ଦିଲ୍ଲୀ ନିର୍ବାଚନରେ ଆପକୁ ସମର୍ଥନ ଦେଲା ଟିଏମସି


ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ତୃଣ ମୂଳ କଂଗ୍ରେସ ସମର୍ଥନ ଜଣାଇଛି । ଟିଏମସି ସାଂସଦ ଡେରେକ ଓ ବ୍ରାଇନ ଟ୍ୱିଟ କରି କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟିକୁ ଭୋଟ ଦିଅନ୍ତୁ ଏବଂ ରାଜେନ୍ଦ୍ର ନଗର ଆସନ ପାଇଁ ଆଶାୟୀ ପ୍ରାର୍ଥୀ ରାଘବ ଚଡ୍ଡାଙ୍କୁ ଭୋଟ ଦିଅନ୍ତୁ ଏହା ସହ ଅରବିନ୍ଦ କେଜ୍ରିୱାଲ ଓ ସମସ୍ତ ଆପ ଆଶାୟୀ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ । ପ୍ରକାଶ ଥାଉକି, ବୁଧବାର ଦିନ ଶିରୋମଣୀ ଅକାଳୀ ଦଳ ବିଜେପିକୁ ସମର୍ଥନ ଦେବା ନିଷ୍ପତି ନେଇଛନ୍ତି ।

ବୁଧବାର ଦିନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଶିରୋମଣୀ ଅକାଳୀ ଦଳ ପ୍ରମୁଖ ଶୁଖବୀର ସିଂହ ବାଦଲ ଏହି ସଂପର୍କରେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଅକାଳୀ ଦଳ ସିଏଏକୁ ନେଇ ନିଜ ବିଷୋଦଗାର ପ୍ରକାଶ କରି ଦିଲ୍ଲୀରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲା । ପ୍ରକାଶ ଥାଉକି, ଦିଲ୍ଲୀରେ ଗତ ବିଧାନସଭା ନିର୍ବାଚନରେ ଅକାଳୀ ଦଳ ଏବଂ ବିଜେପି ମିଳିତ ଭାବେ ନିର୍ବାଚନ ମଧ୍ୟ ଲଢିଥିଲେ ।


Share It

Comments are closed.