ମଇଦାନ ପରେ ଏବେ ବଡ ଫିଲ୍ମ ପରଦାରେ ଜଲୱା ଦେଖାଇବେ ଧୋନି


କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବା ପରେ ଏବେ ଏମ୍ ଏସ୍ ଧୋନି ଫିଲ୍ମରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ସେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ତଥା ଖେଳାଳି ହେବା ସହିତ ସେ ସାଉଥ ଫ୍ୟାନ୍ସଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନିଙ୍କ ତାମିଲନାଡୁରେ ଅନେକ ଫ୍ୟାନ୍ସ ଅଛନ୍ତି ଏବଂ ସେମାନେ ତାଙ୍କୁ ଥାଲା ବୋଲି କହି ଡାକନ୍ତି । ତେଣୁ ଧୋନି ଖୁବ୍ ଶୀଘ୍ର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଧୋନି ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ଅଭିନେତ୍ରୀ ନୟନ୍ତରାଙ୍କ ସହ ହାତ ମିଳାଇଛନ୍ତି। ଏହି ଫିଲ୍ମରେ ନୟନ୍ତରା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଧୋନି ତାମିଲ ଫିଲ୍ମ ପ୍ରଡ୍ୟୁସ୍ କରିବେ ଏବଂ ଏଥିରେ ସଞ୍ଜୟ ମଧ୍ୟ ତାଙ୍କ ସହିତ ରହିବେ। ଆଇପିଏଲ୍ ଶେଷ ହେବା ପରେ ଏହି ପ୍ରଜେକ୍ଟର ଅଫିସିଆଲ୍ ଘୋଷଣା କରାଯିବ। ଏହାର କିଛି ସମୟ ପରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ।


Share It

Comments are closed.