ମହାରାଷ୍ଟ୍ରରେ ଶିବସେନା ଏବଂ ଏନସିପିର ମିଳିତ ମେଣ୍ଟରେ ଗଠନ ହେବ ସରକାର, ବାହ୍ୟ ସମର୍ଥନ ଦେବେ କଂଗ୍ରେସ !


ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ବିଜେପି ଏବଂ ଶିବସେନା ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଥିବାବେଳେ ଅନ୍ୟପଟେ ଏହା ଶୁଣିବାକୁ ମଧ୍ୟ ମିଳୁଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଶିବସେନା ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଢିପାରନ୍ତି ଏବଂ କଂଗ୍ରେସ ତାଙ୍କୁ ବାହ୍ୟ ସମର୍ଥନ କରିପାରେ ।
ମିଳିଥିବା ସୂଚନା ମୁତାବକ, ଏନସିପି, ଶିବସେନା ସହ ମିଶିକରି ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଅନ୍ୟପଟେ କଂଗ୍ରେସ ବାହ୍ୟ ସମର୍ଥନ ଦେବା ପାଇଁ ପ୍ରସ୍ତୁତ ଅଛି ଯେଉଁଥିପାଇଁ ତାଙ୍କୁ ବିଧାନସଭା ଅଧ୍ୟକ୍ଷ ପଦବୀ ମଧ୍ୟ ପାରେ ବୋଲି ସୂଚନା ମିଳିଛି । ଏହାକୁ ନେଇ ଏନସିପିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶିବସେନା ଏବଂ ବିଜେପି ମଧ୍ୟରେ ଥିବା ମେଣ୍ଟ ଭାଙ୍ଗିବା ଦ୍ୱାରା ଏହି ସମସ୍ତ ଯୋଜନା ସମ୍ଭବ ହୋଇପାରେ ।
ଏନସିପିର ବରିଷ୍ଠ ନେତା ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ ୧୯୯୫ରେ ବିଜେପି ଏବଂ ଶିବସେନା ଦ୍ୱାରା ଆପଣାଯାଇଥିବା ଫର୍ମୁଲାକୁ ପ୍ରସ୍ତାବିତ କରିଛୁ । ଯେଉଁଥିରେ ଶିବସେନାର ମୁଖ୍ୟମନ୍ତ୍ରୀ ପଦବୀ ଥିବାବେଳେ ବିଜେପିର ଉପ-ମୁଖ୍ୟମନ୍ତ୍ରୀ ପଦବୀ ଥିଲା । ଶିବସେନା ପକ୍ଷରୁ ନାମିତ ବ୍ୟକ୍ତିକୁ ମୁଖ୍ୟମନ୍ତ୍ରୀ ପଦବୀ ଦିଆଯିବ ଏବଂ ଏନସିପି ପକ୍ଷରୁ ନାମିତ ବ୍ୟକ୍ତିଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦିଆଯିବ ।”


Share It

Comments are closed.