୧୦ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବିଗ୍ ବଜାରର “୬ ଦିନିଆ ମହାବଚ୍ଚତ୍” ଅଫର


ଭାରତର ବହୁ ପ୍ରତିକ୍ଷିତ ସପିଙ୍ଗ ଫେଷ୍ଟିଭାଲ ବିଗ୍ ବଜାରର “୬ ଦିନିଆ ମହାବଚତ୍” ଅଫର୍ ଆସିଯାଇଛି । ସମଗ୍ର ଭାରତରେ ପ୍ରତ୍ୟେକ ଗ୍ରାହକ ଚଳିକ ମାସ ୧୦ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଫୁଡ୍ ଓ ଗ୍ରୋସରୀ ଆଇଟମରୁ ଆରମ୍ଭ କରି ଫ୍ୟାସନ ପୋଷାକ, ଗୃହୋପକରଣ, ରୋଷେଇ ଉପକରଣ ରୁ ଆମମ୍ଭ କରି ଗୃହସଜ୍ଜା ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭଳି ବିଭିନ୍ନ ସାମଗ୍ରୀରେ ଆକର୍ଷଣୀୟ ରିହାତି ପାଇପାରିବେ । ବିଗବଜାର ଏହାର ସଦସ୍ୟ, ବୟୋଜ୍ୟେଷ୍ଠ ଏବଂ ଶାରୀରିକ କ୍ଷେତ୍ରରେ ଅକ୍ଷମ ସଦସ୍ୟମାନଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୯ ତାରିଖରେ ଏକ ବିଶେଷ ପ୍ରିଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି ।

ଦେଶର ୭୩ତମ ସ୍ୱାଧୀନତା ଦିବସ ଅବସରରେ ବିଗବଜାରର ଏହି ୬ ଦିନିଆ ସେଲ୍ ଗ୍ରାହକମାନଙ୍କୁ ପୁରୁଷ ଓ ମହିଳା ପରିଧାନ ଉପରେ ୨୦% କ୍ୟାସବ୍ୟାକ ସହ ଗୋଟିଏ କ୍ରୟରେ ଦୁଇଟି ମାଗଣା ଭଳି ଆକର୍ଷଣୀୟ ଅଫର୍ ଉପଭୋଗ କରିବାର ସୁଯୋଗ ପ୍ରଦାନ କରୁଛି । ଗୃହସଜ୍ଜା ଉପକରଣ ଉପରେ ୬୦% ରିହାତି ସହ ୨୦% କ୍ୟାସବ୍ୟାକ ଏବଂ ଫୁଡ୍ ସେକ୍ସନ୍ରେ ମଧ୍ୟ ଅଧିକ ରିହାତି ପାଇପାରିବେ । ଏହା ବ୍ୟତୀତ ଗ୍ରାହକ ମାନଙ୍କ ପାଇଁ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ରହିଛି । ଗ୍ରାହକମାନେ ପେଟିଏମ୍ ଦ୍ୱାରା ୩୦୦୦ଟଙ୍କା ଓ ୬୦୦୦ ଟଙ୍କାର ସପିଙ୍ଗ୍ ଉପରେ ୧୨୦୦ଟଙ୍କା ଓ ୨୪୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଏବଂ ୨୫,୦୦୦ଟଙ୍କା ତଥା ଏଥିରୁ ଅଧିକ କ୍ରୟ ଉପରେ ୨,୧୦୦ଟଙ୍କାର କ୍ୟାସବ୍ୟାକ୍ ପାଇପାରିବେ । ଏସବିଆଇ କ୍ରେଡିଟ୍ କାର୍ଡ୍ ର ବ୍ୟବହାର ଦ୍ୱାରା ଗ୍ରାହକମାନେ ୭%ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଏହି ଅବସରରେ ବିଗ୍ ବଜାରର ସିଇଓ ଶ୍ରୀଯୁକ୍ତ ସଦାଶିବ ନାୟକ କହିଛନ୍ତି, “ଆମେ ଏହିବର୍ଷ ଆମ ଉପଭୋକ୍ତା ମାନଙ୍କୁ ଅନେକ କିଛି ପ୍ରଦାନର ଲକ୍ଷ୍ୟ ନେଇ ବିଗ୍ ବଜାର୍ର ମହାବଚ୍ଚତ୍ ଅଫର୍ ନେଇ ଆସିଛୁ । ଏହି ୬ଦିନ ବିରାଟ ଏବଂ ଆକର୍ଷଣୀୟ ହେବାକୁ ଯାଉଛି ଯଦ୍ୱାରା ଭାରତର ଗ୍ରାହକମାନେ ଏକ ବଡ଼ଧରଣର ସେଭିଙ୍ଗ୍ କରିପାରିବା ସହ ଗୋଟିଏ ଛାତତଳେ ଅନେକ ପ୍ରକାରର ସପିଙ୍ଗ୍ କରିବାର ସୁଯୋଗ ପାଇବେ ।”


Share It

Comments are closed.