ଶାମୀଙ୍କ ପତ୍ନୀଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା ଅଭିଯୁକ୍ତ, ଗିରଫ କଲା ପୋଲିସ


କ୍ରିକେଟର୍‌ ମହମ୍ମଦ ଶାମୀଙ୍କ ପତ୍ନୀ ନିକଟରୁ ମୋଟ ଅଙ୍କର ଟଙ୍କା ଦାବି କରି ପୂର୍ବତନ ପରିଚାରିକା ଲଗାତର ଫୋନ୍‌ରେ ଧମକ ଦେଉଛନ୍ତି । ତାଙ୍କ ବ୍ୟକ୍ତିଗତ ଫଟୋ ଚିତ୍ର ସହ ଫୋନ ନମ୍ବର ସୋଶିଆଲ ମିଡିଆରେ ଭାଇରାଲ କରିଦେବାକୁ ସେ ଧମକ ଦେଉଛି ବୋଲି ହାସିନା ଜାହାନ୍‌ ଯାଦବପୁର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଫୋନ୍‌ ନମ୍ବରକୁ ଟ୍ରାକ୍‌ କରି ଦେବରାଜ ସରକାର ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଉକ୍ତ ଫୋନ ସମ୍ପୃକ୍ତ ବ୍ୟକ୍ତିଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହାସିନାଙ୍କ ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ମାସରୁ ତାଙ୍କ ପୂର୍ବତନ ପରିଚାରିକା ଶିଲା ସରକାର ମୋଟା ଅଙ୍କର ଟଙ୍କା ଦେବାକୁ ନିୟମିତ ଫୋନରେ ଧମକ ଦେଉଥିଲା । ବାଧ୍ୟହୋଇ ଗତ ୨୨ ତାରିଖରେ ପୁଲିସରେ ଅଭିଯୋଗ କରିଥିଲି ବୋଲି ହାସିନା କହିଛନ୍ତି । ଶିଲାକୁ ଖୋଜା ଚାଲିଛି ବୋଲି ପୁଲିସ କହିଛି ।


Share It

Comments are closed.