ବାହାଘର ଦିନ ନିଜ ସ୍ତ୍ରୀକୁ ଛାଡପତ୍ର ଦେବା ପାଇଁ ଅଡି ବସିଲା ସ୍ୱାମୀ


ସାଉଦି ଆରବରେ ଜଣେ ନବବିହାହିତ ସ୍ୱାମୀ ଯେତେବେଳେ ନିଜ ସ୍ତ୍ରୀର ଚେହେରାକୁ ପ୍ରଥମ ଥର ଦେଖିଲେ, ତେବେ ସେ ସଙ୍ଗେସଙ୍ଗେ ନିଜ ସ୍ତ୍ରୀକୁ ଛାଡପତ୍ର ଦେବେ ବୋଲି ନିଷ୍ପତି ନେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ଘଟଣାଟି ତାଙ୍କର ବାହାଘର ଦିନ ରାତିରେ ହିଁ ଘଟିଥିଲା । ଉଭୟ ବିବାହ ପୂର୍ବରୁ ପରସ୍ପରର ମୁହଁ ଦେଖିନଥିଲେ, ଯେଉଁଥିପାଇଁ ଏହି ଘଟିଣା ଏତେ ପର୍ଯ୍ୟନ୍ତ ବଢିଯାଇଥିଲା ।
ସାଉଦୀ ଆରବର ମଦୀନାରେ ରହୁଥିବା ଜଣେ ବ୍ୟକ୍ତି ନିଜ ବାହାଘର ଦିନ ରାତିରେ ଯେତେବେଳେ ନିଜ ସ୍ତ୍ରୀର ଚେହେରାକୁ ପ୍ରଥମ ଥର ପାଇଁ ଦେଖିଲା ତେବେ ଘଟଣାସ୍ଥଳୀରେ ନିଜ ସ୍ତ୍ରୀକୁ ଛାଡପତ୍ର ଦେବା ପାଇଁ ନିଷ୍ପତି ନେଇଥିଲା । ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ଜଣେ ଫଟୋଗ୍ରାଫାର ବଧୁ ଜଣଙ୍କର ଫଟୋ ଉଠାଇବା ପାଇଁ ତାଙ୍କ ଓଢଣା କାଢିବା ପାଇଁ କହିଥିଲା ଏହା ପରେ ବଧୁ ଜଣକ ତାଙ୍କ ଓଢଣା କାଢି ମଧ୍ୟ ଦେଇଥିଲେ । ଯାହାକୁ ଦେଖି ବ୍ୟକ୍ତି ଜଣକ ଘଟଣାସ୍ଥଳୀରେ ରାଗି ଯାଇଥିଲେ ଏବଂ ଠିଆ ହୋଇ କହିଥିଲେ ଯେ, ‘ତୁମେ ସେଇ ଝିଅ ନୁହେଁ ଯାହାଙ୍କ ସହ ମୁଁ ବିବାହ କରିବା ପାଇଁ ଚାହୁଁଥିଲି । ମୋତେ କ୍ଷମା କରିଦିଅ ମୁଁ ତୁମ ସହ ବିବାହ କରିପାରିବି ନାହିଁ । ମୁଁ ତୁମକୁ ଏବେ ଛାଡପତ୍ର ଦେଉଛି । ’
ସ୍ଥାନୀୟ ପତ୍ରିକା ‘ଡେଲି ଓକାଜ’ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବ୍ୟକ୍ତି ଜଣଙ୍କ ମୁହଁରୁ ଏହି କଥା ଶୁଣି ବଧୁ ଜଣକ କାନ୍ଦି ପକାଇଥିଲେ । ଘଟଣାସ୍ଥଳରେ ଥିବା ସମସ୍ତ ଅତୀଥିମାନେ ବରକୁ ବୁଝାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ବର ବୁଝିବା ପାଇଁ ରାଜି ନଥିଲା ।
ମିଳିଥିବା ସୂଚନା ମୁତାବକ ବର ରାଗିଯିବାର ମୁଖ୍ୟ କାରଣ ଏହା ଯେ, ବିବାହ ପୂର୍ବରୁ କୌଣସି ବର, ବଧୁର ମୁହଁ ଦେଖନ୍ତି ନାହିଁ । କିନ୍ତୁ ବାହାଘର ଦିନ ସେ ଯେତେବେଳେ ତାଙ୍କ ମୁହଁ ଦେଖିଲେ ତାଙ୍କୁ ବହୁତ ଖରାପ ଲାଗିଥିଲା ।
ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଉକ୍ତ ବ୍ୟକ୍ତି ଜଣକର ବ୍ୟବହାରକୁ ନେଇ ନିନ୍ଦା ପ୍ରକାଶ କରିବା ସହ ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।


Share It

Comments are closed.