ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ ପକ୍ଷରୁ ନୂଆ ଇ-ଅଟୋ ମହିନ୍ଦ୍ରା ଉଡୋ ଉନ୍ମୋଚିତ, ପ୍ରାରମ୍ଭିକ ମୂଲ୍ୟ ୩,୫୮,୯୯୯ ଟଙ୍କା

Share It

ଭୁବନେଶ୍ୱର: ଭାରତର ଏକ ନମ୍ବର ଇଲେକ୍ଟ୍ରିକ ବାଣିଜ୍ୟିକ ଯାନ ନିର୍ମାତା ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ (ଏମଏଲଏମଏମଏଲ) ପକ୍ଷରୁ ଅତ୍ୟାଧୁନିକ ଇଲେକ୍ଟ୍ରିକ ତିନିଚକିଆ ଯାନ ‘ମହିନ୍ଦ୍ରା ଉଡୋ’ ଉନ୍ମୋଚନ କରାଯାଇଛି। ଏକ ବିମାନରୁ ଅନୁପ୍ରାଣିତ ହୋଇ ମହିନ୍ଦ୍ରା ଉଡୋକୁ ବିକାଶ କରାଯାଇଛି ଓ ତାହାକୁ ଅଟୋପ୍ଲେନ ଭାବେ ଅଭିହିତ କରାଯାଇଛି। ଡିଜାଇନ, ପ୍ରଦର୍ଶନ ଓ ଆରାମ କ୍ଷେତ୍ରରେ ଏହା ନୂତନ ମାନଦଣ୍ଡ ନିର୍ଦ୍ଧାରଣ କରିଛି। ଉଡୋ ହେଉଛି ଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ ହେଉଛି ‘ଉଡ଼ିବା’। ଏହା ଗ୍ରାହକଙ୍କ ଆକାଂକ୍ଷାକୁ ଉଡ଼ିବାକୁ ଶକ୍ତି ଦେବ ଏବଂ ସେମାନଙ୍କୁ ଜୀବନରେ ଉଚ୍ଚତମ ଶିଖରରେ ପହଂଚାଇବାରେ ସହାୟକ ହେବ। ଏହାର ପ୍ରାରମ୍ଭିକ ମୂଲ୍ୟ ୩,୫୮,୯୯୯ ଟଙ୍କା (ଏକ୍ସ ସୋରୁମ, ହାଇଦ୍ରାବାଦ) ରହିଛି।
୧୯୪୮ ପରଠାରୁ ପାରମ୍ପରିକ ଅଟୋର ଡିଜାଇନରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ଯାହା ଚାଳକ ଓ ଯାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା କରୁଛି। ମହିନ୍ଦ୍ରା ଉଡୋର ଡିଜାଇନ ଚାଳକମାନଙ୍କ ସମ୍ମାନ ବଢ଼ାଇବ, ସେମାନଙ୍କ ପେସାଦାର ଛବି ଓ ମାଲିକାନା ଅନୁଭୂତିରେ ପରିବର୍ତ୍ତନ ଆଣିବ। ମହିନ୍ଦ୍ରାର ମୁଖ୍ୟ ଡିଜାଇନ ଓ କ୍ରିଏଟିଭ ଅଫିସର-ଅଟୋ ଓ ଫାର୍ମ ସେକ୍ଟର ପ୍ରତାପ ବୋଷ ଓ ତାଙ୍କ ଟିମ ଏହି ଅଟୋକୁ ଡିଜାଇନ କରିଛନ୍ତି।
ଏହି ଅଟୋପ୍ଲେନରେ ଡ୍ରାଇଭର ଓ ଯାତ୍ରୀଙ୍କ ଆରାମକୁ ଦୃଷ୍ଟିରେ ରଖି ସିଟଗୁଡ଼ିକର ଡିଜାଇନ କରାଯାଇଛି। ଅନ୍ୟ ଯାନ ତୁଳନାରେ ଡ୍ରାଇଭର ସିଟର ଘନତ୍ୱ ୨୦% ଅଧିକ ରହିଛି ଓ ଯାତ୍ରୀଙ୍କ ସିଟ ଗୁଡ଼ିକ ପ୍ରଥମ ଶ୍ରେଣୀର ପ୍ରସ୍ତୁତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ଯଥେଷ୍ଟ ହେଡରୁମ ଓ ଲେଗରୁମ ରହିଛି। ସ୍ୱାଧୀନ ପଛ ସସପେନସନ ଓ ଡୁଆଲ ଫୋର୍କ ସାମ୍ନା ସସପେନସନ ଖାଲଖମା ଭର୍ତ୍ତି ରାସ୍ତାରେ ଗାଡ଼ିର ସ୍ଥିରତା ନିଶ୍ଚିତ କରୁଛି।
