ଡାକ୍ତର ବନିଲେ ଜନପ୍ରତିନିଧି, ଏମ୍ସରୁ ଡାକ୍ତରୀ ଚାକିରୀ ଛାଡି ହେଲେ ବିଧାୟକ


ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଇଥିବାବେଳେ ଦୀର୍ଘ ୧୫ ବର୍ଷ ପରେ ଦଳ ପୁଣି ଥରେ ସରକାରକୁ ଫେରିଛି । ଏହି ନିର୍ବାଚନରେ କଂଗ୍ରେସର ଅନେକ ନେତା ଦମଦାର ବିଜୟ ହାସଲ କରିଥିବାବେଳେ ସେପଟେ ମାନୱର ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିଥିବା ‘ହୀରାଲାଲ ଅଲାୱା’ ନାମ ଖୁବ ଚର୍ଚ୍ଚାରେ ରହିଛି । ହୀରାଲାଲ ନିଜର ପ୍ରଥମ ନିର୍ବାଚନରେ ପୂର୍ବତ୍ତନ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ବିଧାୟକ ରଞ୍ଜନା ୱାଭଲେଙ୍କୁ ମାତ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ହୀରାଲାଲ ଏମ୍ସ ହସ୍ପିଟାଲର ଜଣେ ବିଖ୍ୟାତ ଡାକ୍ତର ହୋଇଥିବାବେଳେ ସେ ଲୋକସେବା କରିବା ପାଇଁ ନିଜ ଚାକିରୀରୁ ଇସ୍ତଫା ଦେଇ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦୀତା କରିଥିଲେ ।
ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିବାବେଳେ ନିଜ ପ୍ରତିଦ୍ୱନ୍ଦୀ ରଞ୍ଜନା ୱାଘଲେଙ୍କୁ ୩୯,୫୦୧ ଭୋଟରେ ପଛରେ ପକାଇ ବିଜୟ ହାସଲ କରିଛନ୍ତି । ହୀରାଲାଲଙ୍କୁ କଂଗ୍ରେସ ଶେଷ ମୂହୁର୍ତ୍ତରେ ଟିକେଟ ପ୍ରଦାନ କରିଥିଲା । ହୀରାଲାଲ ପୂର୍ବରୁ ‘ଜୟ ଆଦିବାସୀ ଯୁବ ସଂଗଠନ’ର ସଦସ୍ୟ ଥିଲେ ଏବଂ ପ୍ରଦେଶରେ ସେ ‘ଅବକି ବାର ଆଦିବାସୀ ସରକାର’ର ନାରା ମଧ୍ୟ ଲଗାଇସାରିଛନ୍ତି । ହୀରାଲାଲଙ୍କ ଏହି ଲୋକପ୍ରିୟତାକୁ ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ଶେଷ ମୂହୁର୍ତ୍ତରେ ତାଙ୍କୁ ଟିକେଟ ପ୍ରଦାନ କରିଥିଲା ।
ହୀରଲାଲ ପେଶାରେ ଜଣେ ଡାକ୍ତର ଏବଂ ବିଗତ ୨ ବର୍ଷ ହେବ ସେ ଆଦିବାସୀଙ୍କ ହକ ପାଇଁ ଲଢେଇ କରିଆସୁଥିଲେ । ସେ ଆଦିବାସୀ ପରିବାରରୁ ଜନ୍ମ ଗ୍ରହଣ କରିଥିବାବେଳେ ଏମ୍ସରେ ଡାକ୍ତର ରୂପେ କାର୍ଯ୍ୟରତ ଥିଲେ । ସେ ଏମ୍ସରେ ୨୦୧୨ରୁ୧୫ ଯାଏଁ ବରିଷ୍ଟ ରିଜିଡେଣ୍ଡ ଡାକ୍ତର ରୂପେ କାର୍ଯ୍ୟରତ ଥିବାବେଳେ ୨୦୧୫-୧୬ ଯାଏଁ ଆସିସଷ୍ଟାଣ୍ଡ ପ୍ରଫେସର ରୂପେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି ।
ଏହା ପରେ ସେ ଡାକ୍ତର ଚାକିରୀ ଛାଡିଦେବା ସହ ଆଦିବାସୀଙ୍କ ହକ ପାଇଁ ଲଢେଇ ଆରମ୍ଭ କରିଦେଇଥିଲେ


Share It

Comments are closed.