ମାଲାବର ଗ୍ରୁପ୍ ପକ୍ଷରୁ ‘ହଙ୍ଗର୍‌-ଫ୍ରି ୱାର୍ଲ୍ଡ ପ୍ରୋଗ୍ରାମ’ର ସମ୍ପ୍ରସାରଣ


ଭୁବନେଶ୍ୱର: ମାଲାବର ଗ୍ରୁପ ପକ୍ଷ୍‌ରୁ ଏହାର ସାମାଜିକ ଦାୟିତ୍ୱବୋଦ୍ଧ କାର୍ଯ୍ୟକ୍ରମ ‘ହଙ୍ଗର୍‌-ଫ୍ରି ୱାର୍ଲ୍ଡ’କୁ ଅଧିକ ସହର ଓ ଲୋକଙ୍କ ନିକଟରେ ପହଂଚିବା ପାଇଁ ଅଧିକ ସମ୍ପ୍ରସାରଣ କରାଯାଇଛି । ବର୍ତମାନ ଏହି କାର୍ଯ୍ୟକ୍ରମ ଅଧିନରେ ସର୍ବାଧିକ ୩୧୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରାଯାଉଛି, ଯାହାକୁ ମିଳିତ ଜାତିସଂଘର ‘ସଷ୍ଟେନେବୁଲ ଡେଭ୍‌ଲପ୍‌ମେଂଟ୍ ଗୋଲ୍ ୨- ଜିରୋ ହଙ୍ଗର୍‌’ ଅଭିଯାନକୁ ସମର୍ଥନ କରିବା ପାଇଁ ଆରମ୍ଭ କରାଯାଇଥିଲା । ତେବେ ସମ୍ପ୍ରସାରଣ ଯୋଜନାର ଅଂଶ ଭାବେ ଏବେ ୫୧୦୦୦ ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବିତରଣ କରାଯିବ । ଏହି ସମ୍ପ୍ରସାରଣ ଯୋଜନାକୁ ମେ’ ୨୮ ତାରିଖରେ ମାଲାବର ହେଡ୍‌କ୍ୱାଟର୍ସ (ଏମ୍‌ଏଚ୍‌କ୍ୟୁ)ରେ ବିଶ୍ୱ କ୍ଷୁଧା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଆର ମାନ୍ୟବର ରାଜ୍ୟପାଳ ପି ଏସ୍ ଶ୍ରୀଧରନ ପିଲାଇ ଔପଚାରିକ ଭାବେ ଆରମ୍ଭ କରିଛନ୍ତି ।
ମାଲାବର ଗ୍ରୁପ୍ ଅଧ୍ୟକ୍ଷ, ଏମ୍ ପି ଅହମ୍ମଦ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହିତ ବିଧାୟକ, ପି ଟି ଏ ରହିମ୍ ହଙ୍ଗର୍‌-ଫ୍ରି ୱାର୍ଲ୍ଡ ଡୋନେଶନ ଗେଟ୍‌ୱେର ଉନ୍ମୋଚନ କରିଛନ୍ତି । ସେହିପରି ଆଇପିଆର୍‌ଏଚ୍ ଦୟା ରିହାବିଲିଟେଶନ ଟ୍ରଷ୍ଟର ପ୍ରକଳ୍ପ ମୁଖ୍ୟ, ଡଃ ବାସିଥ୍ ବଡକାୟିଲ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଏବଂ ଥୋଟ୍ଟାଥିଲ ରବିନ୍ଦ୍ରନ ଅଫିସିଆଲ ନ୍ୟୁଜ୍‌ଲେଟର୍ ଶୁଭାରମ୍ଭ କରିଛନ୍ତି । ପିକେ ଗ୍ରୁପ୍‌ର ଅଧ୍ୟକ୍ଷ, ପି କେ ଅହମ୍ମଦ, ମାତୃଭୂମିର ପରିଚାଳନା ସମ୍ପାଦ. ପି ଭି ଚନ୍ଦ୍ରନ ସମ୍ବର୍ନ୍ଧନା ଦେଇଛନ୍ତି । ମାଲାବର ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, କେ ପି ବୀରାନ କୁଟ୍ଟି ଏହି ଅବସରରେ ଉପସ୍ଥିତ ରହିଥିଲେ । ମାଲାବର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସର ପରିଚାଳନା ନିର୍ଦ୍ଦେଶକ (ଇଣ୍ଡିଆ ଅପରେଶନ୍ସ), ଓ ଆସେର୍ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ମାଲାବର ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ, ନିଶାଦ ଏ କେ ଧନ୍ୟବାଦ ଅର୍ପଣ କରିଛନ୍ତି ।
