ଆଇଫ୍ୟାଲକନ ପକ୍ଷରୁ ଏହାର ନୂତନ ୱାସିଙ୍ଗମେସିନର ଶୁଭାରମ୍ଭ


ଭୁବନେଶ୍ୱର : ଆଇଫ୍ୟାଲକନ, ବ୍ରାଣ୍ଡ୮-କେଜି ଫ୍ରିଣ୍ଟ-ଲୋଡ ୱାସିଙ୍ଗ ମେସିନର ଶୁଭାରମ୍ଭ କରିଛି । ଏହି ବ୍ରାଣ୍ଡ-ନୂଆ ମେସିନ ଆପେ ଆପେ ତୃଟି ନିର୍ଣ୍ଣୟ କରିବା, ଡିଜିଟାଲ ଡିସପ୍ଲେ, ଆପେ ଆପେ ଡ୍ରମ ଖାଲି ହୋଇଯିବା ଏବଂ ହନିକଂମ୍ବ କ୍ରିଷ୍ଟାଲ ଡ୍ରମ ଭଳି ଆଧୁନିକ ବିଶେଷ ବୈଶିିଷ୍ଟରେ ସୁସଜ୍ଜିତ । ଏହା ଫ୍ଲିପକାର୍ଟରେ ୨୨,୪୯୯ ଟଙ୍କାରେ ଉପଲବ୍ଧ । ଆପେ ଆପେ ତୃଟି ନିର୍ଣ୍ଣୟ କରିବା ବୈଶିଷ୍ଟଥିବାରୁ ବ୍ୟବହାରକାରୀ ମେସିନରେ ଦେଖାଦେଇଥିବା ବୈଷୟିକ ତୃଟି ବିଷୟରେ ଜାଣିପରେ, ତେଣୁ ସମସ୍ୟା ବଢିବା ପୂର୍ବରୁ ହୋଇଥିବା ତୃଟି ସମାଧାନ କରିଦିଏ । ଆପେ ଆପେ ଡ୍ରମ ଖାଲି ହୋଇଯିବା ବୈଶିଷ୍ଟ ଥିବାରୁ ବ୍ୟବହାରୀଙ୍କୁ ନିଜ ହାତରେ ଡ୍ରମ ସଫା କରିବା ଆବଶ୍ୟକ ହୁଏ ନାହିଁ । ଡ୍ରମ ସଫା ହେବା ପ୍ରଣାଳୀ ସଂପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ଅଟେ, ତେଣୁ ସଫା କରିବା ପ୍ରଣାଳୀ ଅଧିକ ସୁବିଧାଜନକ ହୋଇଥାଏ ।
ଆଇଫ୍ୟାଲକନ ମୁଖପାତ୍ର କହିଛନ୍ତି ଯେ, “ଆଇଫ୍ୟାଲକନରେ ଆମେ ଦେଇପାରୁଥିବା ମୂଲ୍ୟରେ ହିଁ ଉପଭୋକ୍ତାମାନଙ୍କ ପାଇଁ ଉତ୍ତମ ଉତ୍ପାଦ ପ୍ରସ୍ତୁତ କରିବା ଏବଂ ଯୋଗାଣ କରିବା ପ୍ରଚେଷ୍ଟାରତ ଅଟୁ । କଞ୍ଜ୍ୟୁମର ଡୁରେବୁଲ କ୍ଷେତ୍ରରେ ଆମର ପ୍ରବେଶ ଏବଂ ଆଧୁନିକ ୱାସିଙ୍ଗ ମେସିନର ବିକ୍ରୟ ଶୁଭାରମ୍ଭ ସହିତ ଆମେ ଉପଭୋକ୍ତାଙ୍କୁ ଉଚ୍ଚମାନର ଅନୁଭବ ସୁନିଶ୍ଚିତ କରିବା ପାଇଁ ଆମେ ଉତ୍ପାଦ ଶ୍ରେଣୀରେ ବିସ୍ତାର କରିବା ପାଇଁ ମଧ୍ୟ ପ୍ରଚେଷ୍ଟା ରତ । ଏହି ନୂଆ ଉତ୍ପାଦର ବିକ୍ରୟ ସାମିଲ କରି ଆମେ ଉପଭୋକ୍ତାମାନଙ୍କୁ ଅତ୍ୟାଧୁନିକ ଉତ୍ପାଦ ଅଫର କରିବାର ପ୍ରତିଶୃତିକୁ ଦୋହରାଉଛୁ । ”


Share It

Comments are closed.