ଶୌଚାଳୟ ଭିତରୁ ବାହାରିଲା ବିରାଟକାୟ ନାଗ ସାପ


କଳ୍ପନା କଲେ ସକାଳୁ ସକାଳୁ ଆପଣଙ୍କୁ ଜୋରସେ ଲାଗୁଥିବା ଏବଂ ଆପଣ ଖଟରୁ ସିଧା ଉଠି ଟଏଲେଟ କବାଟ ଖୋଲୁ ଖୋଲୁ ଆପଣଙ୍କ ନଜର ସିଧା ପାଇଖାନା ଉପରେ ପଡିଥାଏ । ଟିକେ ଭାବିଲେ ସେହି ପାଇଖାନା ଭିତରେ ଯଦି ଏକ ବିଶାଳକାୟ ବିଷାକ୍ତ ସାପ ଲୁଚି ରହିଥିବ ତେବେ ଆପଣଙ୍କୁ କେମିତି ଲାଗିବ । ଆଜ୍ଞା ହଁ ଆମେ ଏହା କୌଣସି କାଳ୍ପନିକ କଥା ଆପଣଙ୍କୁ କହୁ ନାହୁଁ ବରଂ ଏହା ଏକ ସତ୍ୟ ଘଟଣା ।
ପ୍ରକାଶ ଥାଉକି, ବେଙ୍ଗାଲୁରୁସ୍ଥିତ ଜିପି ନଗର ୭ଟିଏଚ ଫେଜର ଏଭଳି ଏକ ଘଟଣା ଘଟିଥିବାର ଖବର ସାମନାକୁ ଆସିଛି । ଘଟଣାଟି ୯ ଜୁନର ଅଟେ । ଏଭଳି ଏକ ଘଟଣାର ରେସକିୱୁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୌଚାଳୟ ଭିତରେ ବିରାଟକାୟ ନାଗ ସାପ ଦେଖିବା ପରେ ପ୍ରଦୀପ କୁମାର ନାମକ ଜଣେ ଯୁବକ ବନ ବିଭାଗକୁ ଏହି ସଂପର୍କରେ ସୂଚନା ଦେଇଥିଲେ ।

Snake was pulled out of a toilet in India

A cobra snake was found inside a toilet bowl in India 🐍😱

In The Know Presents ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಮಂಗಳವಾರ, ಜೂನ್ 18, 2019

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, କମଡ ପାଇଖାନା ଭିତରୁ ବନ ବିଭାଗ କର୍ମଚାରୀ ଜଣକ ହାତରେ ନାଗ ସାପଟିର ପଛପଟକୁ ଧରିକି ବାହାର କରିବା ପାଇଁ ଚେଷ୍ଟା ଚଳାଛନ୍ତି କିନ୍ତୁ ସେ ଏଥିରେ ସଫଳ ହୋଇ ପାରୁ ନାହାନ୍ତି । ଏବଂ ସେ ଏହା ପରେ ଏକ ଉପକରଣ ସାହାଯ୍ୟରେ ସାପଟିକୁ ବାହାର କରୁଛନ୍ତି ଏବଂ ତାକୁ ଜଙ୍ଗଲରେ ନେଇକି ଛାଡି ଦେଉଛନ୍ତି ।


Share It

Comments are closed.