ଗାନ୍ଧୀଙ୍କର ଏହି ଉପଦେଶ ଆଣିପାରେ ଆପଣଙ୍କ ଜୀବନରେ ପରବର୍ତ୍ତନ


ମୋହନ ଦାସ କରମ ଚାନ୍ଦ ଗାନ୍ଧୀ କେବଳ ଜଣେ ମଣିଷର ନାମ ନୁହେଁ ବରଂ ସେ ଏଭଳି ବିପ୍ଲବୀ ଥିଲେ ଯାହାଙ୍କୁ ଆଦର୍ଶ ରୂପେ ମାନୁଥିବା ବ୍ୟକ୍ତି କେବେବି ନିଜ ରାସ୍ତାରେ ପଥଭ୍ରଷ୍ଟ ହୋଇ ନାହାନ୍ତି । ଗାନ୍ଧୀ ହେଉଛନ୍ତି ଏଭଳି ଜଣେ ଚରିତ୍ର ଯିଏକି ସମସ୍ତ ଭାରତୀୟଙ୍କ ଆତ୍ମାରେ ବାସ କରନ୍ତି । ଆଜି ହେଉଛି ଜାତିର ଜନକ ମାହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉତ୍ସବ । ଆଜି ତାଙ୍କର ଏହି ୧୫୦ ତମ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ ଆଡମ୍ବର ସହିତ ପାଳନ କରାଯାଉଛି । ଗୋଟେ ଧୋତି ପିନ୍ଧିଥିବା ଏବଂ ହାତରେ ଲାଠି ଧରିଥିବା ଏହି ବ୍ୟକ୍ତି ଜଣକ ଭାରତକୁ ଇଂରେଜମାନଙ୍କ ଠାରୁ ମୁକୁଳାଇ ସ୍ୱାଧୀନତା ଦେଇନଥିଲେ ବରଂ ଅହିଂସା ଏବଂ ସତ୍ୟର ମାର୍ଗରେ କିଭଳି ଯୁ୍ଦ୍ଧ ଜିତିହେବ ତାହା ଆମକୁ ଶିଖାଇଥିଲେ ।

ସେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏବି ଗାନ୍ଧୀଙ୍କ ଚରିତ୍ରକୁ ପଢିଛନ୍ତି ଏବଂ ତାଙ୍କ ନାମର ପ୍ରକୃତ ଅର୍ଥକୁ ବୁଝିଛନ୍ତି, ଭାବିନିଅ ଯେ ସେହି ବ୍ୟକ୍ତି ସମସ୍ତ ଯୁଦ୍ଧ ଜିତିଗଲା । ତେବେ ଆସନ୍ତୁ ଜାଣିବା ଗାନ୍ଧୀଜୀଙ୍କ ଏଭଳି କିଛି ଉପଦେଶ ସଂପର୍କରେ ଜାଣିବା ଯାହାକି ଆପଣଙ୍କ ଚରିତ୍ରକୁ ସମ୍ପୂର୍ଣ୍ଣ ପରବର୍ତ୍ତନ କରିଦେବ ।

ବ୍ୟକ୍ତି ନିଜର ଚିନ୍ତାଧାରା ଦ୍ୱାରା ହିଁ ନିର୍ମିତ ହୋଇଥାଏ

୧- ବ୍ୟକ୍ତି ନିଜର ଚିନ୍ତାଧାରାରୁ ହିଁ ନିର୍ମିତ ହୋଇଥାଏ, ସେ ଯାହା ଭାବିଥାଏ ତାହା ହିଁ ହୋଇଥାଏ ।
୨- ନିଜର ପ୍ରୟୋଜନ ଉପରେ ଦୃଢ ବିଶ୍ୱାସ ରଖୁଥିବା ଏକ ସକ୍ଷମ ମଣିଷ ଇତିହାସର ରୂପ ମଧ୍ୟ ବଦଳାଇପାରେ ।
୩- ଆଖି ବଦଳରେ ଆଖି ସାରା ବିଶ୍ୱକୁ ଅନ୍ଧ କରିଦେଇପାରେ ।
୪- ଅଳ୍ପ ଅଭ୍ୟାସ ବହୁତ ସାରା ଉପଦେଶ ଠାରୁ ଉକ୍ତୃଷ୍ଟ ହୋଇଥାଏ ।
୫- ସମାଜରେ ଆପଣ ଯେପରି ପରିବର୍ତ୍ତନ ଚାହୁଁଛନ୍ତି, ପ୍ରଥମେ ନିଜଠାରେ ସେହିପରି ପରିବର୍ତ୍ତନ ଆଣନ୍ତୁ
୬- ବିଶ୍ୱାସକୁ ସବୁବେଳେ ତର୍କ ସହିତ ତୁଳନା କରିବା ଆବଶ୍ୟକ, ଯେବେ ବିଶ୍ୱାସ ଅନ୍ଧ ହୋଇଯାଏ ତେବେ ତାହା ମରି ଯାଏ ।
୭- ପ୍ରଥମେ ସେ ତୁମ ଉପରେ ଧ୍ୟାନ ଦେବେ ନାହିଁ, ପରେ ସେ ତୁମ ଉପରେ ପୁଣି ହସିବେ, ଏହା ପରେ ପୁଣି ତୁମ ସହ ସେ ଲଢିବେ ଏହା ପରେ ଆପଣ ଜିତି ଯିବ ।
୮- ଯେବେ ପର୍ଯ୍ୟନ୍ତ ଭୁଲ କରିବାର ସ୍ୱତନ୍ତ୍ରତା ନାହିଁ ସେତେବେଳେ ପର୍ଯ୍ୟନ୍ତ ସ୍ୱତନ୍ତ୍ରତା କୌଣସି ବି ଅର୍ଥ ନଥାଏ ।ô
୯- ଆପଣ ଯାହା ଭାବନ୍ତି ଏବଂ ଯାହାବି କୁହନ୍ତି ତାହାକୁ କଲା ପରେ ହିଁ ଖୁସି ମିଳେ ।
୧୦- ମୌନ ସବୁଠାରୁ ସୁସ୍ଥ ଭାଷଣ ଅଟେ, ଆସ୍ତେ ଆସ୍ତେ ସାରା ଦୁନିଆ ଆପଣଙ୍କୁ ଶୁଣିବ ।


Share It

Comments are closed.