ସରକାରଙ୍କ ଅସ୍ଥାୟୀ ମଦ ଲାଇସେନ୍ସ ନୀତିକୁ ମଦ ମୁକ୍ତି ଯୁବ ବାହିନୀର ବିରୋଧ


ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିବାହ, ମହୋତ୍ସବ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ସମୟରେ ଅସ୍ଥାୟୀ ମଦ ଲାଇସେନ୍ସ ଦେବା ପାଇଁ ଯୋଜନାକୁ ମଦମୁକ୍ତି ଯୁବ ବାହିନୀ ତୀବ୍ର ବିରୋଧ କରିଛି । ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରୁଥିବାବେଳେ ଅବକାରୀ ବିଭାଗର ଏହି ଚିଠି ଅତ୍ୟନ୍ତ ଲଜ୍ଜାଜନକ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖି ମଦମୁକ୍ତି ଯୁବ ବାହିନୀ ଶ୍ରୀ ଲଲାଟେନ୍ଦୁ ପାତ୍ର କହିଛନ୍ତି ଯେ, “ସରକାର ନାରୀ ସୁରକ୍ଷା ଏବଂ ସଶକ୍ତିକରଣ ସହ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରଖିବା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଅବକାରୀ ବିଭାଗର ଏହି ଚିଠି ସରକାରଙ୍କର ଦୋମୁହାଁ ନୀତିକୁ ଦର୍ଶାଉଛି । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ସରକାର ଅନ୍ୟ ଏକ ଚିଠି ମାଧ୍ୟମରେ ଆଗାମୀ ଦିନରେ ମଦ ଦୋକାନ ଖେଳିବା ପାଇଁ ପ୍ରକୃଷ୍ଠ ଗାଁ, ୱାର୍ଡ, ମୁନିସପାଲଟିରେ ସ୍ଥାନ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଏହା ଓଡିଶାରେ ମଦ ଭୟାଭୟତାକୁ ଆହୁରୀ ଦୁଇଗୁଣିତ କରିବ । ଏକ ନିର୍ବାଚିତ ସରକାର ପକ୍ଷରୁ ମଦରୁ ରାଜସ୍ୱ ଆଶାରେ ପ୍ରତ୍ୟେକ ଗାଁ ଗଣ୍ଡାରେ ଏବେ ବିବାହ ଏବଂ ବିଭିନ୍ନ ସମାରୋହରେ ଖୁଲମଖୁଲା ମଦର ପ୍ରସାର ଅତ୍ୟନ୍ତ ନିନ୍ଦନୀୟ । ଏହା ବିରୋଧରେ ମଦ ମୁକ୍ତି ଯୁବ ବାହିନୀ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ର କରିବ । ”
ସୂଚନାଯୋଗ୍ୟ, ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଗତ ୮ ତାରିଖ ଦିନ ଚିଠି ଲେଖି ବିଭିନ୍ନ ବିଭିନ୍ନ ମେଳା, ମହୋତ୍ସବ, ବିବାହ ଓ ଅନ୍ୟାନ୍ୟ ଘରୋଇ ସାମଜିକ କାର୍ଯ୍ୟକ୍ରମ ଏବଂ ଉତ୍ସବ ମାନଙ୍କରେ ଖୁଲମଖୁଲା ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭିନ୍ନ ମେଳା, ମହୋତ୍ସବ, ବିବାହ ଓ ଅନ୍ୟାନ୍ୟ ଘରୋଇ ସାମଜିକ କାର୍ଯ୍ୟକ୍ରମ ଏବଂ ଉତ୍ସବ ମାନଙ୍କରେ ଯଦି କେହି ବିଧିବଧ ଭାବେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ତତ୍କ୍ଷଣାତ ଏହା ଉପରେ ପଦକ୍ଷେପ ନେବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଆଦେଶ ଦିଆଯାଇଛି ।


Share It

Comments are closed.