ଯୁବକଙ୍କୁ ଏଲିୟନ ହେବା ନିଶା ପଡିଲା ମହଙ୍ଗା, ସୁନ୍ଦର ଚେହେରା ହୋଇଗଲା ବିକୃତ


ଦୁନିଆ ନାନା ପ୍ରକାର ଲୋକ ଅଛନ୍ତି। ଲୋକଙ୍କ ସଉକ ମଧ୍ୟ ଭିନ୍ନ ଭିନ୍ନ। ଭିନ୍ନ ଦେଖାଯିବାକୁ ଲୋକେ ବେଳେବେଳେ ଅଜବ ଅଜବ କାମ କରିପକାନ୍ତି। ଜଣେ ଯୁବକଙ୍କୁ ଏଲିୟନ ହେବା ନିଶା ଲାଗିଲା। ଏମିତି ନିଶା ଯେ ଯୁବକ ଜଣକ ନିଜ ଶରୀରର କିଛି ଜରୁରୀ ଅଙ୍ଗ କାଟିଦେଲେ। ଫ୍ରାନ୍ସର ଜଣେ ଯୁବକ ଏଲିୟନ ହେବା ନିଶାରେ ନିଜ ନାକ କାଟିଦେଲେ। ସେ ନିଜ ହାତର କିଛି ଆଙ୍ଗୁଠି ଓ ଉପର ଓଠ ମଧ୍ୟ କାଟିଦେଇଛନ୍ତି। ଫ୍ରାନ୍ସର ଏଂଥନୀ ଲୋଫ୍ରେଡୋଙ୍କୁ ଏଲିୟନ ହେବା ନିଶା ଧରିଲା। ଏଥିପାଇଁ ସେ ନିଜ ମୁହଁର କିଛି ଜରୁରୀ ଅଙ୍ଗ କାଟି ଦେଇଥିଲେ। ଏଥର ସେ ନିଜ ହାତର ଦୁଇଟି ଆଙ୍ଗୁଠି କାଟି ଦେଇଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି। ୩୩ ବର୍ଷ ବୟସ୍କ ଏଂଥନୀ ଲୋଫ୍ରେଡୋ ଏହା ପୂର୍ବରୁ ନିଜ ନାକ, କାନ ଓ ଓଠ କାଟି ଦେଇଥିଲେ. ଏବେ ସେ ନିଜ ବାମ ହାତର ଦୁଇଟି ଆଙ୍ଗୁଠି କାଟି ଦେଇଛନ୍ତି। ଏହାପରେ ସେ ମେକ୍ସିକୋ ଯାଇ ଏକ ସର୍ଜରୀ କରାଇଛନ୍ତି। ଏଲିୟନ ହେବା ଇଚ୍ଛା ପୁରା କରିବାକୁ ସେ ପୁରା ଶରୀରରେ କଳା ଟାଟୁ ମଧ୍ୟ କରିଛନ୍ତି। ବ୍ଲାକ ଏଲିୟନ ହେବାକୁ ସେ ଅନେକ ସର୍ଜରୀ ମଧ୍ୟ କରାଇଛନ୍ତି। କେବଳ ଶରୀରରେ ନୁହେଁ ବରଂ ଆଖିରେ ମଧ୍ୟ ସେ ଟାଟୁ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ସେ ଆହୁରି କିଛି ସର୍ଜରୀ କରାଇ ନିଜକୁ ବ୍ଲାକ ଏଲିୟନରେ ପରିଣତ କରିବେ। ପୂର୍ବରୁ ଏନ୍ଥନୀ ସିକ୍ୟୁରିଟି ଗାର୍ଡ ଚାକିରୀ କରୁଥିଲେ। କିନ୍ତୁ ଏହି ଚାକିରୀରେ ସେ ଖୁସି ନଥିଲେ। ଦିନେ ତାଙ୍କ ମାନଙ୍କୁ ଆସିଲା ସେ ଯେମିତି ବଞ୍ଚିବା କଥା ସେମିତି ଜିଉଁ ନାହାନ୍ତି। ଏହାପରେ ସେ ସିକ୍ୟୁରିଟି ଗାର୍ଡ ଚାକିରୀ ଛାଡି ଦେଲେ ଓ ଅଷ୍ଟ୍ରେଲିଆ ଚାଲିଗଲେ। ଏହାପରେ ସେ ନିଜକୁ ବଦଳାଇବା ଆରମ୍ଭ କରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ବଦଳି ସାରିଛନ୍ତି।


Share It

Comments are closed.