ମାମାଆର୍ଥ ପକ୍ଷରୁ ଆପୋଲୋ ଫାର୍ମାସି ସହ ସହଯୋଗିତା ସ୍ଥାପନ


ଭୁବନେଶ୍ୱର: ମାମାଆର୍ଥ ବ୍ରାଣ୍ଡ୍‌ର ମାଲିକାନା ସଂସ୍ଥା ହୋନାସା କଞ୍ଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତର ଅନ୍ୟତମ ଲୋକପ୍ରିୟ ଫାର୍ମାସି ବ୍ରାଣ୍ଡ୍ ଆପୋଲୋ ଫାର୍ମାସି ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଅଧୀନରେ ଆପୋଲୋ ଫାର୍ମାସିର ସାରା ଭାରତରେ ଥିବା ୫୦୦୦ ଷ୍ଟୋର୍‌ରେ ମାମାଆର୍ଥର ପର୍ସନାଲ କେୟାର ଓ ବେବି କେୟାର ଉତ୍ପାଦ ବିକ୍ରି ହେବ । ଏହା ଫଳରେ ମାମାଆର୍ଥର ଉପସ୍ଥିତି ବଢ଼ିବ ଏବଂ ସାରା ଦେଶର ଗ୍ରାହକମାନଙ୍କ ପାଖରେ ଏହାର ଉତ୍ପାଦ ପହଂଚିପାରିବ ।
ମାମାଆର୍ଥ ହେଉଛି ଏକ ବ୍ରାଣ୍ଡ୍ ଯାହା ସୁରକ୍ଷିତ, ପ୍ରାକୃତିକ ଓ ବିଷାକ୍ତ ଉପାଦାନ ମୁକ୍ତ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିବଦ୍ଧ ଥିବା ବେଳେ ଅଭିନବ ଉତ୍ପାଦ ଜରିଆରେ ଗ୍ରାହକଙ୍କ ବିଶ୍ୱାସ ଜିତିପାରିଛି । ଆପୋଲୋ ଫାର୍ମାସି ସହିତ ଏହି ବୁଝାମଣା ବ୍ରାଣ୍ଡ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । କଂପାନି ଏହାର ଉତ୍ପାଦକୁ ଅଧିକ ଲୋକମାନଙ୍କ ପାଖରେ ପହଂଚାଇବାକୁ ଚାହୁଛି । ଉବଟାନ୍ ଫେସ୍ ୱାସ୍‌, ଅନିଅନ୍ ସାମ୍ପୁ ଓ ଶିଶୁଙ୍କ ପାଇଁ ମଏଶ୍ଚରାଇଜିଂ ସାବୁନ ଜରିଆରେ ଏହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଗ୍ରହଣୀୟ ହୋଇଛି ।
ଏହି ଅବସରରେ ହୋନାସା କଞ୍ଜ୍ୟୁମର ଲିମିଟେଡ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ବରୁଣ ଅଲଘ କହିଛନ୍ତି ଯେ, “ଆପୋଲୋ ଫାର୍ମାସି ସହିତ ହାତ ମିଳାଇ ଆମେ ଉଲ୍ଲସିତ । ଏହି ନାମ ସ୍ୱାସ୍ଥ୍ୟ ସେବା ଓ ୱେଲନେସ୍ କ୍ଷେତ୍ରରେ ବିଶ୍ୱାସ ଓ ଗୁଣାତ୍ମକ ମାନ ସହ ପରିପୂରକ ରହିଛି । ସାରା ଭାରତର ଗ୍ରାହକମାନଙ୍କ ପାଖରେ ସୁରକ୍ଷିତ ଓ ପ୍ରାକୃତିକ ଉତ୍ପାଦ ପହଂଚାଇବା ପାଇଁ ଆମ ଉଦ୍ୟମର ଏକ ବିସ୍ତାରିତ ରୂପ ହେଉଛି ଏହି ବୁଝାମଣା । ଆପୋଲୋ ଫାର୍ମାସିର ବ୍ୟାପକ ରିଟେଲ୍ ନେଟ୍‌ୱର୍କ ସହିତ ଆମେ ଅଧିକରୁ ଅଧିକ ଗ୍ରାହକମାନଙ୍କ ପାଖରେ ପହଂଚିପାରିବୁ ଯେଉଁମାନେ ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ ବିଉଟି ଓ ପର୍ସନାଲ୍ କେୟାର ଉତ୍ପାଦକୁ ଅଗ୍ରାଧିକାର ଦେଉଛନ୍ତି ।’’
ଆପୋଲୋ ଫାର୍ମାସିର ବ୍ୟବସାୟ ମୁଖ୍ୟ ଶ୍ରୀ ମାଧବ କ୍ରିଷ୍ଣା କହିଛନ୍ତି ଯେ, “ଶୁଭାରମ୍ଭ ହେବାପରଠାରୁ ମାମାଆର୍ଥ ଉତ୍ପାଦର ଚାହିଦା ଆମ ଷ୍ଟୋର୍‌ରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ଆମର ଥିବା ଷ୍ଟୋର୍‌ରେ ଏହି ବ୍ରାଣ୍ଡ୍‌ର ଉତ୍ପାଦ ଅଧିକ ବିକ୍ରି ହେଉଛି । ଏହି ସହଯୋଗିତାରେ ସମ୍ଭାବନା ରହିଛି ଏବଂ ଆମର ବିଶ୍ୱାସ ରହିଛି ଯେ ବ୍ୟବସାୟ ଆଗକୁ ବଢ଼ିବା ଜାରି ରହିବ ।’’
ମାମାଆର୍ଥ ଓ ଆପୋଲୋ ଫାର୍ମାସି ଭିତରେ ସହଯୋଗିତ ଗ୍ରାହକମାନଙ୍କ ପାଖରେ ସୁବିଧାରେ ମାମାଆର୍ଥ ଉତ୍ପାଦ ପଂହଚାଇବା ସହ ପ୍ରାକୃତିକ ଉପାଦାନରରେ ପ୍ରସ୍ତୁତ ବିଷାକ୍ତ ଉପାଦାନ ମୁକ୍ତ ବିଉଟି ଉତ୍ପାଦରେ ବ୍ରାଣ୍ଡ୍‌ର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ ।


Share It

Comments are closed.