ଭୋଜନ ସହିତ ଜଡ଼ିତ ଏହି ନିୟମଗୁଡ଼ିକ ନିଶ୍ଚିତ କରନ୍ତୁ ପାଳନ: ଘରେ ବଜାୟ ରହିବ ସୁଖ ଶାନ୍ତି


ଜ୍ୟୋତିଷ , ବାସ୍ତୁ ଶାସ୍ତ୍ର ଠାରୁୁ ଆରମ୍ଭ କରି ଆୟୁର୍ବେଦରେ ଖାଦ୍ୟ ପରଷିବା ଠାରୁ ଆରମ୍ଭ କରି ଅନେକ ନିୟମ ରହିଛି। ଶାସ୍ତ୍ର ଅନୁଯାୟୀ, ଘରେ ସୁଖସମୃଦ୍ଧି ସର୍ବଦା ରହିବା ପାଇଁ ମା’ଲକ୍ଷ୍ମୀଙ୍କ କୃପା ନିତାନ୍ତ ଆବଶ୍ୟକ। ସେହିପରି ଖାଦ୍ୟ ପରଷିବା ସମୟରେ କିଛି ନିୟମ ରହିଛି। ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଥାଳିରେ ଭୋଜନ ସଠିକ ନିୟମରେ ପରଷିବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ଜାଣନ୍ତୁ..

ସର୍ବପ୍ରଥମେ ଭୂମି ଉପରେ ଜଳ ଛିଞ୍ଚନ କରନ୍ତୁ। ଜଳରେ ଏକ ଗୋଲ ଆକାରର କରି ଥାଳି ରଖନ୍ତୁ। ଏହାପରେ ଥାଳିର ମଧ୍ୟ ଭାଗରେ ଭାତ, ପଲୋଉ କିମ୍ବା ହାଲୱା ରଖନ୍ତୁ। ଥାଳିର ବାମ ପଟେ ଚୋବାଇ ଗ୍ରହଣ କରୁଥିବା ଖାଦ୍ୟ ରଖନ୍ତୁ। ଡାହାଣ ପଟରେ ଖିରୀ କିମ୍ବା ଘିଅରେ ପ୍ରସ୍ତୁତ ଖାଦ୍ୟ ରଖନ୍ତୁ।

ଲୁଣର ଆବଶ୍ୟକତା ଥିଲେ ଥାଳିର ଉପର ଅଂଶରେ ମଧ୍ୟ ଭାଗରେ ରଖନ୍ତୁ। ଲୁଣର ବାମ ପାଟ ଲେମ୍ବୁ, ଆଚାର, ଟମାଟୋ ସହ ଅନ୍ୟ ଚଟଣି ରଖନ୍ତୁ। ବାମ ପଟେ ଦହି, ଡ଼ାଲି, ତରକାରୀ, ସାଲାଡ ଆଦି ରଖନ୍ତୁ।

ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଥାଳିରେ ପରଷିବା ସମୟରେ କଦାପି ୩ଟି ରୁଟି, ପୁରୀ କିମ୍ବା ପରଟା ଆଦୌ ପରଷିବା ଉଚିତ ନୁହେଁ। ଥାଳିର ଡାହାଣ ପଟେ ପାଣି ଭର୍ତ୍ତି ଗ୍ଲାସ ରଖନ୍ତୁ।

ଭୋଜନ କରିବା ସମୟରେ ସୁଖାସନରେ ବସି ଭୋଜନ କରନ୍ତୁ। କଦାପି ମଧ୍ୟ ଛିଡା ହୋଇ କିମ୍ବା ଅନ୍ୟ ଅବସ୍ଥାରେ ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
ଅନ୍ନ ଗ୍ରହଣ କରିବା ପୂର୍ବରୁ ହାତ ଯୋଡି ଦେବୀ-ଦେବତାଙ୍କୁ ପ୍ରଣାମ କରନ୍ତୁ। ଭୋଜନ ପାଇଁ ଧନ୍ୟବାଦ ଦିଅନ୍ତୁ।

ଭୋଜନ ଆରମ୍ଭ କରିବା ସମୟରେ ତିନିଟି ଭାଗ କାଢି ଦିଅନ୍ତୁ। ଗାଈ,କୁକୁର ଓ କାଉଙ୍କୁ ଏହା ଦିଅନ୍ତୁ। ମନକୁ ଶାନ୍ତ ରଖି ଖୁସିର ସହ ଭୋଜନ କରନ୍ତୁ। ଭୋଜନ କରିବା ସମୟରେ ବିରକ୍ତ କିମ୍ବା ପସନ୍ଦ ନଥିଲେ ମଧ୍ୟ ଭୋଜନକୁ ନିନ୍ଦା କରନ୍ତୁ ନାହିଁ। ଖାଦ୍ୟ ସେବନ ପରେ ଥାଳିରେ କଦାପି ହାତ ଧୁଅନ୍ତୁ ନାହିଁ। ଏହାଦ୍ୱାରା ଅନ୍ନର ଅପମାନ ହୋଇଥାଏ।


Share It

Comments are closed.