ଅର୍ଜୁନଙ୍କୁ ରୋମାଣ୍ଟିକ କିସ୍ କରି ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ମଲ୍ଲାଇକା


ସମସ୍ତଙ୍କ ଭଳି ଏହି ଚଳିତ ନୂଆ ବର୍ଷକୁ ଖୁବ ଧୁମଧାମରେ ପାଳନ କରିଛନ୍ତି, ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲ୍ଲାଇକା ଅରୋରା ଏବଂ ଅର୍ଜୁନ କପୁର । ବର୍ଷ ୨୦୨୦କୁ ସ୍ୱାଗତ କରିବା ପାଇଁ ଦୁହେଁ ଗୋଆ ଯାଇ ନ୍ୟୁ ଇୟର ସେଲିବ୍ରେସନ ଖୁବ ଧୁମଧାମରେ ପାଳନ କରିଛନ୍ତି । ଏହି ମଧ୍ୟରେ ମଲାଇକା, ଅର୍ଜୁନଙ୍କ ସହ ଏକ ରୋମାଣ୍ଟିକ ମୂହୂର୍ତ୍ତର ଫଟୋକୁ ନିଜ ଟ୍ୱିଟରେ ସେୟାର କରିଥିବାବେଳେ ସେଥିରେ ତାଙ୍କୁ ଅର୍ଜୁନଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଛି ।

View this post on Instagram

Sun,star,light,happiness…….2020✨

A post shared by Malaika Arora (@malaikaaroraofficial) on

ମଲାଇକା ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, “ସୁର୍ଯ୍ୟ, ତାରା, ଆଲୋକ, ଖୁସି…..୨୦୨୦ ।” ଏହି ଫଟୋରେ ମଲାଇକା କିସ କରୁଥିବାବେଳେ ଅର୍ଜୁନ ସେଲଫି ନେଉଥିବାର ଦେଖିବାକୁ ମିଳିଛି ।

View this post on Instagram

Happy new year ♥️♥️

A post shared by Malaika Arora (@malaikaaroraofficial) on

ଏହା ସହ ମଲାଇକା ନିଜ ପରିବାର ଲୋକଙ୍କ ସହ ନ୍ୟୁ ଇୟର ସେଲିବ୍ରେସନ କରୁଥିବା ଅନ୍ୟ ଏକ ଫଟୋକୁ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଭଉଣୀ ଅମୃତା ଅରୋରା ସହ ମା’ଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ଅର୍ଜୁନ ଏବଂ ମଲାଇକାଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସଂପର୍କ ଗଢି ଉଠିଥିବାବେଳେ ଉଭୟଙ୍କୁ ସବୁ ଜାଗାରେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି ।


Share It

Comments are closed.