ବର୍ତ୍ତମାନ ବିଶ୍ୱସ୍ତରରେ ଡାଉନଲୋଡ ହୋଇପାରିବ ମେଡ-ଇନ-ଇଣ୍ଡିଆ ଗେମ ‘ଫୌଜୀ’, କମ୍ପାନୀ କଲା ଘୋଷଣା


ମେଡ ଇନ ଇଣ୍ଡିଆ ଆକ୍ସସନ ମୋବାଇଲ ଗେମ ଫୌଜୀ ବର୍ତ୍ତମାନ ସାରା ବିଶ୍ୱରେ ଡାଉନଲୋଡ ପାଇଁ ଉପଲବ୍ଧ ହୋଇ ସାରିଛି । ଏହି ଗେମକୁ ୨୬ ଜାନୁଆରୀରେ ଉନ୍ମୋଚନ କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେବଳ ଭାରତୀୟଙ୍କ ମଧ୍ୟରେ ସୀମିତ ଥିଲା । ଏହି ଗେମର ଡେଭଲପର କମ୍ପାନୀ ‘ନକୋର ଗେମ୍ସ’ ଟ୍ୱିଟ କରି କହିଛି ଯେ, ଏହି ଗେମ ବର୍ତ୍ତମାନ ଗ୍ଲୋବାଲୀ ଉପଲବ୍ଧ ହୋଇଯାଇଛି । ଏହାର ଅର୍ଥାତ ଏହା ଯେ, ଭାରତର ବାହାର ବ୍ୟକ୍ତି ମଧ୍ୟ ଏହି ଗେମକୁ ବର୍ତ୍ତମାନ ଡାଉନଲୋଡ କରିପାରିବେ ।

ପ୍ରକାଶ ଥାଉକି ଉନ୍ମୋଚନର କିଛି ସମୟ ମଧ୍ୟରେ ଏହା ଭାରତର ସର୍ବାଧିକ ଫ୍ରି ଗେମ ଭାବେ ସାବ୍ୟସ୍ତ ହୋଇଥିଲା । ଏହାକୁ ଲୋକପ୍ରିୟ ଗେମ ପବଜିର ଭାରତୀୟ ଭରସନ ମଧ୍ୟ କୁହାଯାଉଛି । ୨୦୨୦ ସେପ୍ଟେମ୍ବରରେ ପବଜି ଭାରତରେ ବ୍ୟାନ ହେବା ପରେ କମ୍ପାନୀ ଏହି ଗେମର ଘୋଷଣା କରିଥିଲା । ଫୌଜୀ ଗେମ ବର୍ତ୍ତମାନ ସୁଧା କେବଳ ଗୁଗୁଲ ପ୍ଲେ ଷ୍ଟୋରରେ ହିଁ ଉପଲବ୍ଧ ରହିଛି । ଏହା ଆଇଓଏସରେ କେବେ ଆସିବ ତାହା ସଂପର୍କରେ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ନାହିଁ ।


Share It

Comments are closed.