ବିମାନ ବନ୍ଦରରେ ମୋଦିଙ୍କ ପତ୍ନୀ ଯଶୋଦାଙ୍କ ସହ ସାକ୍ଷାତ କଲେ ମମତା


ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନଙ୍କୁ କୋଲକତା ବିମାନ ବନ୍ଦରରେ ସୌଜନ୍ୟମୂଳକ ସାକ୍ଷାତ କରିବାଥିବାବେଳେ ଉଭୟ ଯଶୋଦା ଏବଂ ମମତା ପରସ୍ପରଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଜଣାଇଥିଲେ । ମିଳିଥିବା ସୂଚନା ମୁତାବକ, ଯଶୋଦା, ପଡୋଶୀ ରାଜ୍ୟ ଝାଡଖଣ୍ଡର ଧନବାଦରେ ଦୁଇ ଦିନର ଯାତ୍ରା ପରେ ସେ ରାଜ୍ୟ ବାହରକୁ ଯିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଅବସରରେ ବିମାନ ବନ୍ଦରରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ହଠାତ ଭେଟଘାଟ ହୋଇଥିଲା । ଏହି ସହ ସାକ୍ଷାତ ଅବସରରେ ମମତା, ଯଶୋଦଙ୍କ ଯାତ୍ରା ସଂପର୍କରେ ପଚାରି ବୁଝିବା ସହ ତାଙ୍କୁ ଭେଟି ସ୍ୱରୁପ ଏକ ଶାଢି ମଧ୍ୟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଝାରଖଣ୍ଡର ଧନବାଦରେ ଯଶୋଦାଙ୍କ ସଂପର୍କୀୟ ରହୁଥିବାବେଳେ ସେ ସେଠାରେ ଦୁଇଦିନ ପାଇଁ ରହଣୀ ସାରି ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ବୁଧବାର ଦିନ ମମତା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ନିଜ ରାଜ୍ୟର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ ।


Share It

Comments are closed.