ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ ଲେଖିଲେ ମୁସଲମାନ ଛାତ୍ର, ଗିରଫ କଲା ପୁଲିସ


ବିଜେପିରୁ ନିଳମ୍ୱିତ ହୋଇଥିବା ନୂପୁର ଶର୍ମାଙ୍କ ମାମଲା ଥମିବାର ନା ନେଉନି। ଏବେ ପୁଣି ମହାରାଷ୍ଟ୍ରର ଭିମ୍ୱଡ଼ିରୁ ଜଣେ ମୁସଲମାନ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ଅଭିଯୋଗ ରହିଛି ଯେ ସେ ନୂପୁର ଶର୍ମାଙ୍କ ପୋଷ୍ଟକୁ ସମର୍ଥନ କରି ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ ମୁଁ କୌଣସି ଧର୍ମ ବିଶେଷକୁ ସମର୍ଥନ କରେନାହିଁ। ଏନେଇ ପୁଲିସ କହିଛି ଯେ ଅଭିଯୁକ୍ତ ଯୁବକଙ୍କ ନାଁ ସାଦ୍ ଅଶଫାକ ଆନସାରୀ ସେ ଇଞ୍ଜିନିୟରିଂ ଛାତ୍ର ।

ସାଦ ଅଶଫାକଙ୍କ ଉପରେ ଅଭିଯୋଗ ରହିଛି ଯେ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ପୈଙ୍ଗମ୍ୱରଙ୍କ ଉପରେ ବିବାଦୀୟ ଟିପ୍ପଣି ଦେଇଥିବା ନୂପୁର ଶର୍ମାଙ୍କ ସମର୍ଥନରେ ଲେଖାଯାଇଥିଲା। ଅଭିଯୋଗ ରହିଛି ଯେ ଯୁବକଙ୍କ ଟିପ୍ପଣି ଅନ୍ୟ ସମ୍ପ୍ରଦାୟର ଭାବନାକୁ ଆହତ କରୁଛି।

ତେବେ ସାଦଙ୍କ ପୋଷ୍ଟ ଭାଇରାଲ ହେବା ପରେ ମୁସଲମାନ ସମ୍ପ୍ରଦାୟ ଲୋକ ଏକାଠି ହୋଇ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେଠାରେ ସାଦ୍‌ଙ୍କୁ ବଳ ପୂର୍ବକୁ କ୍ଷମା ପ୍ରାର୍ଥନା କରେଇବା ସହ କଲମା ପଢ଼ିବା ପାଇଁ କୁହାଯାଇଥିଲା। ସାଦ୍‌ଙ୍କ କହିବା କଥା ହେଲା ଯେ ସେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ସମ୍ପ୍ରଦାୟକୁ ସମର୍ଥନ କରନ୍ତି ନାହିଁ। ସେ କହିଛନ୍ତି ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଉଛି।


Share It

Comments are closed.