ମମତାଙ୍କ ମଞ୍ଚରେ ଏକାଠି ହେଲେ ୨୨ରୁ ଅଧିକ ବିରୋଧି ଦଳ ନେତା


ଆଜି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନ କ୍ରମେ ଦେଶର ସବୁଠାରୁ ବଡ ୨୨ଟି ରାଜନୈତିକ ଦଳମାନଙ୍କର ନେତା ଏକାଠି ହୋଇଛନ୍ତି । ପଶ୍ଚିମବଙ୍ଗର କଲିକତା ଠାରେ ଫାୟାର ବ୍ରିଗେଡ ପିଡିଆରେ ମୋଦି ବିରୋଧୀ ମହାମେଳୀ ଆଜି ଏକାଠି ହୋଇଛନ୍ତି । ଆଜି ଏଠାରେ ୨୦ ଅଧିକ ଜାତୀୟସ୍ତରର ନେତା ଏକାଠି ହୋଇ କେନ୍ଦ୍ରରୁ ମୋଦି ସରକାରଙ୍କୁ ହଟାଇବା ପାଇଁ ଆହ୍ୱାନ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବିଏସପି ମଧ୍ୟରେ ମେଣ୍ଟ ହେବା ପରେ ଏବେ ମମତାଙ୍କ ଏହି ବିପକ୍ଷୀ ମହାର‌୍ୟାଲି ବିରୋଧିଙ୍କୁ କଡା ଚେତାବନୀ ଦେଇପାରେ ।
ତେବେ ଏହି ମହାର‌୍ୟାଲିରେ ଜନତାଙ୍କୁ ସମ୍ବୋଧନ କରି କିଏ କ’ଣ କହିଲେ ଆସନ୍ତୁ ଜାଣିବା
୧- ମୋଦି ଏବଂ ଶାହାଙ୍କର ଏବେ ଯିବାର ସମୟ ଆସିଯାଇଛି । ୨୦୧୯ ନିର୍ବାଚନ ମୋଦି ଯିବାର ସମୟ ଅଚେ : ଅରବିନ୍ଦ କେଜ୍ରିୱାଲ
୨- ଆଜି ପଶ୍ଚିମବଙ୍ଗରେ ଯାହା ଆରମ୍ଭ ହୋଇଛି, ତାହା ସାରା ଦେଶରେ ଦେଖାଦେବ । ଲୋକ (ବିଜେପି) ଭାବୁଛନ୍ତି ଯେ, ଆମର ମହାମେଣ୍ଟ ହୋଇପାରିବ ନାହିଁ କିନ୍ତୁ ବର୍ତ୍ତମାନ ତାହା ହୋଇଯାଇଛି । ସେମାନେ(ବିଜେପି) କହୁଛନ୍ତି କି ବିରୋଧୀଙ୍କ ଅନେକ ବର ଅଛନ୍ତି, ସେଥିପାଇଁ ଜନତା ଯାହାକୁ ବାଛିବେ ସେ ପ୍ରଧାନମନ୍ତ୍ରୀ ହେବେ । ତେବେ ବିଜେପି କହିବ କି, ତାଙ୍କ ପାଖରେ ଅସଫଳ ପ୍ରଧାନମନ୍ତ୍ରୀ ଛଡା ଆଉ ତାଙ୍କ ପାଖରେ କିଏ ଅଛନ୍ତି ବୋଲି : ଅଖିଳେଶ ସିଂହ ଯାଦବ
୩- ଆମକୁ ବିଜେପିର ବିଭାଜନକାରୀ ନୀତିକୁ ହରାଇବାର ଅଛି । ମୁଁ ବିଜେପିର ନୀତି ସହ ସହମତ ନାହିଁ । ମେ ହେବାକୁ ଥିବା ନିର୍ବାଚନ ଦେଶର ସ୍ୱାଧୀନତା ନିର୍ବାଚନ ହେବ : ଏମ କେ ଷ୍ଟାଲିନ
୪- ସମସ୍ତ ଏକଜୁଟ ହେବା ନିହାତୀ ଆବଶ୍ୟକ ପରେ ଦେଖାଯିବ କିଏ ପ୍ରଧାନମନ୍ତ୍ରୀ ହେବ । ୭୦ ବର୍ଷ ପରେ ପୁଣି ଥରେ ଦେଶ ଉପରେ ବିପଦ ମାଡି ଆସିଛି । ଯଦି ଆମକୁ ଏହି ଦେଶକୁ ବଞ୍ଚାଇ ରଖିବାର ଅଛି ତେବେ ସମସ୍ତଙ୍କୁ ବଳିଦାନ ହେବାର ଆବଶ୍ୟକତା ରହିଛି : ଫାରୁକ ଅବଦୁଲ୍ଲ୍ା
୫- ଦେଶ ସଙ୍କଟରେ ଅଛି, ଚାଷୀ ଚିନ୍ତିତ ରହିଛନ୍ତି, କ୍ଷୁଦ୍ର ବ୍ୟାପାରୀ ଜିଏସିଟି ପାଇଁ ଚିନ୍ତିତ । ୭ କୋଟି ଲୋକ ବିମୁଦ୍ରିକରଣ ଏବଂ ଜିଏସିଟ ଯୋଗୁଁ ବେକାରୀ ହୋଇଛନ୍ତି : ଶରଦ ପାୱାର

ଏହି ମହାର‌୍ୟାଲିରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା, ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଶତୃଘ୍ନ ସିହ୍ନା, ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ସିଂହ ଯାଦବ, ଏମ କେ ଷ୍ଟାଲିନ, ଫାରୁକ ଅବଦୁଲ୍ଲ୍ା , ଶରଦ ପାୱାର, କୁମାରସ୍ୱାମୀ, ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ


Share It

Comments are closed.