ସାଂସଦ ରାମଗୋପାଲ ଯାଦବଙ୍କ ଦାବୀ, ମହାକୁମ୍ଭ ମେଳାରେ ହଜାର ହଜାର ସଂଖ୍ୟକ ଲୋକେ ମରିଛନ୍ତି

Share It

ରାମଗୋପାଲ ଯାଦବ ଅଭିଯୋଗ କରିଛନ୍ତି ଅନେକ ଗୁଡିଏ ଲୋକଙ୍କୁ ତାଙ୍କ ପରିଜନଙ୍କ ଶବ ଦିିଆଯାଉ ନାହିଁ । ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଉ ନାହିଁ । ସେ କହିଛନ୍ତି ଯେ, “ଲୋକଙ୍କୁ ୧୫ରୁ ୨୦ ହଜାର ଟଙ୍କା ନେଇ ଘରକୁ ପଳାଇ ଯିବା ପାଇଁ କୁହାଯାଉଛି କାରଣ ଯେପରି ସେମାନଙ୍କୁ ଗଣନା ନକରାଯାଇପାରିବ । ”
ପ୍ରୟାଗରାଜ ମହାକୁମ୍ଭ ମେଳାରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଲ ଯାଦବ ୟୁପି ସରକାର ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଯେ, “ପ୍ରଶାସନିକ ସ୍ତରରେ ଖାମ ଖିଆଲି ହୋଇଛି । ୟୁପି ମୁଖ୍ୟମନ୍ତ୍ରୀଙ୍କ ତଦାରଖରେ ଯେଉଁ ପୋଖରୀ ପ୍ରସ୍ତୁତ କରାଯାଇଥିଲା ତାହା ବନ୍ଦ କରାଇ ଦିଆଯାଇଛି । କେବଳ ଅଖଡା ଏବଂ ଭିଭିଆଇପିଙ୍କ ପାଇଁ ଖୋଲା ଯାଇଥିଲା, ଏଥିପାଇଁ ଏହି ଘଟଣା ଘଟିଛି । ପ୍ରତ୍ୟେକଦର୍ଶୀ କହିଛନ୍ତି ସେଠାରେ ହଜାର ହଜାର ଲୋକ ମରିଛନ୍ତି । ବହୁତ ଲୋକଙ୍କୁ ଗଙ୍ଗାରେ ଭସାଇ ଦିଆଯାଇଛି । ସଂଖ୍ୟା ୩୦ ଉପରକୁ ଯେପରି ନଯାଇ ପାରିବ ସେଥିପାଇଁ ସରାକରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ”
ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ, “ଦେଶରେ ସବୁଠାରୁ ବଡ ମୁଦା ହେଉଛି, ମହାକୁମ୍ଭ ମେଳାରେ ହୋଇଥିବା ଦଳାଚକଟା ଘଟଣା । ସେମାନଙ୍କୁ ମୃତକଙ୍କ ସଠିକ ସୂଚନା ଦେବା କଥା । ସେମାନଙ୍କୁ ସଂସଦରେ ଏଭଳି କଥା କହିବା ଉଚିତ ନୁହେଁ । ଜନତାଙ୍କୁ ଉତର ଦେବା କଥା । ସେମାନେ ମିଛ କହୁଛନ୍ତି । ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ଭିଭିଆଇପିଙ୍କ ପାଇଁ ଥିଲା । ”


Share It

Comments are closed.