ବାଘ ଆକ୍ରମଣରେ ଜୀବନ ହାରିଲେ ବିଶିଷ୍ଟ ପରିବେଶବିତ ‘ୱେଷ୍ଟ ମାଥ୍ୟୁସନ’


ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ପରିବେଶ ସୁରକ୍ଷାବାଦୀ ୱେଷ୍ଟ ମାଥ୍ୟୁସନଙ୍କର ବାଘ ଆକ୍ରମଣରେ ମୃତ୍ୟୁ ଘଟିଛି  ।  ସେ ବାଘଙ୍କୁ ବୁଲିବାକୁ ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରସିଦ୍ଧ ସୁରକ୍ଷାବାଦୀ ୱେଷ୍ଟ ମାଥ୍ୟୁସନଙ୍କୁ ଦୁଇ ଧଳା ବାଘ ହମଲା କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ୱେଷ୍ଟଙ୍କ ପତ୍ନୀ କହିଛନ୍ତି ଯେ ସେ ନିଜ ପତି ଓ ବାଘଙ୍କ ପଛରେ କାରରେ ଆସୁଥିଲେ । ସେ ବାଘଙ୍କ ନଜର ହଟାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ସେତେବେଳେ ବହୁତ ବିଳମ୍ବ ହୋଇସାରିଥିଲା । ୱେଷ୍ଟ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରାନ୍ତରେ ଏକ ସଫାରୀ ଲଜ ‘ଲାୟନ ଟ୍ରି ଟପ ଲଜ’ ଚଳାଉଥିଲେ । ଏହି ଘଟଣା ପରେ ବାଘୁଣୀକୁ ଅନ୍ୟ ଗେମ ଲଜକୁ ନିଆଯାଇଥିଲା । ପରେ ତାର ବ୍ୟବହାର ଦେଖି ତାକୁ ଜଙ୍ଗଲରେ ଛାଡିଦେବାକୁ ବିଚାର କରାଯାଉଛି । ବାଘୁଣୀ ପ୍ରଥମେ ଅନ୍ୟ ବାଘଙ୍କୁ ଦେଖି ଉଗ୍ର ହୋଇଯାଇଥିଲା ଏବଂ ହଠାତ ୱେଷ୍ଟଙ୍କୁ ହମଲା କରିଥିଲା । ଲୋକେ ୱେଷ୍ଟଙ୍କୁ ଅଙ୍କଲ ୱେଷ୍ଟ ଡାକନ୍ତି । ସେ ଅଙ୍କଲ ୱେଷ୍ଟ ଭାବେ ପରିଚିତ । ୱେଷ୍ଟଙ୍କ ସମ୍ପର୍କୀୟ କହିଛନ୍ତି, ବୁଧବାର ଦିନ ଏକ ଭୟଙ୍କର ଖେଳର ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ପରେ ବାଘୁଣୀକୁ ଲୁପ୍ତ ପ୍ରାୟ ପ୍ରଜାତି କେନ୍ଦ୍ରକୁ ନିଆଯାଇଛି ଏବଂ ତାକୁ ଟ୍ରାଙ୍କୁଲାଇଜରରେ ରଖାଯାଇଛି । ୱେଷ୍ଟ ବାଘ ବାଘୁଣୀଙ୍କୁ କେନଡ୍ ଶିକାରରୁ ବଞ୍ଚାଇଥିଲେ ବୋଲି କୁହାଯାଏ । କେନଡ୍ ଶିକାର ଅନ୍ତର୍ଗତ ବନ୍ୟଜନ୍ତୁଙ୍କୁ ଏକ ଆବଦ୍ଧ କ୍ଷେତ୍ରରେ ଶିକାର କରାଯାଏ । କିମ୍ବା କୌଣସି ସଂଲଗ୍ନ ଅଞ୍ଚଳରେ ଶିକାର କରାଯାଏ । ଏଥିପାଇଁ ଏମାନଙ୍କୁ ଲଜରେ ଏକ ଏନକ୍ଲୋଜରରେ ରଖାଯାଉଥିଲା । ୨୦୧୭ ମସିହାରେ ଏହି ବାଘୁଣୀ ୱେଷ୍ଟଙ୍କ ଲଜ ପାଖରେ ଥିବା ପ୍ରପର୍ଟିରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ହମଲା କରି ତାଙ୍କୁ ହତ୍ୟା କରିଥିଲା ।


Share It

Comments are closed.