ବର୍ତମାନ ଏହି କାର୍ଯ୍ୟକ୍ରମକୁ ଗଲ୍ଫ ଦେଶଗୁଡିକର କିଛି କେନ୍ଦ୍ର ବ୍ୟତୀତ ଭାରତର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୩୭ଟି ସହରରେ କାର୍ଯ୍ୟକାରୀ କରାଯାଉଛି । ଏହାର ସମ୍ପ୍ରସାରଣର ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଏବେ ୧୬ଟି ରାଜ୍ୟର ୭୦ଟି ସହରକୁ କଭର କରିବ । ଏହାଛଡା ଗ୍ରୁପ୍ ବିଶ୍ୱର ସର୍ବବୃହତ୍ ସ୍ତରର ସୁନା ଖଣି ପାଇଁ ସୁପରିଚିତ ଆଫ୍ରିକୀୟ ଦେଶ ଜାମ୍ବିଆର ସ୍କୁଲ ପିଲାମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମକୁ ଲଂଚ୍ କରିବା ଲାଗି ଯୋଜନା ରଖିଛି ।
ଏମ୍ ପି ଅହମ୍ମଦ କହିଛନ୍ତି, “ଏବେ ବି ଆମ ଚାରିପାଶ୍ୱର୍ରେ ଅନେକ ଲୋକ ରହିଛନ୍ତି ଯିଏକି ଦିନକୁ ଗୋଟିଏ ଥରର ଖାଦ୍ୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଆମେ ଏହି କାର୍ଯ୍ୟକ୍ରମକୁ ଆମ ବିଶ୍ୱରୁ କ୍ଷୁଧା ଦୂର କରିବା ପାଇଁ କଠିନ ପରିଶ୍ରମ କରୁଥିବା ଉକ୍ତ ସରକାର ଓ ଏଜେନ୍ସିମାନଙ୍କ ପାଇଁ ଛୋଟିଆ ସାହାଯ୍ୟ ଭାବେ ଲଂଚ୍ କରିଥିଲୁ ।”
ହଙ୍ଗର୍ ଫ୍ରି ୱାର୍ଲ୍ଡ ପ୍ରୋଗ୍ରାମକୁ ପ୍ରତିଷ୍ଠିତ ସାମାଜିକ କଲ୍ୟାଣକାରୀ ଏନ୍‌ଜିଓ ‘ଥାନାଲ- ଦୟା ରିହାବିଲିଟେଶନ ଟ୍ରଷ୍ଟ’ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଦକ୍ଷ ସେଫ୍‌ମାନଙ୍କ ଦ୍ୱାରା ସ୍ୱଚ୍ଛ ପରିବେଶରେ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ଆଧୁନିକ ରୋଷେଇ ଘର ସ୍ଥାପନ କରାଯାଇଛି । ମାଲାବର ଗ୍ରୁପ୍ ଓ ଥାନାଲର ସ୍ୱେଚ୍ଛାସେବୀମାନେ ରାସ୍ତାକଡ ଓ ସହରର ଗଳିକନ୍ଦିରେ ଥିବା ଅଭାବୀ ଲୋକମାନଙ୍କୁ ଚିହ୍ନଟ କରୁଛନ୍ତି ଏବଂ ସେମାନଙ୍କ ନିକଟକୁ ଖାଦ୍ୟ ପ୍ୟାକେଟ ଆଣୁଛନ୍ତି ।


Share It

Comments are closed.