୍ୟରେ ଯେଭଳି ଆଇଏସ୍‌ଆଇ ହେଲ୍‌ମେଟ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିବ ତାହା ନିଶ୍ଚିତ କରିବୁ ।


Share It

Comments are closed.