ଶୁଣିବାର କ୍ଷମତା ବଢାଇବା ପାଇଁ ବ୍ୟକ୍ତି ଜଣକ କାଟିଲେ ନିଜର ଦୁଇ କାନ


ଅଧିକାଂଶ ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ନିଜ ଶରୀରରେ ବଡି ମସାଜ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ସର୍ଜରୀ ଏବଂ ଟାଟୁ ମଧ୍ୟ କରିବାକୁ ପଛେଇ ନଥାନ୍ତି । କିନ୍ତୁ ଏପରି ଜଣେ ଲୋକ ଅଛନ୍ତି ଯିଏକି ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ କିଛି ଅଲଗା କରିବା ପାଇଁ ଏଭଳି କାରନାମା କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚଯ ର୍୍ୟ ମଧ୍ୟ ହୋଇଯିବେ ।
ପ୍ରକୃତ କଥା ଏହା ଯେ, “ଜଣେ ବ୍ୟକ୍ତି ନିଜର ଶୁଣିବାର କ୍ଷମତା ବଢାଇବା ପାଇଁ ନିଜ ଦୁଇ ପାଶ୍ୱର୍ କାନର ବାହାର ଅଂଶକୁ କାଟି ଦେଇଛନ୍ତି । ଆଜ୍ଞା ହିଁ ଏହା ସତ୍ୟ । ଏହି ବ୍ୟକ୍ତି ଜଣକର ନାମ ହେଲା ‘ଚାର୍ଲସ ବେଟଲି ’ । ବର୍ତ୍ତମାନ ଉକ୍ତ ଲୋକର କଟା କାନର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଲାଣି । ”
ଏହି ବ୍ୟକ୍ତି ଜଣକ ସ୍ୱିଡେନର ପ୍ରସିଦ୍ଧ ବଡି ମୋଡିଫିକେସନ ଆର୍ଟିଷ୍ଟ ‘ଟି ମେବ୍ରେଟ’ଙ୍କୁ ତାଙ୍କର ଦୁଇଟି କାନର ବାହାର ଅଂଶକୁ ହଟାଇବା ପାଇଁ ନିବେଦନ କରିଥିଲେ । ଏହି ସର୍ଜରୀକୁ ଇୟର ରିମୁଭାଲ ସର୍ଜରୀ କୁହାଯାଏ ।


Share It

Comments are closed.