ଅଳିଆ ଫିଙ୍ଗୁ ପିଙ୍ଗୁ ନିଜେ ତଳେ ପଡିଲେ ଖସି, ଭିଡିଓ ଭାଇରାଲ


ଆମେରିକାର ସାଧାରଣତଃ ସହରରେ ଗଳି ଗଳିରେ ଯେତେବେଳେ ଅଳିଆ ବୁହା ଗାଡି ଆସେ ସେତେବେଳେ ଲୋକମାନେ ଅଳିଆ ପକାଇବାକୁ ତଳକୁ ନଆସିବା ବଦଳରେ ନିଜ ନିଜର ଘରର ବାଲୁକୋନୀରେ ଠିଆ ହୋଇ ଉପରୁ ତଳକୁ ଅଳିଆ ଫିଙ୍ଗୁଥିବାର ଦେଖିବାକୁ ମିଳେ । ଏବେ ଏହି ଲୋକଙ୍କୁ କ’ଣ କୁହାଯିବ ? ତାଙ୍କ ପାଇଁ ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି । ଏହାକୁ ଦେଖି ସେହିଭଳି ଲୋକମାନଙ୍କୁ ଜଣାପଡିଯିବ ଯେ, ଏହିଭଳି କାର୍ଯ୍ୟ କରିବା କେତେ ଭୟଙ୍କର ହୋଇପାରେ ।

ଦୀପାଶୁଂ କାବରା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, “ଅଳିଆ ଫିଙ୍ଗିବାର ଅଛି, ଅଳିଆ ସହ ନିଜେ ପଡନ୍ତୁ ନାହିଁ । ଦୈନଦିନ କାର୍ଯ୍ୟରେ ଟିକିଏ ଅସାବଧାନତା ବଡ ଅଘଟଣ ଘଟାଇପାରେ । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ଏହିପରି ସର୍ଟକର୍ଟ ଠାରୁ ଦୂରେଇ ରୁହନ୍ତୁ ଏବଂ ଘରେ ଯଦି ଏଭଳି ଦୁର୍ଘଟଣା ଘଟାଇବାର ସ୍ଥାନ ଅଛି ତେବେ ଏହାକୁ ଏଡାଇ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ଯେପରି ଏକ ବଡ ପାଚୀରି ସୃଷ୍ଟି କରିବା ଭଳି । ”


Share It

Comments are closed.