ମହିନ୍ଦ୍ରା ଉଡୋ ୨୦୦ କିମିର ରେଂଜ ପ୍ରଦାନ କରୁଛି ଯାହା ଏହି ବର୍ଗର ସବୁଠୁ ଶକ୍ତି ଅନୁକୂଳ ଗାଡ଼ି। ଏଥିରେ ଆଇପି୬୭ ରେଟେଡ ୧୧.୭ କେଡବ୍ଲ୍ୟୁଏଚର ଲାଇ-ଆୟନ ବ୍ୟାଟେରି ରହିଛି। ଏହାର ପିଏମଏସ ମୋଟର ୧୦ କେଡବ୍ଲୁ ଶକ୍ତି ଓ ୫୨ ଏନଏମ ଟର୍କ ପ୍ରଦାନ କରୁଛି। ଏଥିରେ ରିଜେନେରେଟିଭ ବ୍ରେକ ବ୍ୟବସ୍ଥା ରହିଛି ଯାହା ଏହି ଶ୍ରେଣୀରେ ପ୍ରତମ। ଏହା ବ୍ୟତୀତ ହିଲ ହୋଲ୍ଡ ଆସିଷ୍ଟ ଓ କ୍ରିପ ଭଳି ସୁବିଧା ମଧ୍ୟ୍ୟ ଏଥିରେ ରହିଛି। ଏହାର ସର୍ବାଧିକ ଘଣ୍ଟା ପ୍ରତି ବେଗ ୫୫ କିମି ରହିଛି ଯାହା ଫଳରେ ଚାଳକ ଶୀଘ୍ର ଟ୍ରିପ ଶେଷ କରିପାରିବେ।
ମହିନ୍ଦ୍ରା ଉଡୋ ଉପରେ ୧.୫ ଲକ୍ଷ କିମି କିମ୍ବା ୬ ବର୍ଷର ୱାରେଂଟି ପ୍ରଦାନ କରାଯାଉଛି। ଗାଡ଼ିରେ ଶକ୍ତିଶାଳୀ ଡ୍ରମ ବ୍ରେକ ଓ ୩୦.୪୮ ସେମି ଟ୍ୟୁବଲେସ ଟାୟାର ରହିଛି। ଏକ ଲକ୍ଷ କିମି ଯାତ୍ରା ପର୍ଯ୍ୟନ୍ତ କମ୍ପାନି ମାଗଣା ସର୍ଭିସିଂ ପ୍ରଦାନ କରିବ। ଯେଉଁ ଗ୍ରାହକମାନେ ଉଡୋ କିଣିବେ ସେମାନଙ୍କୁ ମହିନ୍ଦ୍ରା ଉଦୟ ନେକ୍ସଟ ଯୋଜନାରେ ସାମିଲ କରାଯିବ ଯାହା ୨୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ପ୍ରଦାନ କରୁଛି। ମହିନ୍ଦା ଉଡୋକୁ ଜହିରାବାଦରେ ଥିବା କାରଖାନାରେ ନିର୍ମାଣ କରାଯାଉଛି।
ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସୁମନ ମିଶ୍ର କହିଛନ୍ତି ଯେ, “ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟିରେ ଆମର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କ ଜୀବନରେ ଅର୍ଥପୂର୍ଣ୍ଣ ଉନ୍ନତି ଆଣିବା ପାଇଁ ଦୂରଦୂରାନ୍ତ ପରିବହନର ବିଦ୍ୟୁତକରଣ କରିବା। ଏହି ଶୁଭାରମ୍ଭ ରହିଛି ଆମେ ସେହି ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛୁ। ଗ୍ରାହକଙ୍କ ମତାମତ ଆଧାରରେ ନିର୍ମାଣ କରାଯାଇଥିବା ମହିନ୍ଦ୍ରା ଉଡୋ ସୁରକ୍ଷା, ଆରାମ, ଡିଜାଇନ ଓ ପ୍ରଦର୍ଶନ ଆଦି ସବୁ ବିଷୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଦୂରଦୂରାନ୍ତ ଗମନାଗମନ କେବଳ ବଂଚିରହିବାଠାରୁ ଆଗକୁ ବଢ଼ି ସମ୍ମାନରେ ପରିଣତ ହେବା ଉପରେ ଆମର ରହିଥିବା ବିଶ୍ୱାସକୁ ଏହି ଉତ୍ପାଦ ପ୍ରତିଫଳିତ କରୁଥିବା ବେଳେ ଏହି ବର୍ଗରେ ନୂତନ ମାନଦଣ୍ଡ ନିର୍ଧାରଣ କରିଛି।”


Share It

Comments are closed.