ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ : ଶପଥ ନେଲେ ୧୮ ମନ୍ତ୍ରୀ


ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ।

ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆଜି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି। ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଜେପିରୁ ୯ ଜଣ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୯ ଜଣ ରହିଛନ୍ତି । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବସୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ ।

୧୮ ମନ୍ତ୍ରୀ

ରାଧାକୃଷ୍ଣ ବିଧେ ପାଟିଲ, ସୁଧୀର ମୁନଗଣ୍ତିବାର, ଚନ୍ଦ୍ରକାନ୍ତ ପାଟିଲ, ବିଜୟ କୁମାର ଗାବିତ, ଗିରୀଶ ମହାଜନ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋର, ସୁରେଶ ଖାଡେ, ସନ୍ଦୀପନ ଭୁମରେ, ଉଦୟ ସାଓ୍ୱନ୍ତ, ତାନାଜୀ ସାଓ୍ୱନ୍ତ, ରବୀନ୍ଦ୍ର ଚୌହାନ, ଅବ୍ଦୁଲ ସତ୍ତାର, ଦୀପକ କାସରକର, ଅତୁଲ ସାବେ, ସମ୍ଭୁରାଜ ଦେଶାଇ ଓ ମଙ୍ଗଲ ପ୍ରଭାତ ଲୋଢା

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିର କ୍ଷମତା ପରିବର୍ତ୍ତନ ପରେ ଶିବସେନା ବିଧାୟକ ଶିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଜୁନ୍‌ ୩୦ ତାରିଖରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବା ପରେ ଫଡ଼ନାଭିସ ଅସନ୍ତୋଷ ଥିବା କୁହାଯାଉଥିଲା। ଏଥିପାଇଁ ମନ୍ତ୍ରୀମଣ୍ଡଳ ଗଠନ ନେଇ ସହମତି ହୋଇପାରୁ ନଥିଲା। ସେବେଠାରୁ ଦୁଇ ନେତା ମାତ୍ର ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ ସରକାର ଗଠନ କରିଥିଲେ। ଯାହାକୁ ନେଇ ଉଭୟ ନେତାଙ୍କୁ ବିରୋଧୀଙ୍କ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।


Share It

Comments are closed.